PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଜାଣନ୍ତୁ ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତ : ସଂକ୍ରାନ୍ତିରେ ଖେଚୁଡ଼ି ଖାଇବାର ମହତ୍ୱ

ମକର ସଂକ୍ରାନ୍ତି ଏଥର ଦୁଇ ଦିନ ରହିଛି | ମକର ସଂକ୍ରାନ୍ତିରେ ଏଥର ସ୍ୱତନ୍ତ୍ର ସଂଯୋଗ ଦେଖାଦେଉଛି | ମକର ସଂକ୍ରାନ୍ତିରେ ସର୍ବାର୍ଥସିଦ୍ଧି ଯୋଗ ହେବାକୁ ଅଛି | ସୂର୍ଯ୍ୟ ମକର ସଂକ୍ରାନ୍ତି ଅର୍ଥାତ ୧୪ ତାରିଖ ରାତି ୮ଟାରେ ମକର ରାଶିରେ ପ୍ରବେଶ କରିବେ | ୧୫ ତାରିଖ, ମଙ୍ଗଳବାର ଦିନ ୧୨ଟା ଯାଏଁ ସଂକ୍ରାନ୍ତି ତିଥି ରହିବ |
ସେଥିପାଇଁ ୧୫ ତାରିଖ ଦିନ ୧୨ଟା ପୂର୍ବରୁ ସ୍ନାନ ଏବଂ ଦାନ ପାଇଁ ଶୁଭ ମୁହୂର୍ତ୍ତ ରହିଛି | ମକର ସଂକ୍ରାନ୍ତି ଅବସରରେ ସ୍ନାନ ଏବଂ ଦାନର ବିଶେଷ ଯୋଗ ରହିଛି | ମକର ସଂକ୍ରାନ୍ତିରେ ଖେଚୁଡ଼ି ତିଆରି କରିବା, ଖାଇବା ଏବଂ ଦାନ କରିବାର ପରମ୍ପରା ରହିଛି | ଏହାକୁ ବହୁତ ଶୁଭ ବୋଲି ବିଶ୍ୱାସ କରାଯାଇଥାଏ | ଚାଉଳକୁ ଚନ୍ଦ୍ରମାଙ୍କ ପ୍ରତୀକ ଭାବେ ବିଶ୍ୱାସ କରାଯାଏ | କଳା ବିରି ଶନି ଏବଂ ସବୁଜ ପରିବାକୁ ବୁଧଙ୍କ ପ୍ରତୀକ | ମକର ସଂକ୍ରାନ୍ତିରେ ଖେଚୁଡ଼ି ଖାଇଲେ କୁଣ୍ଡଳୀରେ ଗ୍ରହଙ୍କ ସ୍ଥିତି ଦୃଢ ହୋଇଥାଏ | ସେଥିପାଇଁ ମକର ସଂକ୍ରାନ୍ତିରେ ଚାଉଳ, କଳା ଡାଲି, ଲୁଣ, ହଳଦୀ, ମଟର ଏବଂ ସବୁଜ ପରିବା ପକାଇ ଖେଚୁଡ଼ି ପ୍ରସ୍ତୁତ କରାଯାଇଥାଏ |

ଆସନ୍ତୁ ଜାଣିବା ଏହି ପରମ୍ପରା କେବେଠାରୁ ଆରମ୍ଭ ହୋଇଛି :

ମକର ସଂକ୍ରାନ୍ତିରେ ଖେଚୁଡ଼ି ତିଆରି କରିବା ପରମ୍ପରା ବାବା ଗୋରଖନାଥ ଆରମ୍ଭ କରିଥିଲେ | ଖିଲିଜିଙ୍କ ଆକ୍ରମଣ ବେଳେ ନାଥ ଯୋଗୀଙ୍କୁ ଖିଲିଜିଙ୍କ ସହ ଯୁଦ୍ଧ କାରଣରୁ ଖିଲିଜିଙ୍କୁ ଭୋଜନ ପ୍ରସ୍ତୁତ କରିବା ପାଇଁ ସମୟ ମିଳୁନଥିଲା | ଯେଉଁଥିପାଇଁ ଯୋଗୀମାନେ ଅଧିକାଂଶ ସମୟରେ ଭୋକିଲା ରହିଯାଉଥିଲେ | ଭୋକିଲା ଯୋଗୁଁ ଯୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡିଥିଲେ |

ଯୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ବାବା ଗୋରଖନାଥ ଡାଲି, ଚାଉଳ ଏବଂ ପନିପରିବାକୁ ଏକାସଙ୍ଗେ ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦେଇଥିଲେ | ଏହି ଭୋଜନ ସ୍ୱାଦିଷ୍ଟ ହେବାସହ ସ୍ୱାସ୍ଥ୍ୟ ପାଇଁ ଉପାଦେୟ ମଧ୍ୟ ଥିଲା | ଖେଚୁଡ଼ି ଦ୍ୱାରା ଶରୀରକୁ ବଳ ମଧ୍ୟ ମିଳୁଥିଲା | ନାଥ ଯୋଗୀଙ୍କୁ ଏହି ଭୋଜନ ବହୁତ ଭଲ ଲାଗିଥିଲା | ଏହାପରେ ବାବା ଗୋରଖନାଥ ଏହି ବ୍ୟଞ୍ଜନର ନାଁ ରଖିଥିଲେ ଖେଚୁଡ଼ି |

ଅଳ୍ପ ସମୟରେ ପ୍ରସ୍ତୁତ ହେଉଯାଇଥିଲା ଖେଚେଡ଼ି ଦ୍ୱାରା ନାଥ ଯୋଗୀଙ୍କ ଭୋଜନ ସମସ୍ୟା ଦୂର ହୋଇଯାଇଥିଲା | ଏହାସହ ଖିଲିଜିଙ୍କ ଆତଙ୍କକୁ ଦୂର କରିବାରେ ମଧ୍ୟ ନାଥମାନେ ସଫଳ ହୋଇଥିଲେ | ଖିଲିଜିଙ୍କ ଠାରୁ ମୁକ୍ତି ପାଇବା ପରେ ଗୋରଖପୁରରେ ମକର ସଂକ୍ରାନ୍ତିକୁ ବିଜୟ ଦର୍ଶନ ପର୍ବ ଭାବେ ପାଳନ କରାଯାଏ | ଏହି ଦିନ ଗୋରେଖନାଥଙ୍କ ମନ୍ଦିର ପାଖରେ ଖେଚେଡ଼ି ଆରମ୍ଭ ହୋଇଥାଏ | ଏହି ମେଳା ଅନେକ ଦିନ ଚାଲିଥାଏ | ଏହି ମେଳାରେ ବାବା ଗୋରେଖନାଥଙ୍କ ପାଖରେ ଖେଚେଡ଼ି ଭୋଗ କରାଯାଇଥାଏ | ଏହି ଭୋଗକୁ ପ୍ରସାଦ ଭାବେ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥାଏ |