PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

କଳାହାଣ୍ଡି ପ୍ରଶାସନ ପକ୍ଷରୁ ଖଲିଆଭଟାରୁ ଆରମ୍ଭ ହେଲା ଖରିଫ ଧାନ ସଂଗ୍ରହ

ଭବାନୀପାଟଣା କୋକସରା, ୨୫/୧୧: ଆଜି ଠାରୁ କଳାହାଣ୍ଡି ଜିଲ୍ଲାରେ ଚଳିତ ଖରିଫ ଋତୁ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଜୟପାଟଣା ବ୍ଳକ ବାନେର ପେକ୍ସ ଅଧିନସ୍ଥ ଖଲିଆଭଟା ମଣ୍ଡିରେ ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ଅଧିକାରୀ ଓ ଆରଏମସି ଅଧିକାରୀଙ୍କ ଉପସ୍ଥିତିରେ ଚଳିତ ବର୍ଷର ପ୍ରଥମ କରି ଧାନ କ୍ରୟ ଶୁଭାରମ୍ଭ ହୋଇଛି । ଖଲିଆଭଟା ମଣ୍ଡିରୁ ତିନି ଜଣ ଚାଷୀଙ୍କ ୧୨୫.୯୮ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି । ଜିଲ୍ଲା ଯୋଗାଣ ବିଭାଗ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଆରସିଏସ୍ ପ୍ରମୋଦ କୁମାର ସାହୁ, ଉପଖଣ୍ଡ ଯୋଗାଣ ଅଧିକାରୀ ଖଗେଶ୍ବର ପଣ୍ଡା ତଥା ସମବାୟ ସମିତି କର୍ମଚାରୀ ଉପସ୍ଥିତ ଥିଲେ ।ପୂର୍ବବର୍ଷ ମଣ୍ଡିରେ ଧାନ ବିକ୍ରି ସମୟରେ ଚାଷୀଙ୍କ ଯେଉଁ ସମସ୍ୟା ଦେଖା ଦେଇଥିଲା ତାହାକୁ ସମାଧାନ ପାଇଁ ଆଗତୁରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ କହିଛନ୍ତି । ତେବେ କଟନୀଛଟନୀକୁ ନେଇ ଚାଷୀଙ୍କ ବିଭିନ୍ନ ପ୍ରଶ୍ନ ରହିଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କୁ ସରକାରଙ୍କ ସୂଚନା ଅନୁସାରେ ନିର୍ଦ୍ଧାରିତ ତାରିଖରେ ଉନ୍ନତମାନର ଧାନ ମଣ୍ଡିକୁ ଆଣିବା ପାଇଁ ପରାମର୍ଶ ଦିଆଯାଇଛି ।