PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଲୋକାର୍ପିତ ହେଲା ଦେଶର ନୂଆ ସଂସଦ ଭବନ, ଗଣତନ୍ତ୍ରକୁ ମିଳିଲା ସ୍ଵାଭିମାନର ଭବ୍ୟ ମନ୍ଦିର
  • ||
  • ନୂଆଦିଲ୍ଲୀ : ନୂଆ ସଂସଦ ଭବନରେ ଫୁଲପ୍ରୁଫ୍ ସାଇବର୍ ସିଷ୍ଟମ, ଭେଦ କରିପାରିବେନି ହ୍ୟାକର- ଇଣ୍ଟରନେଟ୍ ଅଣ୍ଡରୱାର୍ଲ୍ଡ
  • ||
  • ନିଶ୍ଚିନ୍ତକୋଇଲି : ମଦ୍ରାସାରେ ନିର୍ଯାତନା ଅଭିଯୋଗ, ରାତିରେ ଲୁଚି ପଳାଇଆସିଲେ ୬ ଛାତ୍ର
  • ||

ମହିଳାଙ୍କୁ ତଣ୍ଟି କାଟି ହତ୍ୟା ଘଟଣାର ଖୁଲାସା, ପରକୀୟା ପ୍ରୀତି ସନ୍ଦେହରେ ବଡ଼ ଭାଇ ସହ ମିଶି ହତ୍ୟା କରିଥିଲା ସ୍ଵାମୀ, ୨ ଗିରଫ

କେନ୍ଦ୍ରାପଡ଼ା, ୨୫/୦୫ : ଦୁଇ ବର୍ଷ ତଳେ ଜମ୍ବୁ ଥାନ ମହିଳାଙ୍କୁ ତଣ୍ଟି କାଟି ହତ୍ୟା ଘଟଣାର ଖୁଲାସା । ମିଳିଲା ମହିଳାଙ୍କ ପରିଚୟ। ମୃତ ମହିଳା କେନ୍ଦୁଝର ଜିଲ୍ଲା ସୋସ ଥାନା ଆମ୍ବନାଳିଆ ଗ୍ରାମର ସୋନାଲି ବେହେରା। ପରକୀୟା ପ୍ରୀତି ସନ୍ଦେହରେ ବଡ଼ ଭାଇ ସହ ମିଶି ହତ୍ୟା କରିଥିଲା ସ୍ଵାମୀ ପବିତ୍ର ଖୁଣ୍ଟିଆ। ଭିତର କନିକା ବୁଲେଇବାକୁ ଡାକି ନେଇ ମହାକାଳପଡ଼ା ବ୍ଲକର ଜମ୍ବୁ-କଣ୍ଡରାପାଟିଆ ରାସ୍ତାର ଏକ ନିକାଞ୍ଚନ ସ୍ଥାନରେ ୨୦୨୧ ଜୁନ୍ ୨୬ର ହତ୍ୟା କରିଥିଲା।

ତେବ ମହିଳାଙ୍କ ସାନ ପୁଅ ମଙ୍ଗୁ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲା। ମଙ୍ଗକୁ ନେଇ ପାଖରେ ଥିବା ଇଲେକ୍ଟି ଖୁଣ୍ଟରେ କଚାଡି ମାରିବାକୁ ଉଦ୍ୟମ କରି ମୃତ ଭାବି ଛାଡି ପଳାଇ ଆସିଥିଲେ। ପବିତ୍ରଙ୍କ ସନ୍ଦିଗ୍ଧ ଆଚରଣ ହତ୍ୟାକାଣ୍ଡକୁ ସୁରାକ ଦେଇଥିଲା। ବଞ୍ଚିଥିବା ପୁଅକୁ ଦେଖିବା ପାଇଁ ଚେଷ୍ଟା କରିବାରୁ ଫସିଥିଲେ। ଦୁଇ ଭାଇ ଜେରା ବେଳେ ସବୁ ସତ କଥା ମାନିଯାଇଥିଲେ। ଦଫା ୩୦୨, ୩୦୭, ୧୨୦-ଖ, ୩୪ ଆଇପିସିରେ ଏକ ମାମଲା ରୁଜୁ କରି ଆଜି ପବିତ୍ର ଓ ତାଙ୍କ ବଡ଼ ଭାଇ ବସନ୍ତଙ୍କୁ ଜମ୍ବୁ ସାମୁଦ୍ରିକ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅତିରିକ୍ତ ଏସପି ହରିଶି ଚନ୍ଦ୍ର ପାଣ୍ଡେ ଏନେଇ ସୂଚନା ଦେଇଛନ୍ତି।