ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ

ଭୁବନେଶ୍ୱର ୦୬/୦୨: ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଆବାହନରେ ଆୟୋଜିତ ଖଣ୍ଡଗିରି କୁମ୍ଭମେଳା ଶେଷ ହୋଇଛି । ଖଣ୍ଡଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୁଜାଙ୍କ ନିକଟରେ ଲାଗିଥିବା ଅଖଣ୍ଡ ଦୀପ ଏଠାରେ ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଛି । ଗୁମ୍ଫା ସଲଗ୍ନ ଶ୍ରୀ ଶ୍ରୀ ହନୁମାନଜୀଙ୍କ ମନ୍ଦିର ପ୍ରାଙ୍ଗଣରେ ୯ଦିନ ବ୍ୟାପୀ ଚାଲିଥିବା ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ମଧ୍ୟ ସନ୍ଧ୍ୟାରେ ସରିଛି । ଦେଶର କୋଣ ଅନୁକୋଣରୁ ଆସି ଏହି ମେଳାରେ ଯୋଗ ଦେଇଥିବା ସାଧୁସନ୍ଥମାନେ ସେମାନେ ଚଳାଇ ଆସିଥିବା ଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି । ଏହି ପର୍ବରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ମେଳା ଅବସରରେ କୁମ୍ଭମେଳା ସ୍ମରଣିକା ପ୍ରସ୍ତୁତ କରାଯାଇ ୨୦୨୪ ଫେବ୍ରୁଆରୀ ୬ ତାରିଖରେ ଉନ୍ମୋଚନ ହେବ ବୋଲି ପରିଷଦର ଆବାହକ ଅଧ୍ୟକ୍ଷ ବାବା ପଞ୍ଚଦେବ ସୂଚନା ଦେଇଛନ୍ତି ।

{"id":531210,"sizeSlug":"full","linkDestination":"none"}

କୁମ୍ଭମେଳାରେ ମା' ବାରଭୂଜା କମିଟି, ସ୍ଥାନୀୟ ପୂର୍ବତନ କର୍ପୋରେଟର, ବର୍ତ୍ତମାନ କର୍ପୋରେଟର, ଜାଗମରା ସାଂସ୍କୃତିକ କମିଟି, ଖଣ୍ଡଗିରି ଗାଁ ଆଖଡ଼ା କମିଟି ସାହାଯ୍ୟ କରିଥିଲେ । ସମସ୍ତଙ୍କୁ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଅନ୍ତର୍ଭୁକ୍ତ ବ୍ୟବସ୍ଥାପକ ବ୍ରହ୍ମଚାରୀ ବିଶ୍ୱ ଚୈତନ୍ୟ ବାବା ଆଲୋକ ଦାସ, ବାବା ଚନ୍ଦନ ଦାସ, ସ୍ୱାମୀ ବିଷ୍ଣୁଗିରି ମହାରାଜ ଓ ପଣ୍ଡିତ ଭକ୍ତଚରଣ ଦାସ ପ୍ରମୁଖ ସାଧୁସନ୍ଥମାନେ କୃତଜ୍ଞତା ଜଣାଇଛନ୍ତି ।

wp:heading {"level":3}

ଭାଙ୍ଗିଲା ଅସ୍ଥାୟୀ ଟେଣ୍ଟ୍‌

/wp:heading

ଖଣ୍ଡଗିରି କୁମ୍ଭମେଳାରେ ଯୋଗ ଦେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ସାଧୁସନ୍ଥ ଆସିଥିଲେ । ଖଣ୍ଡଗିରି ଓ ଉଦୟଗିରି ମୁଣ୍ଡିଆର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଟେଣ୍ଟ୍‌ କରି ଚଳାଇଥିଲେ ହୋମଯଜ୍ଞ । ୯ ଦିନ ଧରି ସାଧୁସନ୍ଥଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଥିଲା ମୁଣ୍ଡିଆ । ମେଳା ଶେଷ ପରେ ଆଜି ରାତିରୁ ସାଧୁସନ୍ଥମାନେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ବାହୁଡ଼ିବା ଆରମ୍ଭ କରି ଦେଇଛନ୍ତି । ଅଧିକାଂଶ ସନ୍ଥ ପଳାଇଥିବା ବେଳେ ଆଉ କିଛି ଦିନେ ଦୁଇଦିନ ଭିତରେ ବାହୁଡ଼ିବେ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.