PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଆରମ୍ଭ ହେଲା ‘କେଜିଏଫ୍ ୨’ ର ସୁଟିଂ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

source:www.bollywoodlife.com

ମୁମ୍ବାଇ ୧୩/୩: କେଜିଏଫ୍ ଚାପ୍ଟର ୧ ସୁପରହିଟ୍ ହେବାପରେ କେଜିଏଫ୍ ଚାପ୍ଟର ୨କୁ ଅପେକ୍ଷା କରିଥିଲେ ଦର୍ଶକ । ତେବେ ଖୁବଶୀଘ୍ର ଦର୍ଶକଙ୍କ ଏହି ଅପେକ୍ଷାର ଅନ୍ତ ହେବାକୁ ଯାଉଛି । କାରଣ କେଜିଏଫ୍ ୨ରୁ ସୁଟିଂ ଆରମ୍ଭ ହୋଇଯାଇଛି । କିଛି ଘଣ୍ଟା ପୂର୍ବରୁ ତରଣ ଆଦର୍ଶ ନିଜ ଟ୍ୱିଟର ଆକାଉଣ୍ଟରୁ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ କେଜିଏଫ୍ ସୁଟିଂ ଆରମ୍ଭ କରିବା ପୂର୍ବରୁ ଫିଲ୍ମର ପୁରା ଟିମ୍ ଭଗବାନଙ୍କ ଆରାଧନା କରୁଛନ୍ତି । କହିରଖୁଛୁ କେଜିଏଫରେ ୟଶ ଓ ଶ୍ରିନିଧି ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

କେଜିଏଫ୍ ଚାପ୍ଟର ୧ ଭଳି ଚାପ୍ଟର ୨ ମଧ୍ୟ ହିନ୍ଦୀ, ତାମିଲ, ତେଲୁଗୁ, ମଲୟାଲମ୍ ଓ କନ୍ନଡ ଭାଷାରେ ରିଲିଜ ହେବ । ପାର୍ଟ ୧ରେ ୟଶଙ୍କୁ ଦମଦାର ଭୂମିକାରେ ଦେଖିବାକୁ ମିଳିଥିଲା । ତେବେ ପାର୍ଟ୍ ୨ ମଧ୍ଯ ପୂର୍ବଭଳି ଦମଦାର ଓ ସୁପରହିଟ୍ ହେବ ବୋଲି ଅନୁମାନ କରାଯାଉଛି । ପୂର୍ବରୁ ହିଁ ଫିଲ୍ମର ନିର୍ମାତା ସୂଚନା ଦେଇଥିଲେ ଯେ ଫିଲ୍ମଟି ୨ ଭାଗରେ ରିଲିଜ ହେବ ।  କହିରଖୁଛୁ କେଜିଏଫ୍ ପାର୍ଟ ୨ରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ମଧ୍ଯ ଦମଦାର ଭୂମିକାରେ ନଜର ଆସିବେ ।