ପଦ୍ମ ଧରିବାକୁ ଆଗ୍ରହୀ ଖାରବେଳ, କହିଲେ ଯଦି ବିଜେପି ଚାହିଁବ ତେବେ ସାମିଲ ହେବି

source:www.picsbud.com
ଭୁବନେଶ୍ୱର ୧୦/୩: ପଦ୍ମ ଧରି ପାରନ୍ତି ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁ । ପୂର୍ବତନ ସାଂସଦ ତଥା ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁ ବିଜେପିରେ ସାମିଲ ହେବା ପାଇଁ ଆଗ୍ରହୀ ଥିବା କଥା କହିଛନ୍ତି । ବିଜେପିରେ ସାମିଲ୍ ହୋଇ ଲଢିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଖାରବେଳ । ସେ କହିଛନ୍ତି ଯେ ଯଦି ବିଜେପି ଚାହିଁବ ତେବେ ସେ ଦଳରେ ସାମିଲ ହେବେ । ସେ ଏହା ମଧ୍ଯ କହିଛନ୍ତି ଯେ ସେ ୪-୫ ଦିନ ତଳେ ଏନେଇ ଅରୁଣ ସିଂହଙ୍କ ସହ କଥା ହୋଇଥିଲେ ।
ସେ କହିଛନ୍ତି ଯେ ସେ ୭ଥର ନିର୍ବାଚନ ଲଢିଛନ୍ତି । ସେଥି ମଧ୍ୟରୁ ପଦ୍ମରେ ୬ଥର ଲଢିଛନ୍ତି । ଗଣତାନ୍ତ୍ରିକ ସାମୁଖ୍ୟର ବ୍ରଜ ତ୍ରିପାଠୀଙ୍କ ସହ ସେ ଆଲୋଚନା କରିଥିବା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏବଂ ବ୍ରଜ ତ୍ରିପାଠୀ ଲୋକସଭା ପାଇଁ ଆଗ୍ରହୀ ଅଛନ୍ତି ।