ନୂଆଦିଲ୍ଲୀ,୦୪/୦୬: ଜୁନ୍ ୨ରେ ଓଡ଼ିଶାର ବାଲେଶ୍ୱରରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ମୃତ୍ୟୁ ସଂଖ୍ୟା ପାଖାପାଖି ୩୦୦ ଛୁଇଁଛି । ଆତ୍ମୀୟଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ଶହ ଶହ ପରିବାର । ତେବେ ଏହା ମଧ୍ୟରେ ଅତ୍ୟାଧୁନିକ ରେଳ ସୁରକ୍ଷା ବ୍ୟବସ୍ଥା ‘କବଚ’କୁ ନେଇ ଚର୍ଚ୍ଚା । ଯଦି ଏହି ସୁରକ୍ଷା ସିଷ୍ଟମ୍ ରେଳ ଟ୍ରାକ୍ରେ ଖଞ୍ଜା ହୋଇଥାନ୍ତା ତା’ହେଲେ ହୁଏତ ଏ ଭୟଙ୍କର ଦୁର୍ଘଟଣାକୁ ଏଡାଯାଇପାରିଥାନ୍ତା ଏବଂ ଶହ ଶହ ଲୋକଙ୍କ ଜୀବନ ବଞ୍ଚିପାରିଥାନ୍ତା । କବଚ ପାଲଟିଥାଆନ୍ତା ରକ୍ଷାକବଚ ।
‘କବଚ’ ହେଉଛି ଏକ ଅଟୋମେଟିକ୍ ରେଳ ସୁରକ୍ଷା ସିଷ୍ଟମ । ଏହି ବ୍ୟବସ୍ଥା ଥିଲେ ଏଭଳି ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇପାରିଥାନ୍ତା ବୋଲି ବିରୋଧୀମାନେ ପ୍ରକାଶ କରିଛନ୍ତିି । ରିପୋର୍ଟ ଅନୁସାରେ ଦେଶର ମାତ୍ର ୧୪୫୫ କିମି ରେଳ ଟ୍ରାକ୍ରେ ‘କବଚ’ ଲଗାଯାଇଛି । ଯେଉଁ ସ୍ଥଳରେ ଦୁର୍ଘଟଣା ହୋଇଛି, ସେଠାରେ ଏ ବ୍ୟବସ୍ଥା ନ ଥିଲା ।
wp:embed {"url":"https://www.prameya.com/karamadala-drughatna-murat-deha-pahi-gala-ice-at-baleswar/","type":"wp-embed","providerNameSlug":"prameya"}ଯଦି ଉକ୍ତ ଟ୍ରେନ କିମ୍ବା ଟ୍ରାକ୍ରେ ‘କବଚ’ ସିଷ୍ଟମ ଥାଆନ୍ତା ତା’ହେଲେ ଦୁଇଟି ଟ୍ରେନ ମଧ୍ୟରେ ଧକ୍କା ସମ୍ଭାବନା କମ୍ ଥିଲା । ଉଭୟ ଟ୍ରେନରେ ଏ ପ୍ରଯୁକ୍ତି ଥିଲେ ଟ୍ରେନର ସ୍ପିଡ୍ ଆପଣା ଛାଏଁ କମିଯାଇଥାନ୍ତା । ପୂର୍ବରୁ ଆଉ ଏକ ମାଲବାହୀ ଟ୍ରେନ ଲୁପ୍ ଲାଇନ୍ରେ ଥିବାରୁ ସଂପୃକ୍ତ ଟ୍ରେନ୍ ଲୁପ୍ ଲାଇନ୍ରେ ପ୍ରବେଶ କରି ନ ଥାନ୍ତା । ଉକ୍ତ ସିଷ୍ଟମ୍ ଲୋକୋ ପାଇଲଟ୍କୁ ପ୍ରାକ୍ ସୂଚନା ଦେଇପାରିଥାନ୍ତା । ଲୁପ୍ ଲାଇନ୍ ହେଉଛି ଏକ ରେଲ୍ୱେ ବ୍ରାଞ୍ଚ, ଯାହାକି ମେନ୍ ଲାଇନ୍ରୁ ଛାଡ଼ିକି ଥାଏ ଏବଂ କିଛି ଦୂର ପରେ ପୁନଃ ମେନ୍ ଲାଇନ୍ ସହ ଯୋଡ଼ି ହୋଇଥାଏ । ରିପୋର୍ଟରୁ ଜଣାପଡ଼ିଛି ଯେ, କରମଣ୍ଡଳ ଏକ୍ସପ୍ରେସ ଲୁପ୍ ଲାଇନ୍ରେ ପ୍ରବେଶ କରି ଏହା ପରେ ମାଲଗାଡି ସହ ମାଡ଼ ହୋଇଛି ।
ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରିର ପୂର୍ବତନ ମହାପ୍ରବନ୍ଧକ ସୁଧାଂଶୁ ମଣି କୁହନ୍ତି, ଏପରି ଏକ ବିପର୍ଯ୍ୟୟକୁ ‘କବଚ’ ଏଡ଼ାଇ ପାରିଥାନ୍ତା । ଲୋକୋ ପାଇଲଟ୍ ନ ଜାଣି ପାରିବା ସମୟରେ ଏହା ଟ୍ରେନ୍ର ସ୍ପିଡ୍କୁ ନିୟନ୍ତ୍ରଣ କରି ହୁଏତ ଟ୍ରେନକୁ ଠିଆ କରିଦେଇପାରିଥାନ୍ତା । କିନ୍ତୁ ଯଦି ଟ୍ରେନ୍ ଲାଇନ୍ଚ୍ୟୁତ୍ ହେଉଛି ଏବଂ ବଗି ଅନ୍ୟ ଟ୍ରାକ୍କୁ ଖସିଯାଉଛି ଉକ୍ତ ସମୟରେ ‘କବଚ’ ବେଶି କିଛି କାର୍ଯ୍ୟରେ ଆସିବ ନାହିଁ । କାରଣ ଏ ସମୟରେ କମ୍ୟୁନିକେଶନ ସିଷ୍ଟମ୍ ଫେଲ୍ ହୋଇଯାଏ । ଆଗକୁ ଆସୁଥିବା ଟ୍ରେନ୍କୁ ସତର୍କ କରିବାରେ ଏହା ବିଫଳ ହୁଏ ।
wp:embed {"url":"https://www.prameya.com/train-manager-ganeshwar-singh-passed-away-in-karamandal-accident/","type":"wp-embed","providerNameSlug":"prameya"}କବଚ ସିଷ୍ଟମ ଟ୍ରେନ୍, ଟ୍ରାକ୍ ଏବଂ ରେଲ୍ୱେ ସିଗ୍ନାଲିଂ ସିଷ୍ଟମରେ ସଂସ୍ଥାପିତ ହୋଇଥିବା ଇଲେକ୍ଟ୍ରେନିକ୍ ଏବଂ ରେଡିଓ ଫ୍ରିକ୍ୱେନ୍ସି ଡିଭାଇସ୍ ଉପରେ ନିର୍ଭର କରେ । ଟ୍ରାକ୍ରେ ଅବରୋଧଗୁଡ଼ିକୁ ‘କବଚ’ ଚିହ୍ନଟ କରିପାରେ କିନ୍ତୁ ଉକ୍ତ ଟ୍ରାକ୍ କୌଣସି ଭାବେ ନଷ୍ଟ ହୋଇ ନ ଥିବା ଦରକାର । ଏ କ୍ଷେତ୍ରରେ ଲୋକୋ ପାଇଲଟ୍ ଦେଖିଲେ ହିଁ ଦୁର୍ଘଟଣାକୁ ଅଟକା ଯାଇପାରିବ । ବର୍ତ୍ତମାନ ସୁଦ୍ଧା ଏହା ଅସ୍ପଷ୍ଟ ଯେ, କରମଣ୍ଡଳ ଏକ୍ସପ୍ରେସ୍ ଯେଉଁ ମାଲ୍ବାହୀ ଟ୍ରେନ ସହ ଧକ୍କା ହେଲା ତାହା ସମାନ ଟ୍ରାକ୍ରେ ଥିଲା ଅବା ଏହା ଲାଇନ୍ଚ୍ୟୁତ ହୋଇଥିଲା ।
wp:heading {"textAlign":"center"}୨୦୧୧-୧୨ରେ ଆସିଥିଲା ଏ ବ୍ୟବସ୍ଥା
/wp:heading {"id":582596,"sizeSlug":"full","linkDestination":"none"}
୨୦୧୧-୧୨ରେ ମମତା ବାନାର୍ଜୀ ରେଳ ମନ୍ତ୍ରୀ ଥିବାବେଳେ ଟ୍ରେନ କଲିଜନ୍ ଆଭଏଡାନ୍ସ ସିଷ୍ଟମ୍(ଟିସିଏଏସ୍) ଆସିଥିଲା । ପରେ ମୋଦି ସରକାର ୨୦୨୦ରେ ଏହାର ନା’ ‘କବଚ’ ରଖିଥିଲେ । ତେବେ ୧୦ ବର୍ଷ ମଧ୍ୟରେ ଏହି ସିଷ୍ଟମ୍କୁ କାର୍ଯ୍ୟକାରୀ କରିବାରେ ସାମାନ୍ୟ ଅଗ୍ରଗତି ହୋଇଛି । ୨୦୨୦ ଜୁଲାଇରେ ‘କବଚ’କୁ ନ୍ୟାସ୍ନାଲ ଅଟୋମେଟିକ୍ ଟ୍ରେନ ପ୍ରୋଟେକ୍ସନ ସିଷ୍ଟମ ଭାବେ ଗ୍ରହଣ କରାଯାଇଥିଲା ଏବଂ ନିଷ୍ପତ୍ତି ନିଆଯାଇଥିଲା ଯେ, ୩୫,୦୦୦ କିମି ରେଳ ରୁଟ୍ରେ ଏହାକୁ ଖଞ୍ଜାଯିବ ।
ସଂସଦର ଅଧିବେଶନରେ ‘କବଚ’କୁ ନେଇ ଏକ ପ୍ରଶ୍ନର ଉତ୍ତର ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୩ ମାର୍ଚ୍ଚ ୨୯ରେ ସୂଚନା ଦେଇଥିଲେ ଯେ, ମାତ୍ର ୧୪୫୫ କିମି ରେଳରୁଟ୍ରେ ‘କବଚ’ ନିୟୋଜିତ କରାଯାଇଛି । ଏଥିମଧ୍ୟରୁ ୫୭୬ କିମି ରୁଟ୍ ମହାରାଷ୍ଟ୍ରରେ ରହିଛି । ୨୦୨୨ ଅଗଷ୍ଟରୁ ୨୦୨୩ ମାର୍ଚ୍ଚରେ ଏଥିରେ କୌଣସି ଅଗ୍ରଗତି ହୋଇନାହିଁ ।
୨୦୨୨ ମାର୍ଚ୍ଚରୁ ଅଗଷ୍ଟ ମଧ୍ୟରେ ୪୦୦ କିମିରୁ କମ୍ ରୁଟ୍କୁ ‘କବଚ’ ଅଧୀନକୁ ଅଣାଯାଇଥିଲା । ୨୦୨୨ ମାର୍ଚ୍ଚ ୨୩ରେ ରେଳମନ୍ତ୍ରୀ କହିଥିଲେ ଯେ, ଦକ୍ଷିଣ ମଧ୍ୟ ରେଳପଥରେ ୧,୦୯୮ କିମି ଟ୍ରାକ୍ରେ କବଚ ବ୍ୟବସ୍ଥା ଲାଗିଛି ।
