PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ, ଥାନାରେ ଏତଲା ଦେଲେ ବ୍ୟକ୍ତିଗତ ସହାୟକଙ୍କ ପତ୍ନୀ

ଖୋର୍ଦ୍ଧା, ୨୪/୧୧ : ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ। ଜିଲ୍ଲାପାଳଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ବ୍ୟକ୍ତିଗତ ସହାୟକଙ୍କ ପତ୍ନୀ। ଖୋଦ୍ ଜିଲ୍ଲାପାଳ ଜାତିଗତ ମନ୍ତବ୍ୟ ଓ ମାନସିକ ନିର୍ଯାତନା ଦେଇଥିବା ବ୍ୟକ୍ତିଗତ ସହାୟକଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କ ପତ୍ନୀ ସବିତା ନାୟକ ଜିଲ୍ଲାପାଳଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ଅନୁସାରେ, ଜିଲ୍ଲାପାଳ କେ ସୁଦଶନ ଚକ୍ରବତି ତାଙ୍କ ସ୍ଵାମୀ ହେମନ୍ତ କୁମାର ଭୋଇଙ୍କୁ ମାନସିକ ନିର୍ଯାତନା ଦେବା ସହ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରୁଛନ୍ତି। ସେହିପରି ଓଡ଼ିଆ ଜାତିକୁ ନେଇ ଆପତ୍ତିଜନକ ମନ୍ତଵ୍ୟ ଦେଉଥିବା ଅଭିଯୋଗ କରିଛନ୍ତି। ତେବେ ସବିତା ନାୟକଙ୍କ ଅଭିଯୋଗ ସମ୍ପର୍କରେ ଜିଲ୍ଲାପାଳଙ୍କ ମତାମତ ମିଳିପାରି ନାହିଁ।