ପୁଣେ,୨୮।୬:ପୁଣେର କେତନ ଅଗ୍ରଓ୍ବାଲ ହତ୍ୟାକାଣ୍ଡ ମାମଲାରେ ସବୁଦିନ  ଚକିତ କଲା ଭଳି ମାମଲା ସାମନାକୁ ଆସୁଛି। ମହାରାଷ୍ଟ୍ରର ପ୍ରସିଦ୍ଧ ଲୋହାଗଢ କିଲ୍ଲାରେ କେତନଙ୍କୁ ହତ୍ୟା କରିବା ମାମଲାରେ ପୋଲିସ କରିଛି ବଡ଼ ଖୁଲାସା। ପୁନେ ଗ୍ରାମୀଣ ପୋଲିସର ଯାଞ୍ଚରୁ ଜଣାପଡିଛି ଯେ, ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ଓ ତା’ର ପ୍ରେମିକ ଚେତନ ଚୌଧୁରୀ କିଭଳି ହତ୍ୟା କରାଯିବ ସେ ନେଇ ଗୁଗୁଲ ଓ ୟୁଟ୍ୟୁବ୍‌ରେ ସର୍ଚ୍ଚ କରିଥିଲେ। କେବଳ ସେତିକି ନୁହେଁ ହତ୍ୟାର ସ୍ଥାନ ସିଲେକ୍ଟ କରିବା ଓ ଧରାପଡିଲେ ପୋଲିସକୁ କ’ଣ ଜବାବ୍ ଦେବେ ଏହାର ମଧ୍ୟ ରିହର୍ସଲ କରିଥିଲେ।

ଏହି ହାଇ ପ୍ରେଫାଇଲ ମର୍ଡର ମିଷ୍ଟ୍ରୀକୁ ଯୋଡିବା ପାଇଁ ପୁଣେ ଗ୍ରାମୀଣ ପୋଲିସ ରବିବାର ଦୁଇ ଅଭିଯୁକ୍ତଙ୍କୁ ସୁରକ୍ଷା ଭିତରେ ଲୋହାଗଡ କିଲ୍ଲାକୁ ନେଇ ପହଁଞ୍ଚିଥିଲା। ଯେଉଁଠାରେ କ୍ରାଇମ୍ ସିନ୍ ରି-କ୍ରିଏଟ୍ କରାଯାଇଥିଲା। ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ସିୟା ଓ ଚେତନ ଏହି ହତ୍ୟାକାଣ୍ଡ ଜଣେ ଟ୍ରେନଡ୍ ଅପରାଧି ଭଳି କରିଛନ୍ତି। ଘଟଣା ପୂର୍ବରୁ ଦୁହେଁ ଲୋହାଗଡ କିଲ୍ଲା ଯାଇଥିଲେ। ସେଠାରେ ସଠିକ ସ୍ଥାନର ଯେପରି ଚିହ୍ନଟ କରିପାରିବେ। ଯେଉଁଠୁ କେତନଙ୍କୁ ତଳକୁ ଫୋପାଡି ଦେବେ। ଧରାପଡିଯିବା ଭୟରେ ସେମାନେ ବେଶ ବଦଳାଇବାର ମଧ୍ୟ ଯୋଜନା କରିଥିଲେ।

ସବୁଠାରୁ ଚକିତ କଲା ଭଳି କଥା ହେଉଛି ଅଭିଯୁକ୍ତମାନେ କେବଳ ଗୋଟିଏ ପ୍ଳାନ୍ କରିଥିଲେ ତାହା ନୁହେଁ। ମୁଖ୍ୟ ପ୍ଳାନ୍ ଫେଲ୍ ହୋଇଯାଇଥିଲେ ତାଙ୍କ ପାଖରେ ଦ୍ବିତୀୟ ପ୍ଳାନ୍ ବି ଥିଲା। ଧରାପଡିବା ପରେ ପୋଳିସ ଆଗରେ କ’ଣ କହିବେ ତା’ର ସ୍କ୍ରିପ୍ଟ ବି ସେମାନେ ପୂର୍ବରୁ ଘୋଷି ଦେଇଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ଦୁହେଁ ମୋବାଇଲର ପୁରା ଚାଟ୍ ହିଷ୍ଟ୍ରି ଓ ରିସାଇକେଲ୍ ବିନ୍‌କୁ ବି ସଫା କରିଦେଇଥିଲେ, ଯାହାକୁ ରିକଭର କରିବା ପାଇଁ ଫୋନକୁ ଫରେନସିକ୍ ଲ୍ୟାବ୍‌କୁ ପଠାଯାଇଥିଲା।

