ଖୋର୍ଦ୍ଧା,୨୮/୦୯: ଶନିବାର ରାତ୍ର ପ୍ରାୟ ସାଢେ ୧୧ଟା ସମୟରେ ବାଲୁଗାଁ ଥାନା ଅନ୍ତର୍ଗତ ପାଟଣାସାହିର ସୁଶୀଲ କୁମାର ସୁବୁଦ୍ଧି ନାମକ ଯୁବ ବ୍ୟବସାୟୀଙ୍କୁ କେହି ଅପହରଣ କରି ନେଇଥିବା ଜଣାପଡ଼ିଛି । ଅପହରଣ କାରଣ ପଛର ରହସ୍ୟ ସ୍ପଷ୍ଟ ହୋଇନଥିବା ବେଳେ ବ୍ୟବସାୟିକ ଶତ୍ରୁତାକୁ ନେଇ କେହି ଦୁର୍ବୃତ୍ତ ଅପହରଣ କରିଥିବା ଅନୁମାନ କରାଯାଉଛି ।
ସୂଚନା ମୁତାବକ, ଶନିବାର ସୁଶୀଲ ତାଙ୍କର ବ୍ୟବସାୟ ବନ୍ଦ କରିବା ଆଗରୁ ବ୍ୟବସାୟ କରିଥିବା ୧୫ ଲକ୍ଷ ଟଙ୍କା ନେଇ କୁଆଡ଼େ ନିଜ ଘରକୁ ଫେରିଥିଲେ। କିନ୍ତୁ ତାଙ୍କ ଗ୍ରାମପାଟଣାସାହି ଛକରୁ କେହି ଦୁର୍ବୃତ୍ତ ତାଙ୍କୁ ଅପହରଣ କରିନେଇଥିବା ଜଣାପଡ଼ିଛି । ଯଦିଓ ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇନି ତଥାପି ପୁଲିସ ନିଜ ତରଫରୁ ଅପହରଣ ନା’ ଏହା ପଛରେ ଅନ୍ୟ କିଛି ରହସ୍ୟ ରହିଛି ତାହାର ତଦନ୍ତ କରୁଥିବା ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡ଼ା ପ୍ରକାଶ କରିଛନ୍ତି।