PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଜ୍ଵାଇଁକୁ ପିଟିପିଟି ମାରିଦେଲେ ଶ୍ଵଶୁର ଘର ଲୋକେ, ୫ ଅଟକ

ଖପ୍ରାଖୋଲ, ୦୯/୦୩ : ଜ୍ଵାଇଁକୁ ପିଟିପିଟି ମାରିଦେଲେ ଶ୍ଵଶୁର ଘର ଲୋକେ। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବ୍ରିପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜରି ବସ୍ତାରେ ଭର୍ତ୍ତି ହୋଇଥିବା ମୃତକ ରୁଦ୍ର ମେହେରର ଶବ ଓ ଏକ ଭ୍ୟାନକୁ ଜବତ କରିଛି ପୋଲିସ।

ସୂଚନା ଅନୁସାରେ, ଖପ୍ରାଖୋଲ ଥାନା ଚାବ୍ରିପାଲି ଗ୍ରାମରେ ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ରାଜଭାଟି ପଡାର ରୁଦ୍ର ମେହେର ବିବାହ କରିଥିଲେ । ତାଙ୍କର ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗି ରହିଥିଲା । ଗତ ବୁଧବାର ଦିନ ତାଙ୍କ ସ୍ତ୍ରୀ ସରୋଜିନୀ ମେହେର ଏକ ବିବାହ ଉତ୍ସବକୁ ଯାଇଥିଲେ । ରୁଦ୍ର ଓ ଶ୍ଵଶୁର ଘର ଲୋକେ ଘରେ ଥିବା ସମୟରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇଥିଲା । ଉକ୍ତ ସମୟରେ ହାତାହାତି ହୋଇ ଜ୍ଵାଇଁର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।

ଅନ୍ୟପକ୍ଷରେ ଶ୍ଵଶୁର ଘର ଲୋକେ ଏହି ଘଟଣାକୁ ଚପାଇ ଦେବାକୁ ଏକ ଭ୍ୟାନ୍ ଯୋଗେ ଜ୍ଵାଇଁର ମୃତଦେହକୁ ଜରି ବସ୍ତାରେ ଭର୍ତ୍ତି କରି କୌଣସି ସ୍ଥାନକୁ ଫିଙ୍ଗି ଦେବାକୁ ଉଦ୍ୟମ କରୁଥିଲେ । ପୋଲିସ ବୁଧବାର ରାତ୍ରି ସମୟରେ ଉକ୍ତ ଘଟଣା ବିଷୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚାବ୍ରିପାଲ ଗାଁକୁ ଯାଇଥିଲା। ପୋଲିସ ମୃତଦେହ ଜବତ କରିବା ସହ ଉଦ୍ଧବ ମେହେର ( ୫୫ ବର୍ଷ), ଅନିରୁଦ୍ଧ ମେହେର (୧୫ ବର୍ଷ), ସୁନିଲ କୁମାର ମେହେର ଓ ଦୁଇ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।