PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ

*ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି
*ସ୍ଵାମୀକୁ ଡରାଇବାକୁ ଥାନାକୁ ଯାଇଥିଲା ସ୍ତ୍ରୀ, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
*ସ୍ୱାମୀର ଆତ୍ମହତ୍ୟାକୁ ନେଇ ସ୍ତ୍ରୀ ବୋହସ

କେନ୍ଦୁଝର ସଦର, ୧୯/୦୩ : ପାରିବାରିକ କଳହର କରୁଣ ପରିଣତି। ସ୍ଵାମୀ ନାଁରେ ଅଭିଯୋଗ କରିବାକୁ ଥାନାକୁ ଗଲା ସ୍ତ୍ରୀ। ଏପଟେ ସ୍ତ୍ରୀର ଲୁଗାରେ ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚାୟତ ଡାଳିମାପୁର ଗ୍ରାମ ବଡପଦା ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁର ଗୌରାଙ୍ଗ ମୁଣ୍ଡା (୨୮ ବର୍ଷ) ଆତ୍ମହତ୍ୟା କରିଛନ୍ତି।

ସୂଚନାନୁଯାୟୀ, ଡାଳିମାପୁର ଗ୍ରାମ ବଡପଦା ସାହିର ଗୌରାଙ୍ଗ ଏବଂ ତାଙ୍କ ସ୍ତ୍ରୀ ସୁକୁରମୁନି ମୁଣ୍ଡାଙ୍କ ମଧ୍ୟରେ ରବିବାର ଦିନ ବେଳା କଳହ ଲାଗିଥିଲା।ସୁକୁରମୁନି ଗତକାଲି ଠାରୁ ଘର ଛାଡି ପଡୋଶୀଙ୍କ ଘରେ ରହି ଆଜି ସ୍ୱାମୀଙ୍କ ନାମରେ ସଦର ଥାନାକୁ କେସ୍ ଦେବା ପାଇଁ ଯାଇଥିଲେ। ଏହି ସମୟରେ ଗୌରାଙ୍ଗ ଘର ଭିତରେ ସ୍ତ୍ରୀର ଏକ ଶାଢୀ ସାହାଯ୍ୟରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ଗୌରାଙ୍ଗଙ୍କ ନାନା ସାଇବାଣୀ ମୁଣ୍ଡା ନାତି ସଙ୍ଗାରେ ଝୁଲୁଥିବାର ଦେଖି ସାହି ଲୋକଙ୍କୁ ଡାକି ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ଗୌରାଙ୍ଗଙ୍କ ମୃତ୍ୟୁ ହୋଇସାରିଥିଲା। ସ୍ତ୍ରୀ ସୁକୁରମୁନିର ଅଭିଯୋଗକୁ ଭିତିକରି ସଦର ପୋଲିସ ଡାକିବା ପାଇଁ ଗୌରାଙ୍ଗର ଘରକୁ ଯାଇଥିଲା। ଉଭୟଙ୍କ ମଧ୍ୟରେ ବୁଝାମଣା କରିବା ନିମନ୍ତେ ପୋଲିସ ଗୌରାଙ୍ଗ ଘରକୁ ପହଁଚିଲା ବେଳେ ଗୌରାଙ୍ଗ ଆରପାରିକୁ ଚାଲିଯାଇଥିଲେ । ପରେ ପୋଲିସ ଥାନାରେ ଥିବା ସୁକୁରମୁନିକୁ ନେଇ ପୁଣି ଘଟଣାସ୍ଥଳକୁ ଫେରି ତଦନ୍ତ ଜାରି ରଖିଛି । ସେପଟେ ସ୍ୱାମୀର ଆତ୍ମହତ୍ୟାକୁ ନେଇ ସ୍ତ୍ରୀ ବୋହସ ହୋଇପଡ଼ିଥିଲା। ଶବକୁ ବ୍ୟବଛେଦ ପାଇଁ ପୋଲିସ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।