ଡି’ କକ୍ଙ୍କ ବିସ୍ଫୋରକ ଶତକ, କେଏଲ ରାହୁଲଙ୍କ ଧମାକାଦାର ଅର୍ଦ୍ଧଶତକ, ଲକ୍ଷ୍ନୌ ସ୍କୋର ବିନା ଓ୍ବିକେଟରେ ୨୧୦

ମୁମ୍ବାଇ ୧୮/ ୦୫ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ ବୁଧବାର ଚିତ୍ତାକର୍ଷକ ବ୍ୟାଟିଂ ଦେଖିବାକୁ ମିଳିଛି । ବିନା ଓ୍ବିକେଟ୍ରେ ପ୍ରଥମ ଇନିଂସରେ ୨୧୦ ରନ କରିଛି ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍ । ଗୋଟିଏ ହେଲେ ଓ୍ବିକେଟ ନେବାକୁ ସକ୍ଷମ ହୋଇନାହାନ୍ତି କୋଲକାତା ନାଇଟ୍ ରାଇଡର୍ସ ବୋଲର । କ୍ବିଣ୍ଟନ ଡି’ କକ୍ଙ୍କ ବିସ୍ଫୋରକ ଶତକ ଏବଂ ଅଧିନାୟକ ଲୋକେସ୍ ରାହୁଲଙ୍କ ଜବରଦସ୍ତ ବ୍ୟାଟିଂ ବଳରେ କେକେଆରକୁ ବଡ ଟାର୍ଗେଟ୍ ଦେଇଛି ଲକ୍ଷ୍ନୌ ।
ସୁପର୍ ଜିଆଣ୍ଟସ ପକ୍ଷରୁ ଦୁଇ ଓପନର ଶେଷ ପର୍ଯ୍ୟନ୍ତ ରହି ଧୂଆଁଧାର ବ୍ୟାଟିଂ କରିଛନ୍ତି । ଡି’ କକ୍ ବ୍ୟକ୍ତିଗତ ଭାବେ ୭୦ ବଲ ଖେଳି ୧୦ ଚୌକା ଏବଂ ୧୦ ଛକା ସହାୟତାରେ ୧୪୦ ରନ କରି ଅପରାଜିତ ଅଛନ୍ତି । ସେହିଭଳି ଅଧିନାୟକ ଲୋକେସ ରାହୁଲ ୫୧ ବଲ ଖେଳି ୩ ଚୌକା ଏବଂ ୪ଛକା ସହାୟତାରେ ୬୮ ରନ କରି ଅପରାଜିତ ଅଛନ୍ତି ।
କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଉମେଶ ଯାଦବ ୪ ଓଭରରେ ୩୪ରନ ଦେଇଥିବା ବେଳେ, ଟିମ୍ ସାଉଦୀ ୪ ଓଭରରେ ୫୭ରନ, ସୁନୀଲ ନାରିନ ୪ ଓଭରରେ ୨୭ରନ, ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୩୮ରନ, ନୀତିଶ ରାଣା ୧ ଓଭରରେ ୯ରନ ଏବଂ ଆନ୍ଧ୍ରେ ରସେଲ ୩ ଓଭରରେ ୪୫ରନ ଦେଇଛନ୍ତି ।