ଭାରସାମ୍ୟ ହରାଇ ଓଲଟିଲା କାର୍, ଜଣେ ମୃତ

ଆନନ୍ଦପୁର, ୦୪/୧୨ : ଭାରସାମ୍ୟ ହରାଇ ଓଲଟିଲା କାର୍। ଘଷିପୁରା ଥାନା ୨୦ ନମ୍ଵର ଜାତୀୟ ରାଜପଥ ଦରଖୋଳା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବିମା ନିଗମର ଶାଖା ପରିଚାଳକଙ୍କ ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ଭାରତୀୟ ଜୀବନ ବିମା ନିଗମର ଶାଖା ପରିଚାଳକ ନାରାୟଣ ମଲ୍ଲିକ ଆନନ୍ଦପୁରରେ ହେଉଥିବା ଏକ ବୈଠକରେ ଯୋଗ ଦେବାକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ତାଙ୍କ କାର୍ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ନାରାୟଣଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।