ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେଡି ଛାଡ଼ିଲେ ଦେବାଶିଷ ନାୟକ । ପୂର୍ବତନ ବରୀ-ଡେରାବିସ୍ ବିଧାୟକ
  • ||
  • ୩୪ ନୂଆ ଏନ୍‌ଏସି ଘୋଷଣାରେ ଲୋଇସିଂହା ବାଦ୍, ୧୨ ଘଣ୍ଟିଆ ବନ୍ଦ ଡାକରା
  • ||
  • ମାଲକାନଗିିରି: ଛତିଶଗଡ଼ କାଙ୍କେରରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତ
  • ||
  • ବାଲିପାଟଣା ଥାନା ଭିତରେ ଯୁବକଙ୍କୁ ଛେଚିଲେ, ୨ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ୧୦ ବାଇକ ସହ ୩୦ ଯାତ୍ରୀ ଫସିଲେ
  • ||
  • ଯୁକ୍ତ ୨ ପରୀକ୍ଷା ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି: ୭୦ ମାର୍କର ପରୀକ୍ଷାରେ ୨୭ ମାର୍କର ସିଲାବସ୍‌ ବାହାର ପ୍ରଶ୍ନ
  • ||
  • ଡବ୍ଲ୍ୟୁପିଏଲ୍‌- ୨୦୨୪: ରୋମାଞ୍ଚକ ମୁକାବିଲା, ୟୁପି ୱାରିୟର୍ସଠୁ ୨ରନ୍‌ରେ ଜିତିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ
  • ||
  • ‘ଦିଲ୍ଲୀ ଚଲୋ’ ସ୍ଥଗିତ ରହିବା ପରେ ଖୋଲିଲା ଦିଲ୍ଲୀ-ହରିଆଣା ସୀମା, ଶମ୍ଭୁ ସୀମାରେ ଚାଷୀଙ୍କ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା
  • ||
  • ବାଙ୍ଖିଡି ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଗଛରେ ପିଟି ହୋଇ ବାଇକ୍ ଚାଳକ ମୃତ
  • ||
  • ବର୍ଷିଲା ପରେ ଖସିଲା ତାତି: ୨୭ ଯାଏ ବର୍ଷା ସମ୍ଭାବନା, ୧୦ରୁ ଅଧିକ ଜିଲ୍ଲାରେ ପାଗ କୋହଲା
  • ||
  • ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ: ଆଜି ‘ସୁଦର୍ଶନ ସେତୁ’ ଲୋକାର୍ପଣ, ସୌରାଷ୍ଟ୍ରକୁ ଦେବେ ୫୨,୨୫୦ କୋଟିର ପ୍ରକଳ୍ପ ଭେଟି
  • ||

କେସିଙ୍ଗାରେ ବିରାଟ ମଟର ସାଇକେଲ ରାଲି

କେସିଙ୍ଗା, ୩୦/୩ : ପବିତ୍ର ରାମ ନବମୀ ଉପଲକ୍ଷେ "ଶ୍ରୀ ରାମ ଜୀ କି ଟୋଲି" କେସିଙ୍ଗା ଦ୍ୱାରା ଶୁକ୍ରବାର ସକାଳ ୧୦ଟାରେ ବଲାଙ୍ଗୀର ଛକ ସ୍ଥିତ ହନୁମାନ ମନ୍ଦିର ସମ୍ମୁଖରୁ ଏକ "ବିରାଟ ମଟର ସାଇକେଲ ରାଲି" ବାହାରି ବୋରିଂପଦର ସ୍ଥିତ ଶ୍ରୀ ଗୋପାଳ ଗୋଶାଳା ଠାରେ ସମାପ୍ତ ହୋଇଛି। ଶତାଧିକ ସଂଖ୍ୟାରେ ପୁରୁଷ ଓ ମହିଳା ରାମ ଭକ୍ତ ଯୋଗଦାନ କରି ମଟର ସାଇକେଲ ରାଲିରେ ସାମିଲ୍ ହୋଇଥିଲେ। ସହରରେ ମଟର ସାଇକେଲ ରାଲି ସମୟରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କେସିଙ୍ଗା ପୁଲିସ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ପୁଲିସ କର୍ମଚାରୀଙ୍କୁ ମୁତୟନ ରଖାଯାଇଥିଲା।

ସେହିପରି ଆଜି ଅପରାହ୍ନ ୩ ଟାରେ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ "ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କର ଏକ ବିରାଟ ପଟୁଆର (ଶୋଭାଯାତ୍ରା)" ବାହାରିବା କାର୍ଯ୍ୟକ୍ରମ ରହିଛି । ଏହି ଶୋଭାଯାତ୍ରା ମୁଖ୍ୟ ସଡକ ଦେଇ ଆସି ବୁଢାଡଙ୍ଗର ମନ୍ଦିର ସାମ୍ନା ତଳ ରାସ୍ତା ଦେଇ ପୂର୍ବ ନଗରପାଳ ସ୍ବର୍ଗତ ଜୟକିଶନ ଶର୍ମାଙ୍କ ଘର, ତିନିକୋଣିଆ ଛକ ଦେଇ ଜନତା ରାଇସ ମିଲରେ ପହଞ୍ଚି ସେଠାରୁ ଫେଡରେସନ/ଗୌରୀ ଶଙ୍କର ମନ୍ଦିର ଛକ ଦେଇ ପୁଣି ମୁଖ୍ୟ ସଡ଼କରେ ଯାଇ ଅମ୍ବାଜି ମନ୍ଦିରରେ ସମାପ୍ତି ହେବ ।

ଏହି ଶୋଭାଯାତ୍ରାକୁ ଏକ ଭବ୍ୟ ଶୋଭାଯାତ୍ରା କରିବା ପାଇଁ କେସିଙ୍ଗାବାସୀ ସମସ୍ତ ପ୍ରକାର ଆୟୋଜନ କରିଛନ୍ତି । କେସିଙ୍ଗା ଅଞ୍ଚଳର ପ୍ରାୟ ସମସ୍ତ ସଙ୍ଗଠନ ଓ ଅନୁଷ୍ଠାନ ମଧ୍ୟ ଏହି ଶୋଭାଯାତ୍ରାରେ ସକ୍ରିୟ ସହଯୋଗ କରୁଛନ୍ତି ଓ ରାସ୍ତାର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାରେ ସାମିଲ ଭକ୍ତଙ୍କ ପାଇଁ ଖାଦ୍ୟପେୟର ବନ୍ଦୋବସ୍ତ ମଧ୍ୟ କରିଛନ୍ତି । ଶୋଭାଯାତ୍ରା ଅମ୍ବାଜି ମନ୍ଦିରରେ ପହଞ୍ଚିବା ପରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ସୁବନ୍ଦୋବସ୍ତ କରାଯାଇଥିବା ନେଇ ଶ୍ରୀ ରାମଜୀ କି ଟୋଲୀ, କେସିଙ୍ଗା ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.