ପୋଲିସ ଫାଇଲରୁ ଜଣାପହିଛି ଯେ, ୧୮ ଜୁନ୍‌ରେ କେତନଙ୍କୁ ହତ୍ୟା କରିବା ପୂର୍ବରୁ ବି ସିୟା ତାଙ୍କୁ ମାରିବାକୁ ପୁରା ପ୍ଳାନିଂ କରିଥିଲା। ୧୪ ରେ କେତନଙ୍କୁ ସିୟା ସେହି କିଲ୍ଳାକୁ ନେଇକି ଯାଇଥିଲା ଯେଉଁଠି କେତନଙ୍କୁ ହତ୍ୟା କରିଥିଲା। ତେବେ ୧୪ ରେ କେତନଙ୍କ ଭାଗ୍ୟ ଭଲ ଥିଲା ସିୟା ଧକ୍କା ଦେବା ପରେ ବି କେତନ ପାହଡ କଡରେ ଥିବା ଛୋଟ ଛୋଟ ବୁଦୁ ବୁଦିଆ ଗଛକୁ ଧରି ନିଜର ଜୀବନ ବଞ୍ଚାଇ ଦେଇଥିଲେ। ସେତେବେଳେ ସିୟା ମିଛ ନାଟକ ଦେଖାଇ ସାପ ସାପ ବୋଲି ଚିତ୍କାର କରି କେତନଙ୍କୁ ଜାବୁଡି ନେଇଥିଲା।। କେତନଙ୍କୁ ଲାଗିଥିଲା ହୁଏତ ସିୟା ସାପକୁ ଦେଖି ଭୟରେ ସନ୍ତୁଳନ ହରାଇ ବସିଥିବ।

୧୪ ଜୁନ୍‌ରେ ପ୍ଲାନିଂ ଫେଲ୍ ହେବାପରେ ସିୟା ହାର ମାନି ନଥିଲା। ୧୮ ଜୁନ୍‌ରେ ନିଜ ଜନ୍ମଦିନର ବାହାନ କରି କେତନଙ୍କୁ ପୁଣିଥରେ ଟ୍ରାକିଂ ପାଇଁ ଲୋହାଗଡ କିଲ୍ଲା ନେଇ ଯାଇଥିଲା। ଏଥର ସେ ନିଜ ପ୍ରେମିକ ଚେତନକୁ ବି ଡକାଇଥିଲା। ପୋଲିସର କହିବା ଅନୁସାରେ, ଯୋଜନା ମୁତାବକ ସିୟା ଓ କେତନ ପାହାଡ କଡରେ ସ୍ଥିର କରାଯାଇଥିବା ଜାଗାରେ ବସିଥିଲେ। ପଛରୁ ଚେତନ ଆସି କେତନଙ୍କୁ ଜୋରଦାର ଧକ୍କା ଦେଇଥିଲା। କେତନ ସିଧା ଯାଇ ପଡିଥିଲେ ୩୦୦ ଫୁଟ୍ ଖାଲରେ, ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଆହୁରି ପଢନ୍ତୁ :Pune Murder Case: ପୁଣେ କେତନ ହତ୍ୟାକାଣ୍ଡରେ ବଡ଼ ଟ୍ୱିଷ୍ଟ; ଜେଲ୍ ଭୟରେ ପ୍ରେମୀଙ୍କ ମଧ୍ୟରେ 'ବ୍ଲେମ୍ ଗେମ୍', ନିଜକୁ ବଞ୍ଚାଇବାକୁ ରଣନୀତି