‘କିସି କା ଭାଇ, କିସି କା ଜାନ୍’ ଟିଜର ରିଲିଜ, ସଲ୍ମାନ୍ଙ୍କୁ ଜବରଦସ୍ତ ଆକ୍ସନ ଅବତାରରେ ଦେଖିବାକୁ ମିଳିଛି

ମୁମ୍ବାଇ ୨୬/୦୧: ସଲ୍ମାନ୍ ଖାନ୍ଙ୍କ ପ୍ରଶଂସକ ଦୀର୍ଘ ଦିନରୁ ଭାଇଜାନ୍ଙ୍କ ଫିଲ୍ମକୁ ବକ୍ସ ଅଫିସ୍ରେ ଅପେକ୍ଷା କରିଥିବାବେଳେ ବୁଧବାର ‘କିସି କା ଭାଇ କିସି କା ଜାନ୍’ର ଟିଜର ରିଲିଜ୍ ହୋଇଛି । ଟିଜରରେ ସଲ୍ମାନ୍ଙ୍କୁ ଜବରଦସ୍ତ ଆକ୍ସନ ଅବତାରରେ ଦେଖିବାକୁ ମିଳିଛି । ଏଥିସହ ଅଭିନେତ୍ରୀ ପୂଜା ହେଗ୍ଡେଙ୍କ ସହ ତାଙ୍କ ରୋମାଣ୍ଟିକ କେମିଷ୍ଟ୍ରି ମଧ୍ୟ ରହିଛି । ଶେହନାଜ୍ ଗିଲ୍ଙ୍କୁ ଦକ୍ଷିଣ ଭାରତୀୟ ଷ୍ଟାଇଲରେ ଦେଖିବାକୁ ମିଳିଛି । ଫିଲ୍ମର ଟିଜର ଦର୍ଶକଙ୍କୁ ପସନ୍ଦ ଆସିଛି।

ଫିଲ୍ମରେ ଭେଙ୍କଟେଶ ଦଗୁବାତୀ, ଜଗପତି ବାବୁ, ଭୂମିକା ଚାୱଲା, ବିଜେନ୍ଦର ସିଂ, ଅଭିମନ୍ୟୁ ସିଂ, ରାଘବ ଜୁୟାଲ, ସିଦ୍ଧାର୍ଥ ନିଗମ, ଜସି ଗିଲ୍, ପଲକ ତିୱାରି, ବିନାଲି ଭଟ୍ଟନାଗର ମଧ୍ୟ ଅଛନ୍ତି । ଚଳିତ ଇଦ୍ ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ । ମଙ୍ଗଳବାର କିଙ୍ଗ୍ ଖାନ୍ ଶାହରୁଖ୍ଙ୍କ ଫିଲ୍ମ ‘ପଠାନ୍’ ରିଲିଜ ହୋଇଥିବାବେଳେ ଏହି ଦିନ ସଲମାନ୍ଙ୍କ ଫିଲ୍ମର ଟିଜର ଆସିଛି । ପ୍ରାୟ ସମସ୍ତ ଥିଏଟରରେ ‘କିସି କା ଭାଇ କିସି କା ଜାନ୍’ ଟିଜର ଅଫିସିଆଲି ଚଲାଯାଇଛି ।