ପ୍ରମୂଖ ଖବର
  • ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା
  • ||
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

କେଦାରନାଥ ଯାତ୍ରା ପୁଣି ଆରମ୍ଭ, ପୂର୍ବ ଅପେକ୍ଷା ଅଧିକ ବାଟ ଚାଲିକି ଯିବାକୁ ପଡିବ ବାବାଙ୍କ ଧାମ

Published By : Harapriya Biswal | August 2, 2025 8:14 PM

ନୂଆଦିଲ୍ଲୀ,୨।୮: ଉତ୍ତରାଖଣ୍ଡ ସ୍ଥିତ ଭଗବାନ ଶିବଙ୍କ ୧୧ ତମ ଜ୍ୟୋର୍ତିଂଲିଙ୍ଗ ବାବା କେଦାରନାଥ ଧାମର ଯାତ୍ରା ଶନିବାର ପୁଣିଥରେ ଆରମ୍ଭ ହୋଇଛି। ପଦଯାତ୍ରା ମାର୍ଗରେ ଭୂସ୍ଖଳନ କାରଣରୁ ଏହି ଯାତ୍ରା ବହୁଦିନ ହେବ ବନ୍ଦ ଥିଲା। କିନ୍ତୁ ଏବେ ବାବା କେଦାରନାଥଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ପୂର୍ବ ତୁନଳାରେ ଅଧିକ ପଦଯାତ୍ରା କରି ବାବାଙ୍କ ଧାମରେ ପହଁଞ୍ଚିବାକୁ ହେବ। 

ରୁଦ୍ରପ୍ରୟାଗ ପୋଲିସ ଅଧୀକ୍ଷକ ସର୍ବେଶ ସିଂହ ପାଓ୍ବାର କହିଛନ୍ତି ଯେଉଁ କିଛି ମୁଖ୍ୟ ସଡକ ମାର୍ଗ ପର୍ଯ୍ୟନ୍ତ ଚାଲିବା ଯୋଗ୍ୟ ରହିଛି। ଯିବା ଆସିବା ପାଇଁ ରାସ୍ତା ଭଲ ହେବାପରେ ସୋନପ୍ରୟାଗରୁ ଯାତ୍ରୀଙ୍କ ଗୋଷ୍ଠୀଙ୍କୁ ଗୌରିକୁଣ୍ଡ ଦେଇ କେଦାରନାଥ ପାଇଁ ପଠାଯାଇଛି। କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନରେ ବାହନ ଆଗମନ ଆରମ୍ଭ ହେବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ପ୍ରାୟ ୨୨ କିଲୋମିଟର ପର୍ଯ୍ୟନ୍ତ ଚାଲିକି କେଦାରନାଥ ଧାମ ଯାତ୍ରା କରିବାକୁ ହେବ। ବର୍ଷା ହେବା ଯୋଗୁଁ ଅସ୍ଥାୟୀ ଭାବରେ ବାହନ ଚଳାଚଳ ବନ୍ଦ ରହିଛି।

ଏହା ସହ ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କୁ ଅପିଲ କରାଯାଇଛି ପାଣିପାଗର ପୂର୍ବାନୁମାନ ଅନୁସାରେ, ନିଜର ଯାତ୍ରା କରନ୍ତୁ। ପୋଲିସ ଅଧିକାରୀ କହିଛନ୍ତି, ସୋନପ୍ରୟାଗରୁ ଗୌରିକୁଣ୍ଡର ମଧ୍ୟ ସଡକ ମାର୍ଗ ବନ୍ଦ ହେବା କାରଣରୁ ବିଗତ କିଛି ଦିନ ହେବ କେଦାରନାଥ ଯାତ୍ରା ବନ୍ଦ ରହିଛି। କେବଳ ଫେରୁଥିବା ଯାତ୍ରୀଙ୍କୁ ସୁରକ୍ଷା ବାହିନୀ ସାହାଯ୍ୟରେ ବିକଳ୍ପିକ ରାସ୍ତା ବାଟ ତିଆରି କରାଯାଇଛି। ଉଲ୍ଲେଖନୀୟ ଯେ, ଉତ୍ତରାଖଣ୍ଡରେ ଗତ ବୁଧବାର ରାତିରେ ପ୍ରବଳ ବର୍ଷା ହୋଇଥିଲା। ଏହାଦ୍ବାରା ସୋନ ପ୍ରୟାଗ ଗୌରିକୁଣ୍ଡ ଭିତରେ ମୁନକାଟିୟାରେ ସଡକ କ୍ଷତିଗ୍ରସ୍ତ ହୋଇଛି। ଏହାଦ୍ବାରା କେଦାରନାଥ ହାଇଓ୍ବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏହାପରେ କେଦାରନାଥ ଧାମର ଯାତ୍ରାକୁ ରୋକି ଦିଆଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରାୟ ୨୦୦ ଯାତ୍ରୀ ଅଟକାଇ ଦିଆଯାଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.