PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଟ୍ରମ୍ପଙ୍କୁ ଭିଏତନାମରେ ସାକ୍ଷାତ କରିବାକୁ ଟ୍ରେନରେ ବାହାରିଲେ କିମ୍

ହନୋଇ,୨୪।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ମଧ୍ୟରେ ଆସନ୍ତା ୨୭-୨୮ରେ ଭିଏତନାମରେ ସାକ୍ଷାତ ହେବାକୁ ଯାଉଛି। କୁହାଯାଉଛି  ଯେ କିମ୍ ଭିଏତନାମକୁ  ଟ୍ରେନରେ ଯିବେ।  ଏହି ସମୟରେ କିମ୍ ଟ୍ରେନ ଯୋଗେ ୨୭୦୦  କିଲୋମିଟର  ଯାତ୍ରା କରିବେ। ଗଣମାଧ୍ୟମର ସୂଚନା ଅନୁସାରେ କିମ୍ ଟ୍ରେନରେ ଯାତ୍ରା ପାଇଁ ବାହାରି ସାରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ସିଙ୍ଗାପୁରରରେ  ଗତ ଜୁନ୍ ମାସରେ ସିଙ୍ଗାପୁରରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ ପାଇଁ କିମ୍ ଚୀନର  ବିମାନ ଯୋଗେ ଆସିଥିଲେ।

source:https://www.bhaskar.com

ଚୀନର ସହର ଡାନଡୋଙ୍ଗ ଉତ୍ତର କୋରିଆର ସୀମାକୁ ଲାଗିକି ରହଛି। କୁହାଯାଉଛି ଯେ ଭିଏତନାମ ଯିବା  ସମୟରେ କିମ୍ ଚୀନ ବାଟ ଦେଇ ଯିବେ। ଗୋଟିଏ ବ୍ରିଜ ବାଟ ​‌ଦେଇ କିମଙ୍କର ଟ୍ରେନ ଯିବ। କିମଙ୍କୁ ବିମାନରେ ଯାତ୍ରା କରିବାକୁ ଭୟ ଲାଗୁଥିବାରୁ ସେ ଟ୍ରେନରେ ଯାଇଥାନ୍ତି। କେବଳ କିମ୍ ନୁହେଁ ତାଙ୍କ ବାପା କିମ୍ ଜଙ୍ଗ-ଇଲ ଓ ତାଙ୍କର ଜେଜେବାପା କିମ୍ ଇଲ-ସୁଙ୍ଗ ମଧ୍ୟ ଟ୍ରେନ ଯୋଗେ ହିଁ ଚୀନ ଯାଇଥିଲେ।କାରଣ ତାଙ୍କୁ ମଧ୍ୟ ବିମାନରେ ଯିବାକୁ ଭୟ ଲାଗୁଥିଲା।  ଟ୍ରେନର ପ୍ରତିଟି ବଗି ବୁଲେଟପ୍ରୁଫ୍ ହୋଇଥିବାରୁ ତାହା ଖୁବ୍ ଓଜନ। ଏହାର ସ୍ପିଡ ଘଣ୍ଟାକୁ ୬୦ କିଲୋମିଟର ବୋଲି କୁହାଯାଉଛି।