ନୂଆଦିଲ୍ଲୀ: କୋଲକାତା ନାଇଟ ରାଇଡର୍ସର ଦମଦାର ବ୍ୟାଟିଂ । ୨ ଓ୍ବିକେଟରେ ୨୪୭ ରନର ବିଶାଳ ସ୍କୋର କରିଛି । ଗୁଜୁରାଟ ଆଗରେ ୨୪୮ ରନର ବିଜୟ ଲକ୍ଷ୍ୟ ରହିଛି । ଦଳ ପକ୍ଷରୁ ଫିନ୍ ଆଲେନ, ରଘୁବଂଶୀ ଏବଂ ଗ୍ରୀନ ଖେଳିଲେ ଅର୍ଦ୍ଧଶତକୀୟ ପାଳି ।

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳର ଓପନର ବ୍ୟାଟ୍ସମ୍ୟାନ ଫିନ୍ ଆଲେନ ଆରମ୍ଭକୁ ଗୁଜଜୁରାଟ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ । ଯଦିଓ ରାହାଣେ ୧୪ ରନ କରି ଆଉଟ୍ ହୋଇଥିଲେ କିନ୍ତୁ ଆଲେନଙ୍କ ବ୍ୟାଟ୍ ଅଟକି ନଥିଲା । ସେ ୩୫ ବଲରୁ ୯୩ ରନ କରିଛନ୍ତି । ଯେଉଁଥିରେ ୧୦ ଛକା ଏବଂ ୪ ଚୌକା ରହିଛି ।

ଏହାପରେ ରଘୁବଂଶୀ ଏବଂ ଗ୍ରୀନ ଯୋଡ଼ି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ରଘୁବଂଶୀ ୪୪ ବଲରୁ ୮୨ ରନ କରିଥିବାବେଳେ ଗ୍ରୀନ ୨୮ ବଲରୁ ୫୨ ରନ କରିଥିଲେ । ସେପଟେ ଗୁଜୁରାଟ ପକ୍ଷରୁ ସିରାଜ ଏବଂ ସାଇକିଶୋର ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଥିଲେ ।

ଏହାସହ ପଢ଼ନ୍ତୁ : ସ୍ତ୍ରୀଙ୍କ ନାଁରେ ଗମ୍ଭୀର ଆରୋପ ଆଣିଲେ ରବି ମୋହନ, କାନ୍ଦି କାନ୍ଦି କହିଲେ...