• ଖୋଲିଲା ସୂର୍ଯ୍ୟକୁମାର ଯାଦବଙ୍କ ପୋଲ୍
  • ଅଭିନେତ୍ରୀ ଖୋଲିଲେ କହିଦେଲେ ଗୁମର କଥା
  • ଏହି କ୍ରିକେଟରମାନେ ବି କରନ୍ତି ମେସେଜ୍

ନୂଆଦିଲ୍ଲୀ, ୩୦/୧୨: ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥାନ୍ତି ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ଟି-୨୦ ସିରିଜରେ କିନ୍ତୁ ସୂର୍ଯ୍ୟଙ୍କ ବ୍ୟାଟ୍ ଚାଲିନଥିଲା । ଯାହାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏବେ ଜଣେ ଅଭିନେତ୍ରୀ ତାଙ୍କ ଗୁମର କଥା କହିଛନ୍ତି । କିଭଳି ଭାବେ ସ୍କାଏ ତାଙ୍କୁ ମେସେଜ୍ କରନ୍ତି ଏନେଇ ସେ ଏକ ସାକ୍ଷାକାର ସମୟରେ କହିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବାବେଳେ ଏହାକୁ ବହୁଳ ମାତ୍ରାରେ ସେୟାର ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।

ଖୁସି ମୁଖାର୍ଜୀଙ୍କ ମନ୍ତବ୍ୟ:

ତେବେ ସୂର୍ଯ୍ୟକୁମାରଙ୍କୁ ନେଇ ମନ୍ତବ୍ୟ ଦେଇଥିବା ଅଭିନେତ୍ରୀ ଜଣକ ହେଉଛନ୍ତି ଖୁସି ମୁଖାର୍ଜୀ । ସେ ଦେଇଥିବା ଏକ ସାକ୍ଷାତକାରରେ ଜଣାଇଛନ୍ତି କି, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଅନେକ କ୍ରିକେଟ ସୋସିଆଲ ମିଡିଆରେ ତାଙ୍କୁ ଫଲୋ କରିଛନ୍ତି । ଏମିତି ସେମାନେ ତାଙ୍କ ସହ ଚାଟିଂ ମଧ୍ୟ କରନ୍ତି । ପୂର୍ବରୁ ସୂର୍ଯ୍ୟ ତାଙ୍କୁ ବହୁ ମେସେଜ ପଠାଉଥିଲେ । ମାତ୍ର ଏବେ ସେ ଆଉ ଯୋଗଯୋଗରେ ନାହାନ୍ତି । ମୋତେ ଅନେକ କ୍ରିକେଟରମାନେ ପସନ୍ଦ କରୁଥିଲେ । ସେମାନେ ମୋ ସହ କଥା ମଧ୍ୟ ହେଉଥିଲେ । କିନ୍ତୁ ମୁଁ ସେମାନଙ୍କ ସହ ଯୋଡ଼ି ହୋଇ ରହିବାକୁ ଚାହୁଁ ନଥିଲି । ଏପରିକି ମୁଁ କୌଣସି ଗୁଜବକୁ ବିଶ୍ବାସ କରେ ନାହିଁ ବୋଲି ମଧ୍ୟ ସେ କହିଛନ୍ତି ।

ସେପଟେ ଆମେ ଯଦି ଖୁସି ମୁଖାର୍ଜୀଙ୍କ କଥା କହିବା ତାହେଲେ ନିଜର ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ଖୁସିଙ୍କ ଇନଷ୍ଟାଗ୍ରାମରେ ୧.୫ ମିଳିଅନ ଫଲୋର୍ସ ଅଛନ୍ତି । ସେ ସବୁବେଳେ ଅପଲୋଡ କରୁଥିବା ନିଜର ବୋଲ୍ଡ ଫଟୋ ଏବଂ ଭିଡିଓ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସବୁବେଳେ ସେ ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରୟାସ କରିଥାନ୍ତି । ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବ ନିଜ ପତ୍ନୀଙ୍କୁ ସବୁବେଳେ ପ୍ରଂଶସା କରୁଥିବା ଦେଖିବାକୁ ମିଳିଛି । ଏହାସହ ସୂର୍ଯ୍ୟ କହିଛନ୍ତି କି, ତାଙ୍କର ସଫଳ କ୍ୟାରିୟର ପଛରେ ପତ୍ନୀ ଦେବିଶାଙ୍କ ପ୍ରମୁଖ ଭୂମିକା ରହିଛି । ନୂବବର୍ଷ ପରେ ସୂର୍ଯ୍ୟଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି । ଟି-୨୦ ବିଶ୍ବକପ ଆଗକୁ ହେବାକୁ ଥିବାବେଳେ ଏଥିପାଇଁ ଦଳକୁ ପ୍ରସ୍ତୁତ କରିବାକୁ ପଡ଼ିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ସେ ବିଫଳ ହେବା ପରେ ଏବେ ନ୍ୟୁଜିଳାଣ୍ଡ ବିପକ୍ଷ ସିରିଜରେ କିଭଳି ପ୍ରଦର୍ଶନ ରହିବ ତାହା ଚର୍ଚ୍ଚାର ବିଷୟ ।