ସଫଳତାର ସହ ଶେଷ ହେଲା ଲୋକେସ ରାହୁଲଙ୍କ ଗଳା ସର୍ଜରୀ, ଟ୍ବିଟ୍ କରି କହିଲେ ଏମିତି…

ନୂଆଦିଲ୍ଲୀ ୩୦/ ୦୬: ଟିମ୍ ଇଣ୍ଡିଆର ଓପନର୍ ଲୋକେସ ରାହୁଲ ଆହତ କାରଣରୁ ଗତ କିଛି ଦିନ ହେଲା ଚିକିତ୍ସିତ ହେଉଛନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍, ଟ୍ବେଣ୍ଟି ଟ୍ବେଣ୍ଟି ଏବଂ ଦିନିକିଆ ସିରିଜରୁ ବାଦ୍ ପଡିଥିବା ରାହୁଲଙ୍କର ଏବେ ଜର୍ମାନୀରେ ଚିକିତ୍ସା ଜାରି ରହିଛି । ଜର୍ମାନୀରେ ଲୋକେସ ରାହୁଲଙ୍କ ଗଳା ସର୍ଜରୀ ସଫଳତାର ସହ ଶେଷ ହୋଇଥିବା ସୂଚନା ମିଳିଛି । ଏ ନେଇ ସୋସିଆଲ ମିଡିଆରେ ସୂଚନା ଦେବା ସହିତ ସୁସ୍ଥ ହେଉଥିବା କହିଛନ୍ତି ରାହୁଲ ।
ଟ୍ବିଟରରେ ଫଟୋ ସେୟାର କରି ରାହୁଲ କହିଛନ୍ତି, ‘ଗତ କିଛି ସପ୍ତାହ ହେଲା ବେଶ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛି । ସର୍ଜରୀ ସଫଳତାର ସହ ଶେଷ ହୋଇଛି । ଭଲ ଅନୁଭବ କରୁଛି ଏବଂ ସୁସ୍ଥ ହେଉଛି । ସମସ୍ତଙ୍କ ପ୍ରାର୍ଥନା ଏବଂ ମେସେଜ ପାଇଁ ଧନ୍ୟବାଦ’।
ରାହୁଲଙ୍କ ଅସୁସ୍ଥତା କାରଣରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ଜଣେ ପ୍ରମୁଖ ଓପନରଙ୍କ ଅଭାବ ଅନୁଭବ ହେଉଛି । କିନ୍ତୁ ଶୁଭମାନ ଗିଲ ଏବଂ ରୋହିତ ଶର୍ମା ରାହୁଲଙ୍କ ଅନୁପସ୍ଥିତି ପୂରଣ କରିବାରେ ସକ୍ଷମ । କିନ୍ତୁ ଏବେ ରୋହିତ ଶର୍ମା କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାରୁ ତାହା ଦଳ ପାଇଁ ବଡ ସମସ୍ୟା ହୋଇ ଛିଡା ହୋଇଛି । ଏଥିପାଇଁ ମୟଙ୍କ ଅଗ୍ରଓ୍ବାଲଙ୍କୁ ଇଂଲଣ୍ଡ ଗସ୍ତ କରିସାରିଛନ୍ତି । ଶୁଭମାନ ଗିଲଙ୍କ ସହ ସେ ଇନିଂସ ଓପନ କରିପାରନ୍ତି ।
Hello everyone. It's been a tough couple of weeks but the surgery was successful. I'm healing and recovering well. My road to recovery has begun. Thank you for your messages and prayers. See you soon 🏏♥️ pic.twitter.com/eBjcQTV03z
— K L Rahul (@klrahul) June 29, 2022