ସମଗ୍ର ବିଶ୍ୱରେ ବ୍ୟବହୃତ ୟୁରୋପୀୟ ଟ୍ରେନ କଣ୍ଟ୍ରୋଲ ସିଷ୍ଟମ୍ଠାରୁ ଏହା ଉନ୍ନତ ବୋଲି ରେଳମନ୍ତ୍ରୀ ପ୍ରକାଶ କରିଥିଲେ ।
wp:heading {"textAlign":"center"}‘କବଚ’ ସିଷ୍ଟମ କ’ଣ
/wp:headingଯେତେବେଳେ ଲୋକୋ ପାଇଲଟ୍ ସିଗ୍ନାଲ ଭାଙ୍ଗନ୍ତି ‘କବଚ’ ତାଙ୍କୁ ସତର୍କ କରିଥାଏ । ଅନ୍ୟ ଏକ ଟ୍ରେନ୍ ସମାନ ଲାଇନ୍ରେ ଥିବା ଚିହ୍ନଟ କରିବା ପରେ ଏହା ସ୍ୱୟଂକ୍ରିୟ ଭାବେ ବ୍ରେକ୍ର ନିୟନ୍ତ୍ରଣ ନେଇଥାଏ ଏବଂ ଟ୍ରେନକୁ ଅଟକାଇଦିଏ ।
ଭାରତୀୟ ରେଳ ଏହାର ନିଜସ୍ୱ ଟ୍ରେନ ସୁରକ୍ଷା ସିଷ୍ଟମ ‘କବଚ’କୁ ବିକଶିତ କରିଛି । ରେଳର ସୁରକ୍ଷା ବଢ଼ାଇବା ଏହାର ଉଦ୍ଦେଶ୍ୟ । ୩ ଭାରତୀୟ ଭେଣ୍ଡରଙ୍କ ସହଯୋଗିତାରେ ରିସର୍ଚ୍ଚ ଡିଜାଇନ୍ ଆଣ୍ଡ୍ ଷ୍ଟାଣ୍ଡାର୍ଡସ ଅର୍ଗାନାଇଜେସନ(ଆର୍ଡିଏସ୍ଓ) ଦ୍ୱାରା ‘କବଚ’କୁ ବିକଶିତ କରାଯାଇଛି ।
‘କବଚ’ କେବଳ ସିଗ୍ନାଲ୍ ଭାଙ୍ଗିବା ତଥା ଓଭର୍ ସ୍ପିଡିଂ କ୍ଷେତ୍ରରେ ଲୋକୋ ପାଇଲଟ୍ଙ୍କୁ ଆଗୁଆ ସତର୍କ କରି ନ ଥାଏ, ଅତ୍ୟଧିକ କୁହୁଡି ସମୟରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ତେଣୁ ଏ ବ୍ୟବସ୍ଥା ଭାରତୀୟ ରେଳର ସୁରକ୍ଷା ଏବଂ ଦକ୍ଷତା ବଢ଼ାଇବା କ୍ଷେତ୍ରରେ ଅତି ମାତ୍ରାରେ ସହାୟକ ହୋଇଥାଏ ।
wp:heading {"textAlign":"center"}ବୈଶିଷ୍ଟ୍ୟ
/wp:headingଲୋକୋ ପାଇଲଟ୍ ବ୍ରେକ୍ ଦବାଇବାରେ ବିଫଳ ହେବା କ୍ଷେତ୍ରରେ ଏହା ଅଟୋମେଟିକ୍ ଆପ୍ଲିକେଶନ ମାଧ୍ୟମରେ ବ୍ରେକ୍ ଲଗାଇ ଟ୍ରେନର ବେଗ କମାଇଥାଏ।
ଅଧିକ ସ୍ପିଡ୍ ତଥା ଅତ୍ୟଧିକ କୁହୁଡି ବେଳେ ଏହା ଲାଇନ୍-ସାଇଡ୍ ସିଗ୍ନାଲ୍କୁ ଦୋହରାଇଥାଏ ।
ଚଳଚଳ କର୍ତ୍ତୃପକ୍ଷଙ୍କ ଅପ୍ଡେଟ୍ ଉପରେ ଏହା କାର୍ଯ୍ୟ କରିଥାଏ ।
ଲେବଲ କ୍ରସିଂ ଗେଟ୍ଗୁଡିକରେ ଏହା ଅଟୋ ହ୍ୱିସ୍ଲିଂ କରିଥାଏ ।