PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା: ସୋନାଲ ମାନସିଂଙ୍କୁ ‘ଏକାଡେମୀ ରତ୍ନ’

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ସଙ୍ଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ଆସାମର ଗୌହାଟୀଠାରେ ଜୁନ ୨୬, ୨୦୧୯ରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ସଙ୍ଗୀତ ନାଟକ ଏକାଡେମୀ ଫେଲୋ(ଏକାଡେମୀ ରତ୍ନ) ପାଇଁ ଓଡ଼ିଶୀ ନୃତ୍ୟ ଗୁରୁ ତଥା ରାଜ୍ୟସଭା ସଦସ୍ୟ, ଓଡ଼ିଆ ବୋହୂ ସୋନାଲ ମାନସିଂ, ତବଲା ବାଦକ ଉସ୍ତାଦ ଜାକିର ହୁସେନ, କୋରିଓଗ୍ରାଫର୍‌ ଜତିନ ଗୋସ୍ୱାମୀ ଓ ଭାରତନାଟ୍ୟମ୍‌ ଗୁରୁ କେ. କଲ୍ୟାଣସୁନ୍ଦରମ୍‌ ପିଲ୍ଲାଇଙ୍କୁ ନିର୍ବିବାଦୀୟ ଭାବେ ନିର୍ବାଚିତ କରାଯାଇଛି ।

ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ସୁରୁପା ସେନ ଓ ଛଉରେ ତପନ କୁମାର ପଟ୍ଟନାୟକଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି । ସୁରୁପା ବେଙ୍ଗାଲୁରରେ ରହି ନୃତ୍ୟର ପ୍ରଚାର, ପ୍ରସାର କରୁଥିବାବେଳେ ତପନ ଷଢ଼େଇକଳା-ଖରସୁଆଁରେ ଛଉ ନୃତ୍ୟର ପ୍ରଚାର ଓ ପ୍ରସାରରେ ଲାଗିଛନ୍ତି । ସେଠାରେ ରାଜକୀୟ ଛଉ ନୃତ୍ୟକଳା କେନ୍ଦ୍ରର ଡିରେକ୍ଟର ଭାବେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରି ଆସୁଛନ୍ତି ।

ସେହିପରି ଉସ୍ତାଦ ବିସ୍‌ମିଲ୍ଲା ଖାଁ ଯୁବ ପୁରସ୍କାର ଘୋଷଣା ହୋଇଛି । ଓଡ଼ିଶୀ ନୃତ୍ୟ ପାଇଁ ମଧୁଲିତା ମହାପାତ୍ରଙ୍କୁ ମନୋନୀତ କରାଯାଇଛି । ଛଉ ନୃତ୍ୟରେ ରାକେଶ ସାଇ ବାବୁଙ୍କୁ ପୁରସ୍କାର ଲାଗି ମନୋନୀତ କରାଯାଇଛି । ଗତବର୍ଷ ଏକାଡେମୀ ପୁରସ୍କାର ପାଇଥିବା ମୟୂରଭଞ୍ଜର ଜନ୍ମେଜୟ ସାଇବାବୁଙ୍କୁ ସୁପୁତ୍ର ରାକେଶ ସାଇବାବୁ । ରାକେଶ ଅନେକ ରିଆଲିଟି ଶୋ’ରେ ଭାଗନେବା ସହ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜ ପ୍ରତିଭାର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ଅବସ୍ଥାପିତ ରାକେଶ ନୂତନ ପିଢ଼ିଙ୍କୁ ଛଉ ପ୍ରଶିକ୍ଷଣ ଦେଇ ଆସୁଛନ୍ତି ।

ବାଦ୍ୟ, ସଂଗୀତ, ନୃତ୍ୟ, ଥିଏଟର, ପାରମ୍ପରିକ/ଲୋକକଳା/ତଫସିଲ ଭୁକ୍ତ ଜନଜାତିର ବାଦ୍ୟ/ ନୃତ୍ୟ/ ଥିଏଟର/ ଆଦି କ୍ଷେତ୍ରରେ ଅବଦାନ ପାଇଁ ୪୪ ଜଣ କଳାକାରଙ୍କୁ ୨୦୧୮ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ନିର୍ବାଚିତ କରାଯାଇଛି । ଏହି ୪୪ଟି ପୁରସ୍କାର ମଧ୍ୟରେ ରହିଛି ୩ଟି ଯୁଗ୍ମ ପୁରସ୍କାର । ଏଥିସହିତ ୩୨ଜଣ କଳାକାରଙ୍କୁ ଉସ୍ତାଦ ବିସ୍‌ମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ଚୟନ କରାଯାଇଛି ।

ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ । ୧୯୫୨ ମସିହାଠାରୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଏକାଡେମୀ ଫେଲୋ ସମ୍ମାନରେ ୩,୦୦,୦୦୦ ଏବଂ ଏକାଡେମୀ ପୁରସ୍କାରରେ ୧,୦୦,୦୦୦ ଟଙ୍କାର ଅର୍ଥରାଶି ପୁରସ୍କାର ସହ ତାମ୍ରପତ୍ର ଏବଂ ଅଙ୍ଗବସ୍ତ୍ର ମଧ୍ୟ ପ୍ରଦାନ କରାଯାଇଥାଏ । ବିସ୍‌ମିଲ୍ଲା ଖାଁ ଯୁବ ପୁରସ୍କାର ପାଇଁ ୨୫,୦୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥାଏ ।