PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ସମ୍ବିଧାନ ବାବଦରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫସିବା ଘଟଣା, ନିଜ ଆଡୁ ଇସ୍ତଫା ଦେଲେ କେରଳ ମନ୍ତ୍ରୀ

ଥିରୁଓ୍ବନନ୍ତପୁରମ ୦୬/ ୦୭: ସମ୍ବିଧାନକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ନିଜ ଆଡୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେରଳ ସଂସ୍କୃତି ମନ୍ତ୍ରୀ ସାଜି ଚେରିୟାଂ । ବୁଧବାର ସେ ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଦେଇଛନ୍ତି । ସାଜିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଦକ୍ଷିଣାଞ୍ଚଳ ରାଜ୍ୟଗୁଡିକରେ ତୁମ୍ବିତୋଫାନ ଆରମ୍ଭ ହେବା ପରେ ବାଧ୍ୟ ହୋଇ ସେ ପଦ ଛାଡିଛନ୍ତି ।

ଇସ୍ତଫା ଦେବା ନରେ ସାଜି ଚେରିୟାଂ କହିଛନ୍ତି, ‘ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ଏବଂ ଏହା ମୋର ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ନିଷ୍ପତ୍ତି । ମୁଁ ଆମ ସମ୍ବିଧାନକୁ ଖୁବ ସମ୍ମାନ କରେ ଏବଂ ସମ୍ବିଧାନକୁ ବଦନାମ କରିନାହିଁ । ମନ୍ତବ୍ୟ ଦେବା ସମୟର ନିର୍ଦ୍ଧିଷ୍ଟ ଏକ ପଏଣ୍ଟକୁ ନେଇ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି । ସିପିଆଇ-ଏମ୍‌ ଏବଂ ଏଲଡିଏଫ୍‌କୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର’।

ଅବଶ୍ୟ ପରେ ସାଜି ଚେରିୟାଂ ନିଜେ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ । ଅନ୍ୟପଟେ ଏହାକୁ ନେଇ ବିରୋଧୀ କଂଗ୍ରେସ ମେଣ୍ଟ ଜୋରଦାର ପ୍ରତିକ୍ରିୟା ପ୍ରକାଶ କରିଛି । ଅନ୍ୟପଟେ ବିଜେପି କହିଛି ଯେ, ସମ୍ବିଧାନର କାର୍ଯ୍ୟ ପଦ୍ଧତି ବାବଦରେ ସେ ଜାଣିବା ଉଚିତ । ଯାହାକୁ ସେ ଅସମ୍ମାନ କରୁଛନ୍ତି ଏବଂ ନିଜ ଦଳ ସିପିଆଇ-ଏମ୍‌କୁ ବିବାଦ ଭିତରକୁ ଟାଣିଛନ୍ତି’।

ସୂଚନାଯୋଗ୍ୟ, ଗତ ସୋମବାର କେରଳର ପୂର୍ବତନ ସଂସ୍କୃତି ମନ୍ତ୍ରୀ ସାଜି ଚେରିୟାଂ ଭାରତକୁ ସମ୍ବିଧାନକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । କହିଥିଲେ, ‘ସମ୍ବିଧାନ ହେଉଛି ଶୋଷଣର ଏକ ମାଧ୍ୟମ । ଜନସାଧାରଣଙ୍କୁ ଲୁଟିବା ପାଇଁ ଏଭଳି କରାଯାଇଛି’। ଯାହାକୁ ନେଇ ଆରମ୍ଭ ହୋଇଥିଲା ତୁମ୍ବିତୋଫାନ । ଶେଷରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।