PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ କାବୁ କଲା ପୁଲିସ,  ଗୋଡ଼ାଇ ଗୋଡ଼ାଇ ଧରିଲା ୫୦ ରୁ ଅଧିକ ପୁଲିସ ଗାଡ଼ି

ଚଣ୍ଡିଗଡ଼: ଖଲିସ୍ତାନ ନେତା ତଥା ୱାରିସ ପଞ୍ଜାବ ଡେ’ର ମୁଖ୍ୟ ଅମ୍ରିତପାଲ ସିଂହକୁ ଅଟକ ରଖିଲା ଜଲନଧର ପୁଲିସ। ତାକୁ ଧରିବା ପାଇଁ ପଞ୍ଜାବ ପୁଲିସ ଶନିବାର ସବୁଆଡ଼େ ଜାଲ ବିଛାଇଥିଲା। ଏହା ପୂର୍ବରୁ ଜଲନଧର ପୁଲିସ ଅମ୍ରିତପାଲଙ୍କ ୬ ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ ହେପାଜତକୁ ନେଇଥିଲା।

ପ୍ରାୟ ୫୦ ରୁ ଅଧିକ ପୁଲିସ ଗାଡ଼ି ଅମ୍ରିତପାଲ ଓ ତାର ସହଯୋଗୀଙ୍କୁ ଧରିବା ପାଇଁ ସେମାନଙ୍କ ପିଛା କରିଥିଲା। ଶାହକୋଟ ନିକଟରେ ଅମ୍ରିତପାଲ ଲୁଚିରହିଥିବା ନେଇ ଖବର ପାଇବା ପରେ ଆଜି ସକାଳେ ପୁଲିସ ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା। ଶେଷରେ ଅମ୍ରିତପାଲଙ୍କୁ ଜଲନଧର ନକୋଦର ନିକଟରେ ପୁଲିସ ଉଠାଇ ନେଇଛି। 

ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଓ ତାର ସହଯୋଗୀଙ୍କୁ ଧରିବା ପାଇଁ ପଞ୍ଜାବର କିଛି ଜିଲ୍ଲାରେ ଇଣ୍ଟରନେଣ୍ଟ ସେବା ଆସନ୍ତା କାଲି ଯାଏ ବନ୍ଦ କରିଦିଆଯାଇଛି। ଏହାସହ ଏସଏମଏସ ସେବା, ବେକିଂ, ମୋବାଇଲ ରିଚାର୍ଚ୍ଚ ଏବଂ କଲିଂ ସେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ସାର୍ବଜନିକ ସୁରକ୍ଷା ଦୃଷ୍ଟିରୁ  ଏହି କଟକଣା ୧୮ ରୁ ୧୯ ତାରିଖ (୧୨ ଘଣ୍ଟା) ଯାଏ ବଳବତ୍ତର ରହିବ ବୋଲି ପଞ୍ଜାବ ଗୃହ ବିଭାଗ ସୂଚନା ଦେଇଛି।

ସୂଚନା ଥାଉକି, ଗତ ମାସରେ ଅମ୍ରିତପାଲ ସିଂହ ଓ ତାର ସମର୍ଥକମାନେ ପୁଲିସ ବ୍ୟାରିକେଟ ଭାଙ୍ଗିବା ସହ ଅଜନାଲା ପୁଲିସ ଥାନାରେ ମାରଣାସ୍ତ୍ର ଦେଖାଇଥିଲେ। ଦଙ୍ଗା ଅଭିଯୋଗରେ ଗିରଫ ହୋଇଥିବା ସେମାନଙ୍କର ସମର୍ଥକଙ୍କୁ ଛାଡ଼ିବା ପାଇଁ ପୁଲିସ କର୍ମଚାରୀଙ୍କ ସହ ମାରପିଟ କରିଥିଲେ।  

ସମ୍ବନ୍ଧିତ ଖବର