PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

କିଙ୍ଗ୍ ଥିଲେ, କିଙ୍ଗ୍ ଅଛନ୍ତି ବୋଲି କାହିଁକି ଏମିତି କହିଲେ ଶାହରୁଖ

ବଲିଉଡ଼୍ ବାଦଶାହଙ୍କ ମନରେ ଏକଥାକୁ ନେଇ ଟିକିଏ ବି ଅବସୋସ ନାହିଁ ଯେ ତାଙ୍କର ଦୁଇ ଦୁଇଟି ଫିଲ୍ମ ଫ୍ଲପ୍ ହୋଇଗଲା। ‘ଜବ୍ ହ୍ୟାରି ମେଟ୍ ସେଜଲ୍’ ଏବଂ ‘ଜିରୋ’ ବକ୍ସ ଅଫିସରେ ଚିତପଟାଙ୍ଗ ମାରିଲା। ଦର୍ଶକ ମୁହଁ ମୋଡ଼ିଲେ। ପ୍ରଂଶସକମାନେ ବି ଅସନ୍ତୁଷ୍ଟ ହେଲେ। କିଛି ଦିନ ତଳେ ନିଜ ଅସଫଳତା ବିଷୟରେ ବଣ୍ର୍ଣନା କରିବାକୁ ଯାଇ ଶାହରୁଖ୍ ଯାହା କହିଛନ୍ତି ସେଥିରୁ ସ୍ପଷ୍ଟ ଯେ ତାଙ୍କର ବାଦଶାହି ମିଜାଜ୍ ଆଗରୁ ଯେମିତି ଥିଲା ଏବେ ବି ଠିକ୍ ସେମିତି ଅଛି। ବିଫଳତା ତାଙ୍କ ମନୋବଳ ଆଦୋୖ ଭାଙ୍ଗି ପାରିନାହିଁ। ଶାହରୁଖଙ୍କ କହିବା ହେଲା ସେ ଅନେକ ବିଷୟରେ ସଫଳ ହୋଇଛନ୍ତି ଯାହା କରିବା ତାଙ୍କ ସ୍ବପ୍ନ ଥିଲା। ସେ ଯେଉଁ ସ୍ବପ୍ନ ଦେଖିଥିଲେ, ଯେଉଁ ସ୍ବପ୍ନକୁ ଛୁଇଁବାକୁ ଚେଷ୍ଟା କରିଥିଲେ ତାହା ସେ କରିପାରିଛନ୍ତି। ସେ କିଙ୍ଗ୍ ଥିଲେ। ଏବେ ବି କିଙ୍ଗ୍ ଅଛନ୍ତି।

ତେଣୁ ଫିଲ୍ମର ସଫଳତା ବା ବିଫଳତା ତାଙ୍କୁ ପ୍ରଭାବିତ କରିପାରିବ ନାହିଁ। ସେ ନିଜ ମଜିର୍ର୍ର ମାଲିକ। ତେଣୁ ସେ ନିଜ ପସନ୍ଦ, ନାପସନ୍ଦ ଅନୁସାରେ କାମ କରିବେ। ସେ ସେଇଆ କରିବେ ଯାହା ସେ କରିବାକୁ ଚାହାନ୍ତି। ଯଦି ସେ କିଙ୍ଗ, ମାତ୍ର ନିଜ ଇଚ୍ଛା ଅନୁସାରେ କାମ କରିପାରିବେ ନାହିଁ ତାହେଲେ ସେ କେବଳ ନାଁ କୁ ମାତ୍ର କିଙ୍ଗ ବୋଲାଇବେ। ସତ କଥା। ଏମିତି ଜବାବ କେବଳ ଜଣେ ରାଜା ବି ବାଦଶାହ ହିଁ ଦେଇପାରିବେ।