ଖରିଫ୍ ମଣ୍ଡି ଆରମ୍ଭ ଦାବିରେ ଉପଜିଲ୍ଲପାଳଙ୍କୁ ଦାବି ପତ୍ର

ଜୟପୁର, ୨୮/୧୧ : ଖରିଫ୍ ମଣ୍ଡି ଆରମ୍ଭ ଦାବିରେ ଉପଜିଲ୍ଲପାଳଙ୍କୁ ଦାବି ପତ୍ର। ଜିଲ୍ଲା କୃଷକ ମଞ୍ଚ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତ ବର୍ଷ ଅମଳ ଆରମ୍ଭ ହୋଇଯାଇଥିବାର ଡିସେମ୍ବର ପ୍ରଥମ ସପ୍ତାହରେ ମଣ୍ତି ଆରମ୍ଭ କରିବାକୁ ଦାବି କରିଛନ୍ତି।
ସେପଟେ ଦଲାଲ ସକ୍ରିୟ ହୋଇଗଲେଣି ବୋଲି କୃଷକ ମଞ୍ଚ ଅଭିଯୋଗ କରିଛି। ଅମଳ ହୋଇଥିବା ଧାନ ଛତିଶଗଡ଼ ଓ ଆନ୍ଧ୍ର ଚାଲାଣ ହେବାର ସମ୍ଭାବନା ରହିଛି। ତେଣୁ ତୁରନ୍ତ ମଣ୍ଡି ଖୋଲାଯାଉ, ନହେଲେ ଅନ୍ଦୋଳନ ହେବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି।