ନୂଆଦିଲ୍ଲୀ: ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି ସାଉଥ ଫିଲ୍ମର ଜଣାଶୁଣା ଅଭିନେତା ରବି ମୋହନ । ପତ୍ନୀ ଆରତୀଙ୍କ ସହ ଛାଡ଼ପତ୍ର ଏବଂ ଗାୟିକା କେନିଶଙ୍କ ସହ ସମ୍ପର୍କକୁ ନେଇ ସୋସିଆଲ ମଡିଆରେ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ଏହାରି ଭିତରେ ଗାୟିକା ଜଣକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି କି, ସେ ଚେନ୍ନାଇ ଛାଡ଼ୁଛନ୍ତି । ଆଉ ଏବେ ରବି ମୋହନ ଏକ ପ୍ରେସମିଟ କରିଛନ୍ତି । ଆଉ ନିଜ ମନର ଅନେକ ଦୁଃଖ କହିବା ସହ ଅଭିନୟ ଛାଡ଼ିବା ଭଳି ବଡ଼ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି ।

ଚେନ୍ନାଇରେ ଏକ ପ୍ରେସମିଟି କରି ରବି କହିଛନ୍ତି କି, ଗାୟିକାଙ୍କ ସହ ସମ୍ପର୍କକୁ ନେଇ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଛି । ଏହାସହ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଛି । ମୁଁ ବହୁତ ଦିନ ଏହାକୁ ସହିଲି କିନ୍ତୁ ଏବେ ଆଉ ନୁହେଁ । ଲୋକେ ମୋ ଧର୍ଯ୍ୟର ପରୀକ୍ଷା କରୁଛନ୍ତି । ଯେଉଁ ସମୟରେ ସେ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା । ଆଉ ସେ କହିଥିଲେ କି, ମୋ ଛାଡ଼ପତ୍ର ନହେବା ପର୍ଯ୍ୟନ୍ତ ମୁଁ ଅଭିନୟକୁ ଫେରିବି ନାହିଁ । ମୋ ଛାଡ଼ପତ୍ର ହେବା ପରେ ମୁଁ ଅଭିନୟ କରିବି । ମୁଁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅଭିନୟ କରି ଆସୁଛି । ମୋର ଅଧିକାଂଶ ଫିଲ୍ମ ସଫଳ ମଧ୍ୟ ହୋଇଛି ।

ସେପଟେ ଏହି ପ୍ରେସମିଟରେ ସେ ପତ୍ନୀଙ୍କ ନାମରେ ଅନେକ ଗମ୍ଭୀର ଆରୋପ ମଧ୍ୟ ଲଗାଇଛନ୍ତି । କହିଛନ୍ତି କି, ଆରତୀ ମୋ ଉପରେ କଳାଯାଦୁ କରୁଥିଲେ । ଯେଉଁ କାରଣରୁ ମୁଁ ରକ୍ତ ବାନ୍ତି କରିଥିଲା । ଏହାସହ ସେ ମୋତେ ବହୁତ ବ୍ଲାକମେଲ ମଧ୍ୟ କରିଛନ୍ତି । ମୁଁ ଚୁପଚାପ ସବୁକୁ ସହିଛି, ବାହାରେ ଏ ସମ୍ପର୍କରେ କେବେ ମଧ୍ୟ ମୁହଁ ଖୋଲିନାହିଁ । ମୁଁ ତାଙ୍କୁ ବିବାହ କରିନଥାନ୍ତି ସେ ମୋତେ ବ୍ଲାକମେଲ କରି ବାହା ହୋଇଛନ୍ତି । ସେ ମୋତେ ବିବାହ କରିବାକୁ ନିଜର ହାତ କାଟି ଦେଇଥିଲେ । ଏଥିପାଇଁ ତାଙ୍କୁ ବିବାହ କରିଥିଲି । ତାଙ୍କୁ ବାହାହୋଇ ମୋ ଜୀବନ ନର୍କ ହୋଇଯାଇଛି ବୋଲି କହିଛନ୍ତି ରବି ମୋହନ । ମୋର କୌଣସି ନିଜସ୍ବ ବ୍ୟାଙ୍କ ଆକାଉଣ୍ଟ ନାହିଁ । ଆମର ମିଳିତ ଭାବରେ ଆକାଉଣ୍ଟ ରହିଛି ।

ଏହାସହ ରବି ମୋହନ କହିଛନ୍ତି କି, ମୋତେ ମୋ ପିଲାଙ୍କ ସହ ମଧ୍ୟ ଭେଟ କରାଇ ଦେଉନାହାନ୍ତି । ତାଙ୍କ ସହ ସୁରକ୍ଷାକର୍ମୀ ପଠାଇ ସ୍କୁଲକୁ ଛଡ଼ାଯାଉଛି । ମୋ ସହ ଯେଭଳି ହେଉଛି ମୁଁ ଆଉ ସହିହେଉନି । ୨୦୦୯ ମସିହାରେ ଆମର ବିବାହ ହୋଇଥିଲା ଯାହାକି ପରିବାର ବିରୋଧରେ ରହିଥିଲା । ତେବେ ଛାଡ଼ପତ୍ର ପାଇଁ ଆବେଦନ କରିଥିବାବେଳେ ଏହି ମାମଲା କୋର୍ଟରେ ବିଚାରାଧିନ ରହିଛି । ସେପଟେ ଗାୟିକାଙ୍କ ସହ ତାଙ୍କର ସମ୍ପର୍କ ଗୁଜବ ପାଇଁ ଟ୍ରୋଲ୍ ହେବାକୁ ପଡ଼ିଛି ।

ଏହାସହ ପଢ଼ନ୍ତୁ : ବର୍ତ୍ତମାନ ସଂକଟରେ ପେଟ୍ରୋଲ ପମ୍ପରେ ଫୁଲ୍ ଟାଙ୍କି ଭର୍ତ୍ତି କରିପାରିବେ କି?