ଭୁବନେଶ୍ବର, ୩।୩ : ମୁଖ୍ୟମନ୍ତ୍ରୀଙ୍କ ଓଏସଡି ହେଲେ ଓଏଏସ କୌଶିକ ପଟ୍ଟନାୟକ । କେନ୍ଦୁଝର ଜିଲ୍ଲା ବାଂଶପାଳ ତହସିଲଦାର ଭାବେ କାର୍ଯ୍ୟ କରୁଛନ୍ତି  କୌଶିକ । ମୁଖ୍ୟମନ୍ତ୍ରୀଙ୍କ ଓଏସଡି ନିଯୁକ୍ତି ନେଇ ସାଧାରଣ ପ୍ରଶାସନ  ବିଭାଗ  ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଶିକ ସମେତ ୧୮ ଜଣ ଓଏଏସ ଅଧିକାରୀଙ୍କ ବଦଳି  କରାଯାଇଛି। 

ପୂର୍ବରୁ  କେନ୍ଦୁଝର ଏଡିଏମ ଥିବା  ଆଲୋକ ପ୍ରଧାନଙ୍କୁ ବଦଳି କରାଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।