PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଋଷଭ ପନ୍ତଙ୍କୁ କରୋନା, ଆଇସୋଲେସନ୍‌ରେ ଶାହା; କିଏ ହେବ ଟିମ୍‌ ଇଣ୍ଡିଆର ଓ୍ବିକେଟ କିପର?

ଲଣ୍ଡନ: ଅଗଷ୍ଟ ୪ ତରିଖରୁ ଆରମ୍ଭ ହେବ ହାଇଭୋଲଟେଜ ଟେଷ୍ଟ ସିରିଜ। ସାମ୍ନାସାମ୍ନି ହେବ ଭାରତ-ଇଂଲଣ୍ଡ। ଏହାପୂର୍ବରୁ ଇଂଲଣ୍ଡ ଗସ୍ତରେ ଥିବା ବିରାଟ ବାହିନୀ ଚିନ୍ତାରେ। ଖାସ୍‌ କରି ଓ୍ବିକେଟ କିପର ବିକଳ୍ପକୁ ନେଇ ଚିନ୍ତାରେ ଟିମ୍‌ ମ୍ୟାନେଜମେଣ୍ଟ। କାରଣ ଦଳର ନିୟମିତ ଓ୍ବିକେଟକିପର ବ୍ୟାଟସମ୍ୟାନ୍‌ ଋଷଭ ପନ୍ତ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଋଦ୍ଧିମାନ ଶାହା ମଧ୍ୟ ଆଇସୋଲେସନରେ ଅଛନ୍ତି। ଏଭଳି ପରିସ୍ଥିତିରେ କେଏଲ ରାହୁଲ ଏକମତ୍ର ଖେଳାଳି ଯିଏ ଓ୍ବିକେଟକିପର ବିକଳ୍ପ ଭାବେ ଟିମ୍‌ ଇଣ୍ଡିଆରେ ଅଛନ୍ତି। ଏସବୁ ମଧ୍ୟରେ କମେଣ୍ଟ୍ରିଂ ଟିମରେ ଥିବା ଟିମ୍‌ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଦୀନେଶ କାର୍ତ୍ତିକ ସୋସିଆଲ ମିଡିଆରେ କ୍ରିକେଟ କିଟ୍‌ର ଫଟୋ ପୋଷ୍ଟ କରି ଟିମ୍‌ ମ୍ୟାନଜେମେଣ୍ଟକୁ ମଧ୍ୟ ଇସାରା ଦେଇଛନ୍ତି।

ବିରାଟ ବାହିନୀ ଟେଷ୍ଟ ମୁକାବିଲା ପୂର୍ବରୁ ଜୁଲାଇ ୨୦-୨୨ ପର୍ଯ୍ୟନ୍ତ କାଉଣ୍ଟିଂ ଚାମ୍ପିଅନସିପ୍‌ ଟିମ୍‌ ବିପକ୍ଷରେ ଏକ ଅଭ୍ୟାସ୍‌ ମ୍ୟାଚ୍‌ ଖେଳିବ। ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଏହି ଅଭ୍ୟାସ ମ୍ୟାଚ୍‌ ବହୁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ ପନ୍ତ ପଜିଟିଭ ଓ ଶାହା ଆଇସୋଲସନ୍‌ରେ ଥିବା ବେଳେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟଙ୍କ ପାଖରେ ରାହୁଲଙ୍କ ବ୍ୟତୀତ ଆଉ କୌଣସି ଖେଳାଳି ନାହାନ୍ତି। ରାହୁଲ ଓ୍ବିକେଟ କିପର ଭାବେ ଟିମର ପ୍ରଥମ ପସନ୍ଦ ନୁହନ୍ତି ହେଲେ ବର୍ତ୍ତମାନ ପରିସ୍ଥିତିରେ ସେ ହିଁ ଟିମ୍‌ ଇଣ୍ଡିଆର ସଙ୍କଟ ମୋଚକ। ଏଥିସହିତ କ୍ରିକେଟର ଲମ୍ବା ଫର୍ମାଟରେ ନିଜ ସ୍ଥାନ ପକ୍କା କରିବା ପାଇଁ ରାହୁଲଙ୍କୁ ଏହାଠୁ ଭଲ ମୌକା ଆଉ ମିଳିବ ନାହିଁ।

କେଏଲ ରାହୁଲ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳି ଓପନର ଭାବେ ମଇଦାନକୁ ଓହ୍ଲାଇ ସାରିଛନ୍ତି। ଏଥିସହିତ ମଧ୍ୟକ୍ରମରେ ବ୍ୟାଟିଂ କରିବାର କ୍ଷମତା ରାହୁଲଙ୍କ ପାଖରେ ରହିଛି। ଅନ୍ୟପଟେ ଚେତେଶ୍ବର ପୂଜାରା ଓ ଆଜିଙ୍କ ରାହାଣେଙ୍କ ଫର୍ମକୁ ନେଇ ଚିନ୍ତାରେ ଟିମ୍‌ ଇଣ୍ଡିଆ। ଏହି ସମୟରେ ଟେଷ୍ଟ ଦଳରେ ସ୍ଥାନ ପକ୍କା କରିବାର ସୁଯୋଗ ରାହୁଲଙ୍କ ପାଖରେ ରହିଛି। କାରଣ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ଟିମ୍‌ ଇଣ୍ଡିଆ ହାରିବା ପରେ ବିରାଟ କହିଥିଲେ ଯେ, ଦଳରେ କିଛି ପରିବର୍ତ୍ତନ କରାଯିବ।

ବର୍ତ୍ତମାନର କରୋନା ପରିସ୍ଥିତିକୁ ନଜର କଲେ କିଛି ଖେଳାଳି ଟେଷ୍ଟ ସିରିଜ ପୂର୍ବରୁ ଓ୍ବାର୍ମଅପ୍‌ ମ୍ୟାଚ୍‌ ଖେଳି ପାରିବେ ନାହିଁ। ୨୦-୨୨ରେ ଅଭ୍ୟାସ୍‌ ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ଖେଳି ସାରିବା ପରେ ୨୮ ତାରିଖରେ ଇଣ୍ଟ୍ରାସ୍କ୍ବାର୍ଡ ମ୍ୟାଚ୍‌ ଖେଳିବ ବିରାଟ ବାହିନୀ। ତେବେ କିଏ ହେବ ଟିମ୍‌ ଇଣ୍ଡିଆର ଓ୍ବିକେଟକିପର ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି।