ନୂଆଦିଲ୍ଲୀ,୦୧/୦୨; ମୋଦି ସରକାରଙ୍କ ତୃତୀୟ ପାଳିର ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତର ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ବଜେଟରେ ଖେଲୋ ଇଣ୍ଡିଆ ମିଶନ୍ ଘୋଷଣା ହୋଇଛି । ଖେଲୋ ଇଣ୍ଡିଆ ମିଶନରେ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରହିଛି । ପ୍ରତିଭାକୁ ଚିହ୍ନଟ କରି ପରବର୍ତ୍ତୀ ଦଶନ୍ଧିକୁ ଯିବାର ଲକ୍ଷ୍ୟ ରହିଛି । ବଜେଟରେ ଭାରତର କ୍ରୀଡ଼ା କ୍ଷେତ୍ରକୁ ଅଧିକ ମଜଭୁତ କରିବାକୁ ଏକ ବ୍ୟାପକ ୧୦-ବର୍ଷୀୟ ଯୋଜନା ଘୋଷଣା କରିଛନ୍ତି । 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ''କ୍ରୀଡା କ୍ଷେତ୍ର ନିଯୁକ୍ତି, ଦକ୍ଷତା ଏବଂ ନିଯୁକ୍ତି ସୁଯୋଗ ପାଇଁ ବାଟ କାଢିଥାଏ । ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ା ପ୍ରତିଭାଙ୍କ ପଦ୍ଧତିଗତ ପୋଷଣକୁ ଆଗକୁ ନେଇ, ମୁଁ ଆଗାମୀ ଦଶନ୍ଧିରେ କ୍ରୀଡ଼ା କ୍ଷେତ୍ରକୁ ପରିବର୍ତ୍ତନ କରିବା ପାଇଁ ଏକ ଖେଲୋ ଇଣ୍ଡିଆ ମିଶନ ଆରମ୍ଭ କରିବାକୁ ପ୍ରସ୍ତାବ ଦେଉଛି। "