PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ: ଖଣ୍ଡଗିରିରୁ ଗଳିତ ମୃତଦେହ ଜବତ

ଭୁବନେଶ୍ୱର,୨୫ ।୭(ବ୍ୟୁରୋ): ଖଣ୍ଡଗିରି ଥାନା ଠାରୁ ମାତ୍ର ଶହେ ମିଟର ଦୂର ଜାତୀୟ ରାଜପଥ କଡ଼ରେ ଥିବା ଏକ ଖାଲରୁ ଆଜି ସକାଳେ ପୁଲିସ ଜଣେ ଯୁବକଙ୍କ ଗଳିତ ମୃତଦେହ ଜବତ କରିଛି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ବୟସ ଆନୁମାନିକ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ । ଯୁବକ ଜଣଙ୍କୁ କୌଣସି ସ୍ଥାନରେ ହତ୍ୟା କରି ସେଠାରେ ଫିଙ୍ଗି ଦିଆ ଯାଇଥିବା ଅନୁମାନ କରାଯାଉଛି ।ଘଟଣାରୁ ଜଣାଯାଇଛି, ଆଜି ସକାଳେ ଖଣ୍ଡଗିରି ନିକଟ ଜାତୀୟ ରାଜପଥ ସର୍ଭିସ୍‌ ରୋଡ୍‌ କଡ଼ ଚାରା ବିକ୍ରୟ କେନ୍ଦ୍ର ପାଖରେ ଥିବା ଏକ ଖାଲରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିଲା ।

ଲୋକେ ଦେଖି ଖଣ୍ଡଗିରି ଥାନାକୁ ଜଣାଇଥିଲେ । ମୃତଦେହଟି ସଂପୂର୍ଣ୍ଣ ପଚି ପୋକ ସାଲୁବାଲୁ ହେଉଥିଲେ । ଯୁବକ ଜଣକ ଏକ ଧଳାରଙ୍ଗର ଗଞ୍ଜି ଓ ଏକ ଜିନ୍‌ ପ୍ୟାଣ୍ଟ୍‌ ପିନ୍ଧିଥିଲେ । ଦେହ ହାତ ପଚି କିଛି ମାଂସ ଖସି ପଡ଼ିଥିଲା । ତେଣୁ ଶରୀରରେ ହଣାକଟାର କିଛି ଚିହ୍ନ ଜଣା ପଡ଼ୁନାହିଁ । ମୃତଦେହଟି ଆନୁମାନିକ ୫ ଦିନ ତଳର ହେବ । ଯୁବକଙ୍କ ପକେଟରୁ ପୁଲିସକୁ ପେଟ ଖରାପ ପାଇଁ ବ୍ୟବହୃତ ଦୁଇଟି ବଟିକା ମିଳିଛି । ଜାତୀୟ ରାଜପଥ କଡ଼ରେ ଯୁବକଙ୍କ ମୃତଦେହ ଏତେଦିନ ଧରି ପଡ଼ିବା ଓ କେହି ନ ଜାଣି ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗତକାଲି ବର୍ଷା ପରେ ଆଜି ସକାଳୁ ପ୍ରବଳ ଗନ୍ଧ ବାହାରିବାରୁ ଘଟଣା ବିଷୟରେ ଜଣାପଡ଼ିଥିଲା ।

ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ପାରିପାଶ୍ୱର୍ିକ ଅବସ୍ଥାରୁ ଯୁବକ ଜଣଙ୍କୁ କୌଣସି ସ୍ଥାନରେ ହତ୍ୟା କରି ସେଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଡକାଇ ଶବ ପଞ୍ଚନାମା କରିବା ସହ ମୃତଦେହ ଜବତ କରିଥିଲା । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଛି । ବ୍ୟବଚ୍ଛେଦ ରିପୋର୍ଟ ଓ ଯୁବକଙ୍କ ପରିଚୟ ମିଳିବା ପରେ ଏହା ହତ୍ୟାକାଣ୍ଡ କିମ୍ବା ଅନ୍ୟ କିଛି କାରଣ ରହିଛି, ତାହା ଜଣାପଡ଼ିବ ବୋଲି ପୁଲିିସ କହିଛି ।