• ୫୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
  • ସମ୍ବଲପୁରରେ ହେବ ଔଷଧ ତିଆରି କାରଖାନା
  • ଯାଜପୁରରେ ହେବ ରେଲଓ୍ବେ କୋଚ୍ କାରଖାନା 

ଭୁବନେଶ୍ବର, ୧୭।୬ : ରାଜ୍ୟରେ ଆଉ ୨୦ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୯ଟି ଜିଲ୍ଲାରେ ଏହି ଶିଳ୍ପ ପ୍ରକଳ୍ପ ହେବ। ଏଥିରେ ୭୬ ହଜାର କୋଟିରୁ ଅଧିକ ଟଙ୍କା ପୁଞ୍ଜିନିବେଶ ରହିଛି। ଏଥିରେ ୫୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତି HLCA ବୈଠକରେ ଏହି ଅନୁମୋଦନ ମିଳିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ଦେଶର ଏକ ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଉଭା ହୋଇଛି। ଆଜିର ଅନୁମୋଦନଗୁଡ଼ିକ ଓଡିଶା ପ୍ରତି ନିବେଶକଙ୍କ ବର୍ଦ୍ଧିତ ଆସ୍ଥା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି, ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ରାଜ୍ୟବ୍ୟାପୀ ସନ୍ତୁଳିତ ବିକାଶ ସୁନିଶ୍ଚିତ କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

ଅନୁମୋଦିତ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ରତ୍ନପଥର ଉତ୍ପାଦନ, ସବୁଜ ଶକ୍ତି ଉପକରଣ,  ଔଷଧ, ଯାନ୍ତ୍ରିକ ଏବଂ ବୈଦ୍ୟୁତିକ ପୁଞ୍ଜି ସାମଗ୍ରୀ, ରାସାୟନିକ ପଦାର୍ଥ, ଇସ୍ପାତ, ଲୁହା ଏବଂ ଫେରୋ ମିଶ୍ରଧାତୁ  ଓ ଶକ୍ତି ପ୍ରମୁଖ କ୍ଷେତ୍ର ।

କିରା ଡାମ୍ ଏଲ୍ଏଲ୍ପି, ଅଞ୍ଜଳି ଲ୍ୟାବଟେକ୍ ଲିମିଟେଡ୍ ଏବଂ ଗ୍ରୋ ମ୍ୟାଗ୍ନିଫିସେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ୯,୮୧୭.୫୦ କୋଟିର ମିଳିତ ନିବେଶ ସହିତ ଖୋର୍ଦ୍ଧାରେ ଲ୍ୟାବରେହୀରା ପ୍ରସ୍ତୁତି କାରଖାନା ସ୍ଥାପନ କରିବେ। ଯାହା ଦ୍ୱାରା ୮୧୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।  ଏହି ପ୍ରକଳ୍ପଗୁଡ଼ିକ ରତ୍ନପଥର ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବ।

ସେହିପରି ସବୁଜ ଶକ୍ତି ଉପକରଣ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ନିବେଶ ଦେଖାଯାଇଛି। ଟାଟା ପାୱାର ନବୀକରଣୀୟ ଶକ୍ତି ଲିମିଟେଡ୍ ୧୦ ହଜାର କୋଟିର ନିବେଶ ସହିତ ଗଞ୍ଜାମରେ ଏକ ଇନଗଟ୍ ଏବଂ ୱେଫର୍ସ ସ୍ଥାପନ ସହ ସୋଲାର ପିଭି ସେଲ୍ ଉତ୍ପାଦନ କାରଖାନା କରିବ। ଯାହା ଦ୍ୱାରା ୫ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ସାତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମରେ ଏକ ସୋଲାର ପିଭି ସେଲ୍ସ ଉତ୍ପାଦନ ପାଇଁ ୧୭୦୯.୮୧ କୋଟି ନିବେଶ କରିବ, ଯାହା ଫଳରେ ୫୧୯ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

N.A.N. Magnetec Private Limited ଖୋର୍ଦ୍ଧା/କଟକରେ ଏକ EV ଗ୍ରେଡ୍ NdFeB ଚୁମ୍ବକ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା ପାଇଁ ୧୨୫୦ କୋଟି ନିବେଶ କରିବ। ଯାହା ଦ୍ୱାରା ୨ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଲାର୍ସନ୍ ଆଣ୍ଡ୍ ଟୁବ୍ରୋ ଲିମିଟେଡ୍ ଗଞ୍ଜାମରେ ଏକ ସିଣ୍ଟେର୍ଡ NdFeB ସ୍ଥାୟୀ ଚୁମ୍ବକ ଉତ୍ପାଦନ ୨୪୦୦ କୋଟି ନିବେଶ କରିବ। ଯାହା ଦ୍ୱାରା ୨ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହା ସହିତ, ୱାର୍ଲ୍ଡ ଟାଇଟାନିୟମ୍ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମରେ ୨୮୦୦ କୋଟି ନିବେଶ ସହିତ ଏକ ଟାଇଟାନିୟମ୍ ଡାଇଅକ୍ସାଇଡ୍ ସ୍ଲାଗ୍ ଏବଂ ଟାଇଟାନିୟମ୍ ଡାଇଅକ୍ସାଇଡ୍ ପିଗ୍ମେଣ୍ଟ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ।

