PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

କେରଳର ବନ୍ୟା ପରେ ଏହି ବୃଦ୍ଧଙ୍କୁ ମିଳିଲାନି ସରକାରୀ ସାହାଯ୍ଯ: ବିକିବାକୁ ବାହାରିଥିଲେ କିଡନୀ, ଜାଣନ୍ତୁ ଜୋସେଫ ଓ ତାଙ୍କ ପତ୍ନୀଙ୍କ କରୁଣ କାହାଣୀ

source:khabar.ndtv.com

ଇଡୁକ୍କି ୧୫/୨: କେରଳର ଇଡୁକ୍କିରେ ୭୨ ବର୍ଷୀୟ ଜଣେ ବୃଦ୍ଧ ଅଗଷ୍ଟରେ ଆସିଥିବା ବନ୍ୟାରେ ନିଜର ସର୍ବସ୍ୱ ହରାଇସାରିଥିଲା । ମୁଣ୍ଡ ଗୁ଼୍ଞ୍ଜିବା ପାଇଁ ତାଙ୍କ ପାଖରେ ଘର ଖଣ୍ଡେ ନଥିଲା । ଶେଷରେ ବାଧ୍ୟ ହୋଇ ନିଜ କିଡନୀ ବିକିବାକୁ ଯାଉଥିଲେ । ତେବେ ଏହାପରେ ସରକାରଙ୍କ ଆଶ୍ୱାସନା ମିଳିବାରୁ ଆଶ୍ୱସ୍ତି ହେଲେ ଏହି ବୃଦ୍ଧ ଜଣକ ।

ଏହି ୭୨ ବର୍ଷୀୟ ବୃଦ୍ଧଙ୍କ  ନାଁ ହେଉଛି ଜୋସେଫ । ପେସାରେ ଚାଷୀ । ବନ୍ୟାରେ ସବୁକିଛି ହରାଇଦେଇଥିଲେ ଜୋସେଫ । କୌଣସି ଦିଗରୁ ମିଳିଲାନି ସହାୟତା । ପଞ୍ଚାୟତ ଅଧିକାରୀଙ୍କୁ ମାଗିଲେ ସାହାଯ୍ୟ କିନ୍ତୁ ସେମାନେ ଜୋସେଫଙ୍କୁ ମାଗିଲେ ଲାଞ୍ଚ । ଏପରିକି ତାଙ୍କୁ ଓ ତାଙ୍କ ପତ୍ନୀଙ୍କର ମଜା ଉଡାଇଥିଲେ କିଛି ଅଧିକାରୀ । ଶେଷରେ ନିରାଶ ହୋଇ ମୁଣ୍ଡ ଗୁଞ୍ଜିବା ପାଇଁ ଟଙ୍କା ଯୋଗାଡ କରିବା ପାଇଁ ବଡ ପଦକ୍ଷେପ ନେଲେ ଜୋସେଫ । ସେ ନିଜ କିଡନୀ ବିକିବା ପାଇଁ ବାହାରିଲେ ।

ତେବେ ଏହି ଖବର ଜୋସେଫଙ୍କ କିଛି ପଡୋଶୀ ଏବଂ ଅନ୍ୟ କିଛି ମାଧ୍ୟମ ଦେଇ ଶେଷରେ ପହଞ୍ଚିଥିଲା ଜଣେ ସାମ୍ବାଦିକଙ୍କ ପାଖରେ । ମିଡିଆରେ ଏହି ଖବର ଆସିବା ପରେ ସମସ୍ତଙ୍କ ଆଖିରେ ଲୁହ ଆସିଗଲା । ସମସ୍ତେ ତାଙ୍କ କରୁଣ କାହାଣୀ ଜାଣିଲେ । କେରଳ ସରକାର ଇଡୁକ୍କି ଜିଲ୍ଲାରେ ନିଜର ସର୍ବସ୍ୱ ହରାଇଥିବା ଜୋସେଫଙ୍କୁ ଖୁବଶୀଘ୍ର ସାହାଯ୍ଯ କରିବାପାଇଁ ଆଶ୍ୱାସନା ଦେଲେ । ତେବେ ସବୁ ଦିଗରୁ ଆଶ୍ୱାସନା ପାଇବା ପରେ ଖୁସି ହୋଇ ପତ୍ନୀଙ୍କ ସହ ନିଜ ଭଙ୍ଗା ଘରକୁ ଫେରିଯାଇଛନ୍ତି ଜୋସେଫ ।

ସମ୍ବନ୍ଧିତ ଖବର