ଲକ୍ଷ୍ନୌ,୧୭।୬: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବଡ଼ ଦାବି। କାନପୁରରେ ଗଣମାଧ୍ୟମ ସହିତ ଆଲୋଚନା କରି ସେ କହିଛନ୍ତି ବର୍ତ୍ତମାନ ସମାଜବାଦୀ ପାର୍ଟିର ୨୫ ରୁ ୨୬ ଜଣ ସାଂସଦ ଦଳ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ଅଛନ୍ତି। ଟିଏମସି ଏବଂ ଶିବସେନା ଭିତରେ ବିଭାଜନକୁ ଉଲ୍ଲେଖ କରି ବିଜେପି ନେତାମାନେ ସମାଜବାଦୀ ପାର୍ଟି ଭିତରେ ଫାଟ ଥିବା ଦାବି କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ବିଜେପି ତାଙ୍କ ଦଳକୁ ବିଭାଜିତ କରୁନାହିଁ, ବରଂ ଏହି ନେତାମାନେ ୨୦୨୭ ୟୁପି ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ନିଜ ଦଳ ଛାଡିଦେବେ। ଏହି ରାଜନୈତିକ ଅସ୍ଥିରତା ମଧ୍ୟରେ ରାମ ମନ୍ଦିର ପ୍ରସଙ୍ଗ ନେଇ ମଧ୍ୟ ବୟାନ ବାଜି ହୋଇଛି।
ପୂର୍ବରୁ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓମ ପ୍ରକାଶ ରାଜଭରଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ରାଜଭର ଲେଖିଥିଲେ, ସମାଜବାଦୀ ପାର୍ଟିରେ ଏକ ବଡ଼ ବିଭାଜନ ହେବ, ଏବଂ ରାମ ଗୋପାଳ ଯାଦବ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ଚିଠି ଦେଇଛନ୍ତି। ଖଣି ଏବଂ ଗୋମତୀ ନଦୀ ଫ୍ରଣ୍ଟ ଦୁର୍ନୀତି ସମ୍ପର୍କରେ ସେ କହିଛନ୍ତି ଯେ ସମଗ୍ର ଉତ୍ତର ପ୍ରଦେଶ ମାଷ୍ଟରମାଇଣ୍ଡମାନଙ୍କୁ ଜାଣେ। ଦୁର୍ନିତୀ ଖୋଲିବା ପୂର୍ବରୁ ପୁରା ସମାଜବାଦୀ ପାର୍ଟିର ନେତା ଏବେ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ। ଏହି ସମୟରେ, ୟୁପି ମନ୍ତ୍ରୀ ମନୋଜ ପାଣ୍ଡେ ମଧ୍ୟ କହିଛନ୍ତି , ସମାଜବାଦୀ ପାର୍ଟିରେ ଯୋଗଦେବାକୁ କେହି ଇଚ୍ଛୁକ ନୁହଁନ୍ତି।
ଏହି ଦାବିଗୁଡ଼ିକ ଉପରେ ସମାଜବାଦୀ ପାର୍ଟିର ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଧାନସଭାରେ ବିରୋଧୀ ଦଳ ନେତା ଏବଂ ଏସପି ବିଧାୟକ ମାତା ପ୍ରସାଦ ପାଣ୍ଡେ ଲକ୍ଷ୍ନୌରେ କହିଛନ୍ତି ଯେ ଓମ ପ୍ରକାଶ ରାଜଭର ନିଜେ ଜଣେ ଠକ। ରାଜ୍ୟରେ ଏକଛତ୍ରବାଦ ଚାଲିଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ଭାଷା ଶୈଳୀ ଠିକ୍ ନାହିଁ । ଏହି ସମୟରେ, ଏସପି ନେତା ରବିଦାସ ମେହରୋତ୍ରା ରାଜଭରଙ୍କୁ ଦୋମୁଁହା ବୋଲି କହି କହିଛନ୍ତି। ସେ କହିଛନ୍ତି କେବଳ ତାଙ୍କର ମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ବୟାନ ଦିଅନ୍ତି। ଜଣେ ବି ଏସପି ନେତା ବିଜେପିରେ ଯୋଗ ଦେବେ ନାହିଁ । ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟି୨୦୨୭ ଲୋକସଭା ନିର୍ବାଚନରେ ବିଜୟୀ ହେବ।
ଏହି ସମୟରେ, କାନପୁରର ରାମ ମନ୍ଦିର ଦାନ ବାକ୍ସରୁ ଚୋରି ସମ୍ପର୍କରେ କହିବାକୁ ଗଲେ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ଯେ ଏହି ମାମଲାର ତଦନ୍ତ ଚାଲିଛି, ତେଣୁ ଏଫଆଇଆର କ’ଣ ଦରକାର ? ସେ କହିଛନ୍ତି, ଯିଏ ଦାନ ବାକ୍ସ ଟଙ୍କା ହଡ଼ପ କରିଛି, ସେ କେବଳ ଆଇନଗତ ଦଣ୍ଡ ପାଇବେ ନାହିଁ ବରଂ ଜୀବନରେ କେବେବି ସୁଖ ପାଇବେ ନାହିଁ।