ରିଲିଜ ହେଲା ଫିଲ୍ମ ‘କେଶରୀ’ର ଦମଦାର୍ ଟ୍ରେଲର

source:www.youtube.com
ମୁ୍ମ୍ବାଇ ୨୧/୨: ଅକ୍ଷୟ କୁମାର ବହୁ ପ୍ରତିକ୍ଷୀତ ଫିଲ୍ମ ‘କେଶରୀ’ର ଟ୍ରେଲର ରିଲିଜ ହୋଇସାରିଛି । ଏହି ଫିଲ୍ମର ଟ୍ରେଲରରେ ଅକ୍ଷୟ କୁମାରଙ୍କ ଦମଦାର ଅଭିନୟ ଓ ଡାଇଲଗ୍ ଦେଖିବାକୁ ମିଳୁଛି । ଫିଲ୍ମଟି ସାରାଗଢୀର ସେହି ମହାନ୍ ଯୁଦ୍ଧ ସମ୍ପର୍କରେ ବଖାଣିବ ଯେଉଁଥିରେ ୧୦ ହଜାର ଆଫଗାନ ସୈନିକଙ୍କ ସହିତ ମୁକାବିଲା କରିବା ପାଇଁ ୨୧ ଜଣ ସିଖ୍ ମିଶି ଲଢିଥିଲେ ଏବଂ ତାଙ୍କୁ ପରାସ୍ତ କରିଥିଲେ । ଏହି ଯୁଦ୍ଧର କାହାଣୀ ଇତିହାସରେ ଲିପିବଦ୍ଧ ହୋଇରହିଛି । କେବଳ ଦେଶ ନୁହେଁ ବିଦେଶରେ ମଧ୍ଯ ଏହି ଯୋଦ୍ଧାଙ୍କୁ ଆଜିବି ସମ୍ମାନର ସହିତ ସ୍ମରଣ କରାଯାଏ ।
ଫିଲ୍ମରେ ଅକ୍ଷୟ କୁମାର ଈଶର ସିଂହଙ୍କ ଭୂମିକାରେ ନଜର ଆସିବେ ଯିଏ କି ଦେଶର ସୁରକ୍ଷାରେ ନିୟୋଜିତ ଥିବା ୨୧ ସିଖଙ୍କ ମଧ୍ଯରେ ଜଣେ ଥିଲେ । ଫିଲ୍ମର ଟ୍ରେଲର ଦେଖିଲେ ଆପଣଙ୍କ ରୁମ ଟାଙ୍କୁରି ଯିବ । ୧୦ ହଜାର ସୈନିକଙ୍କ ବିରୁଦ୍ଧରେ ୨୧ ଜଣ ଶିଖଙ୍କ ଲଢାଇ ଓ ଅକ୍ଷୟ କୁମାରଙ୍କ ଦମଦାର ଡାଇଲଗ୍ ଆପଣଙ୍କ ହୃଦୟକୁ ଛୁଇଁବ ।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂହ । ଫିଲ୍ମଟି କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରଡ୍ଯୁସ୍ କରାଯାଇଛି । ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ଲିଡ୍ ରୋଲରେ ନଜର ଆସିବେ ପରିଣୀତି ଚୋପ୍ରା ।
ଏହି ଫିଲ୍ମ ୨୧ ମାର୍ଚ୍ଚରେ ରିଲିଜ ହେବ । ଫିଲ୍ମକୁ ହୋଲିର ଖାସ୍ ଉତ୍ସବରେ ରିଲିଜ କରାଯିବ । କହିରଖୁଛୁ ଏହି ଲଢାଇ ୧୨ ସେପ୍ଟେମ୍ବର ୧୮୯୭ରେ ଲଢାଯାଇଥିଲା ।