‘ମାନ୍ଙ୍କ ପଦକ୍ଷେପରେ ଆମେ ଗର୍ବିତ …’ ପଞ୍ଜାବରେ ମନ୍ତ୍ରୀଙ୍କୁ ଗିରଫ ପରେ କେଜ୍ରିୱାଲଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ : ପଞ୍ଜାବର ଭଗୱନ୍ତ ମାନ ସରକାର ନିଜର ହିଁ ମନ୍ତ୍ରୀ ଉପରେ ନେଇଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ। ତାଙ୍କର ଭ୍ରଷ୍ଟାଚାରର କରିଛନ୍ତି ପର୍ଦ୍ଦାଫାସ୍ । ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସିଏମ୍ କେଜ୍ରିୱାଲ ଭଗୱନ୍ତ ମାନଙ୍କର ଏହି ପଦକ୍ଷେପର ପ୍ରଶଂସା କରି କହିଛନ୍ତି କି , ଭଗୱନ୍ତ ମାନ୍ଙ୍କ ପାଇଁ ଆମେ ଗର୍ବ ଅନୁଭବ କରୁଛୁ । ସେ ଆହୁରି କହିଛନ୍ତି ଆମ୍ ଆଦମୀ ପାର୍ଟି ଏହା ସାବ୍ୟସ୍ତ କରି ଦେଇଛି କି ବେକ ପଛେ କଟିଯାଉ , ହେଲେ ଦେଶ ସହ ଆମେ ବିଶ୍ୱାସଘାତକତା କରିବା ନାହିଁ।
ସିଏମ୍ କେଜ୍ରିୱାଲ ଆହୁରି କହିଛନ୍ତି କି କାହାକୁ ବି ଏହି ଭ୍ରଷ୍ଟାଚାର ବିଷୟରେ ଜଣା ନଥିଲା । ନା ବିରୋଧିଙ୍କୁ ଜଣାଥିଲା ନା ମିଡ଼ିଆକୁ । ଭଗୱନ୍ତ ମାନ ଚାହିଁଥିଲେ ମନ୍ତ୍ରୀଙ୍କ ସହ ସେଟିଂ କରି ନିଜ ପାଇଁ ଏକ ଭାଗ ଦାବି କରି ପାରିଥାନ୍ତେ। ଏବେସୁଦ୍ଧା ତ ଏମିତି ହିଁ ଚାଲିଥିଲା । ମାନ୍ ଚାହିଁଥିଲେ ମାମଲାକୁ ଚପେଇ ପାରିଥାନ୍ତେ । ହେଲେ ସେ ଏମିତି କରିଲେ ନାହିଁ । ସେ ନିଜେ ନିଜର ମନ୍ତ୍ରୀଙ୍କ ବିରୋଧରେ ଆକ୍ସନ ନେଲେ । ଭଗୱନ୍ତଙ୍କ ଏହି କାମ ପାଇଁ ପୂରା ପଞ୍ଜାବ ଓ ଦେଶ ଗର୍ଭ ଅନୁଭବ କରୁଛି ।
ଦିଲ୍ଲୀ ସିଏମ୍ ଆହୁରି କହିଛନ୍ତି ଯେବେ ୨୦୧୫ରେ ଦିଲ୍ଲୀରେ ଆମ ସରକାର ଗଠନ ହୋଇଥିଲା ତ ମୁଁ ନିଜର ଫୁଡ୍ ମିନିଷ୍ଟରଙ୍କ ବିପକ୍ଷରେ ଏମିତି ହିଁ ଆକ୍ସନ ନେଇଥିଲି । ତାଙ୍କର ଭ୍ରଷ୍ଟାଚାରର ପ୍ରମାଣ ମୋ ପାଖକୁ ଆସିଥିଲା । ସେତେବେଳେ ବି ଏ ବିଷୟରେ କାହାକୁ ଜଣାନଥିଲା ।