ପାଟଣାଗଡ, ୦୭/୦୬: ପାଟଣାଗଡ଼ ବ୍ଳକ ବନାଇଁମୁଣ୍ଡା ପଞ୍ଚାୟତ ଖୁଟୁଣାପାଣି ଗାଁର ଅଙ୍ଗନୱାଡ଼ି କେନ୍ଦ୍ର। ବିପଦର ବାସ୍ନା ବାରି ହେଉଥିବା ପରିତ୍ୟକ୍ତ ଘର ଭିତରେ ଭବିଷ୍ୟତର ହସ୍ତାକ୍ଷର ଲେଖୁଛନ୍ତି କୋମଳମତି ଶିଶୁ। ଏନେଇ ଗ୍ରାମବାସୀ ଏବଂ ଅଙ୍ଗନୱାର୍ଡିର କର୍ମୀ ସମ୍ବନିତ ଶିଶୁ ବିକାଶ ବିଭାଗ ଓ ବ୍ଳକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ନିରାଶ ହୋଇଥିବା ଅଭିଯୋଗ ମଧ୍ୟ କରିଛନ୍ତି। ଏହାକୁ ନେଇ ଅଭିଭାବକମାନେ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଠାରେ ୨୨ ଜଣ କୋମଳ ମତି ଶିଶୁମାନଙ୍କୁ ଅଙ୍ଗନୱାର୍ଡି କର୍ମୀ ପ୍ରାକ୍ ବିଦ୍ୟାଳୟ ପାଠ ପାଢ଼ାଇଥାନ୍ତି ।
ଗୋଟିଏ ମାତ୍ର କୋଠରୀ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଛାତରୁ ବେଳେବେଳେ ସିମେଣ୍ଟ ଖସୁଛି। ଛାତର ଲୁହା ଛଡ଼ ସବୁ ଜଳଜଳ ହୋଇ ଦେଖାଯାଉଛି। କେତେ ବେଳେ କ'ଣ ଘଟିବ କହିବା ଅସମ୍ଭବ। ଏପରି ଏକ ବିପଦ ସଙ୍କୁଳ କୋଠରୀରେ କୋମଳ ମତି ଶିଶୁମାନେ ପାଠପଢୁଛନ୍ତି । ତେବେ, ଏଠାରେ କେତେବେଳେ କେଉଁ ପ୍ରକାର ଅଘଟଣ ଘଟିବ କିଛି କୁହାଯାଇ ପାରିବନାହିଁ। ଏବିଷୟରେ ସମ୍ବନିତ ଶିଶୁ ବିକାଶ ଅଧିକାରୀଣୀ ପ୍ରଭାମୟୀ ନାଏକଙ୍କୁ ପଚାରିବାରୁ ଏହା ମୋ ଦୃଷ୍ଟିକୁ ଆସିନଥିଲା ପରିଦର୍ଶନରେ ଯିବି ବୋଲି ପ୍ରକାଶ କରିଥିଲେ। ତେବେ ଜିଲ୍ଲାପାଳ ଏଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଭିଭାବକ ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି।