ପଳାସପଙ୍ଗା କିଡ଼କୋ ପ୍ଲାଣ୍ଟ ଛକରେ ସଦର ପୋଲିସ ପକ୍ଷରୁ ବ୍ୟାରିକେଡ ସ୍ଥାପନ

କେନ୍ଦୁଝର ସଦର, ୦୨/୧୨ : କେନ୍ଦୁଝର ଜିଲ୍ଲା ପଳାଶପଙ୍ଗା ସ୍ଥିତ ୨୦ ନମ୍ବର ଜାତୀୟ ରାଜପଥ ଏବଂ ପଳାସପଙ୍ଗା କିଡ଼କୋ ରାସ୍ତାଟି ପ୍ଲାଣ୍ଟ ଛକ ସାଙ୍ଗକୁ ଦୁଇଟି ରାଜପଥର ଛକ ସ୍ଥାନ ହୋଇଥିବାରୁ ରାସ୍ତାଟି ସର୍ବଦା ବ୍ୟସ୍ତବହୁଳ ରହୁଛି। ଜନ ଗହଳିକୁ ଆଖି ଆଗରେ ରଖି ଆଜି ସଦର ଥାନା ପକ୍ଷରୁ ୮ ଗୋଟି ସୁରକ୍ଷା ବ୍ୟାରିକେଡ ଲଗାଯାଇଛି ।
କିଛି ଦିନ ହେବ ପଳାଶପଙ୍ଗା ନିକଟବର୍ତ୍ତୀ ରାସ୍ତା ଉପରେ ବାରମ୍ବାର ସଡକ ଦୁର୍ଘଟଣା ଘଟୁଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସଦର ଥାନା ଅଧିକାରୀ ସୁନୀଲ କୁମାର କରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସ୍ପଞ୍ଜ ଆଇରନ ଏବଂ ଷ୍ଟିଲ ଲିମିଟେଡ଼ କମ୍ପାନୀ ସହାୟତାରେ ବ୍ୟାରିକେଡ ସ୍ଥାପନ କରାଯାଇଛି । ଏହି ବ୍ୟାରିକେଡ ଗୁଡିକ ସୁରକ୍ଷା ଦିଗରେ ବେଶ ସହାୟକ ହୋଇପାରିବ ବୋଲି ପଳାଶପଙ୍ଗା ବିଟ ହାଉସ ଅଧିକାରୀ ମହେନ୍ଦ୍ର ସାହୁ କହିଛନ୍ତି । କମ୍ପାନୀର ଇଭିପି ସଂଜୀବ କାପୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାରଖାନା ମୁଖ୍ୟ କମଲଦୀପ ସାହାଣୀ, ଶରଜ କୁମାର ବ୍ରହ୍ମ, ପୋଲିସ କର୍ମଚାରୀ ଭୋଳେଶ୍ୱର ନଏକ ପ୍ରମୁଖ ଉପସ୍ଥିତ ରହି ୮ ଗୋଟି ବେରିକେଡ ଲଗାଯାଇଛି ।