ନୂଆଦିଲ୍ଲୀ : ଲକ୍ଷ୍ନୌ ଆଗରେ ୧୫୬ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା ନାଇଟ୍ ରାଇଡର୍ସ । ୭ ଓ୍ବିକେଟ୍ ବିନିମୟରେ କୋଲକାତା ୧୫୫ ରନ କରିବାରେ ସକ୍ଷମ । ଦଳ ପକ୍ଷରୁ ରିଙ୍କୁ ସିଂହ ସର୍ବାଧିକ ରନ କରିଛନ୍ତି । ଦଳର ବାକି ବ୍ୟାଟ୍ସମ୍ୟାନ ଆଜିର ମ୍ୟାଚରେ ଫ୍ଲପ୍ ହୋଇଛନ୍ତି । ଲକ୍ଷ୍ନୌ ପକ୍ଷରୁ ମହସିନ୍ ଖାନ ସର୍ବାଧିକ ୫ ଓ୍ବିକେଟ୍ ନେଇଛନ୍ତି ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । କୋଲକାତାର ଦୁଇ ଓପନର ଆଜି ମଧ୍ୟ ଫ୍ଲପ୍ ହୋଇଥିଲେ । ସେଫର୍ଟ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିବାବେଳେ ରାହାଣେ ୧୫ ବଲରୁ ୧୦ ରନ କରିଥିଲେ । ଭୁଲ୍ ନିଷ୍ପତ୍ତି ପାଇଁ ରନ୍ ଆଉଟ ହୋଇଥିଲେ ରଘୁବାଂଶୀ । ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗ୍ରୀନ ୨୧ ବଲରୁ ୩୪ ରନ କରିଥିବାବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।
ଏହାସହ ପଢ଼ନ୍ତୁ : ଦିଦିଙ୍କ ଦବଦବା ବନାମ ମୋଦିଙ୍କ ମ୍ୟାଜିକ୍