ରତ୍ନମଣି ମେଟାଲ୍ସ ଆଣ୍ଡ ଟ୍ୟୁବ୍ସ ଲିମିଟେଡ୍ ଯାଜପୁରରେ ୧୬୪୨ନିବେଶ ସହିତ ଏକ ଇସ୍ପାତ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ନେକ୍ଟର ଲାଇଫସାଇନ୍ସ ଲିମିଟେଡ୍ ସମ୍ବଲପୁରରେ ଏକ ଔଷଧ ଉତ୍ପାଦନ ୟୁନିଟ୍ ପାଇଁ ୧୧୭୦ କୋଟି ନିବେଶ କରିବ। ଯାହା ଦ୍ଵାରା ଏକହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଜୁପିଟର ୱାଗନ୍ସ ଲିମିଟେଡ୍ ୧୫୦୦ କୋଟି ନିବେଶ ସହିତ ଯାଜପୁରରେ ଏକ ରେଳବାଇ କୋଚ୍ କାରଖାନା କରିବ। ଯାହା ଦ୍ଵାରା ଏକ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ରଶ୍ମି ମେଟାଲୁଜିକାଲ ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍ ଯାଜପୁରରେ 4 MTPA ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୧୫ ହଜାର କୋଟି ନିବେଶ କରିବ। ଯାହା ଦ୍ଵାରା ୧୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ୍ ସମ୍ବଲପୁରରେ ୭୫୮୦ ନିବେଶ କରିବ ।

ସେହିପରି SMC ପାୱାର ଜେନେରେସନ୍ ଲିମିଟେଡ୍ (ବଡମାଲ) ଝାରସୁଗୁଡାରେ ଏହାର ସମନ୍ୱିତ ଇସ୍ପାତ କାରଖାନା ଏବଂ ସିମେଣ୍ଟ ଉତ୍ପାଦନ ୟୁନିଟ୍ ସମ୍ପ୍ରସାରଣ ପାଇଁ ୫୩୫୦ କୋଟି ନିବେଶ କରିବ। SMC ପାୱାର ଜେନେରେସନ୍ ଲିମିଟେଡ୍ (ହିର୍ମା) ସମାନ ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ୩୮୦୦ କୋଟି ନିବେଶ କରିବ। BR ଷ୍ଟିଲ୍ ଆଣ୍ଡ୍ ପାୱାର ପ୍ରାଇଭେଟ୍ ଲିମିଟେଡ୍ ସମ୍ବଲପୁରରେ ୨୪୦୦ କୋଟି ନିବେଶ ସହିତ 1.2 MTPA ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ। ଯାହା ୫୦୨୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। Orissa Alloy Steel Private Limited ସୁନ୍ଦରଗଡରେ ଏକ ଲୁହାପଥର କାରଖାନାରେ ୧୨୦୦ କୋଟି ନିବେଶ କରିବ। ଯାହା ୧୧୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

Rajapuspa Renova LLP ମାଲକାନଗିରିରେ ୫୨୨୦ କୋଟି ନିବେଶ ସହିତ ଏକ ପମ୍ପଡ୍ ଷ୍ଟୋରେଜ୍ ହାଇଡ୍ରୋ ପାୱାର ପ୍ଲାଣ୍ଟ ପ୍ରତିଷ୍ଠା କରିବ। କେୟୁ ଉର୍ଜା ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡାରେ ଏକ କୋଇଲା-ଭିତ୍ତିକ ତାପଜ ବିଦ୍ୟୁତ୍ କେନ୍ଦ୍ରରେ ୨୪୭୧.୯୮ କୋଟି ନିବେଶ କରିବ। ଯାହା ଦ୍ୱାରା ୪୭୮ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସିଂହଲ ଷ୍ଟିଲ୍ ଆଣ୍ଡ୍ ପାୱାର ପ୍ରାଇଭେଟ୍ ଲିମିଟେଡ୍ ରାୟଗଡାରେ ୧,୩୦୦.୫୭ କୋଟି ନିବେଶ ସହିତ ଏକ ଆଲୁମିନିୟମ୍ ଡାଉନଷ୍ଟ୍ରିମ୍ ଉତ୍ପାଦନ ୟୁନିଟ୍ ପ୍ରସ୍ତାବ ଦେଇଛି। ଯାହା ଦ୍ୱାରା ୩,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।