ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଦିନରେ ସରକାରୀ କାର୍ଯ୍ୟ, ସନ୍ଧ୍ୟାରେ ସମର କୋର୍ସ ପଢ଼ାଉଛନ୍ତି ବିଡିଓ

Published By : Rasmita Pradhan | April 9, 2025 2:31 PM

ଖଜୁରୀପଡ଼ା, ୯/୪: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବିଡିଓ ଶୁଭ ଦତ୍ତାତ୍ରେୟ ବାହିନୀପତି। ନିଆରା ଆଭିମୁଖ୍ୟ ପାଇଁ ଏବେ ଚର୍ଚ୍ଚାରେ। ଦିନରେ ନିଜର ସରକାରୀ କାର୍ଯ୍ୟ ପରେ ସନ୍ଧ୍ୟାବେଳେ ପିଲାଙ୍କୁ ପଢ଼ାଇବାକୁ ମନୋନିବେଶ କରିଛନ୍ତି। ସନ୍ଧ୍ୟା ୬ରୁ ୭ ପର୍ଯ୍ୟନ୍ତ ବ୍ଲକର କନ୍‌ଫରେନ୍‌ସ ହଲରେ ସମର କୋର୍ସ ଦିଆଯାଉଛି । ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଡାକି ନିଜେ ଶିକ୍ଷାଦାନ କରୁଛନ୍ତି ବିଡିଓ ବାହିନୀପତି । ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଆବଶ୍ୟକୀୟ ଶିକ୍ଷଣୀୟ ଜ୍ଞାନ ପ୍ରଦାନ କରୁଛନ୍ତି । ବର୍ତ୍ତମାନ ପଞ୍ଚମ ଶ୍ରେଣୀରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ସାଧାରଣଜ୍ଞାନ ଓ ଇଂରାଜୀ କହିବାର ଦକ୍ଷତା ବଢ଼ାଇବା ପାଇଁ ଏକମାସ ବ୍ୟାପୀ ଖରାଦିନିଆ କୋର୍ସ ଚଳାଇଛନ୍ତି । 

କେବଳ ଏତିକି ନୁହେଁ, ଛାତ୍ରଛାତ୍ରୀଙ୍କୁ ଭେଟି ଭଲ ପାଠ ପଢ଼ିବା ପାଇଁ ପରାମର୍ଶ ସହିତ ବିଭିନ୍ନ ଆବାସିକ ବିଦ୍ୟାଳୟକୁ ଯାଇ ଶୃଙ୍ଖଳା ଓ ନୀତି ଆଦର୍ଶ ଉପରେ ମାର୍ଗଦର୍ଶନ ଦେଉଛନ୍ତି । ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ଦେଇ ବ୍ୟକ୍ତିଗତ ଭାବେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଭେଟି ଭଲ ପଢ଼ିବା ପାଇଁ ବୁଝାଇବା ସହ ଭବିଷ୍ୟତରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ କିଭଳି ଭାଗ ନେଇ ସଫଳ ହେବେ ସେନେଇ ମଧ୍ୟ ଟିପ୍‌ସ୍‌ ଦେଉଛନ୍ତି । ବିଡିଓଙ୍କ ଏଭଳି ଶିକ୍ଷାଦାନ କାର୍ଯ୍ୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ବେଶ ଆଦୃତ ହୋଇଛି । ଏହାଦ୍ୱାରା ତାଙ୍କର ସରକାରୀ କାର୍ଯ୍ୟ ବ୍ୟାଘାତ ହେଉ ନଥିବା ସେ କହିଛନ୍ତି । 

ବିଡିଓ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ସାଧାରଣ ଲୋକଙ୍କ ସହ ସମସ୍ୟା ବିଷୟରେ ଆଲୋଚନା କରୁଛନ୍ତି। ଛୁଟି ଦିନରେ ମଧ୍ୟ ସରକାରୀ କାମ କରୁଥିବା ଦେଖିବାକୁ ମିଳୁଛି । ମୁଁ କନ୍ଧମାଳର ବାସିନ୍ଦା, ତେଣୁ ଜିଲ୍ଲାର ସମସ୍ୟା ମୁଁ ଜାଣିଛି । ଗରିବ ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବା ପାଇଁ ମୁଁ ଉଦ୍ୟମ କରୁଛି ବୋଲି ବିଡିଓ କହିଛନ୍ତି।

ଏହି ଖବରଟିକୁ ପଢନ୍ତୁ-IAS ମନୋଜ କୁମାର ପରିଡ଼ା ହେଲେ ନୂଆ ମୁଖ୍ୟ ସୂଚନା କମିଶନର, ନିଯୁକ୍ତି ଦେଲେ ରାଜ୍ୟ ସରକାର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.