PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ପେଟ୍ରୋଲ ପମ୍ପରେ ମିଳୁନାହିଁ କି ଏହି ମାଗଣା ସୁବିଧା? ଏଠାରେ କରନ୍ତୁ ଅଭିଯୋଗ

ନୂଆଦିଲ୍ଲୀ,୧୬।୭: ପେଟ୍ରୋଲ ପମ୍ପରେ ସାଧାରଣ ଲୋକଙ୍କୁ କିଛି ସୁବିଧା  ମାଗଣାରେ ମିଳିଥାଏ। ମାର୍କେଟିଂ ଡିସିପ୍ଳିନ ଗାଇଡଲାଇନ୍ ଅନୁସାରେ ପେଟ୍ରୋଲ ପମ୍ପ ମାଲିକ ସାଧାରଣ ଲୋକଙ୍କୁ ଏହି ସୁବିଧା ଦେବେକୁ ବାଧ୍ୟ। ଯଦି ଏଭଳି ନକରନ୍ତି, ତେବେ ତାଙ୍କ ବିରୋଧରେ ଅଭିଯୋଗ କରିପାରିବେ ଗ୍ରାହକ। ଯାହାଫଳରେ ପେଟ୍ରୋଲ ପମ୍ପର ଲାଇସେନ୍ସ ରଦ୍ଦ ରଦ୍ଦ ହେବା ସହିତ ଜୋରିମନା ଦେବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ସାଧାରଣ ଜନତା ବା ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ କିଭଳି ସୁବିଧା ମାଗଣାରେ ମିଳିପାରିବ? ଯଦି ଏହି ସୁବିଧା ଦିଆଯାଏ ନାହିଁ ତେବେ ତାଙ୍କ ବିରୋଧରେ କିଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

-ପ୍ରତି ପେଟ୍ରୋଲ ପମ୍ପରେ ଜନସାଧାରଣଙ୍କ ପାଇଁ ପ୍ରେସର ଦେବାର ସୁବିଧା ମାଗଣାରେ କରାଯାଇଥାଏ। ସେଥିପାଇଁ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କରିବାକୁ ପଡିଥାଏ।

-ପେଟ୍ରୋଲ ପମ୍ପରେ ପାଣି ପିଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥାଏ। ଏଥିପାଇଁ ଓ୍ବାଟର ଫିଲ୍ଟର କିମ୍ବା ଓ୍ବାଟର କୁଲର ଲଗାଇ ଯାଇଥାଏ। ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡେ ନାହିଁ।

– ପେଟ୍ରୋଲ ପମ୍ପରରେ ଶୌଚାଳୟର ବ୍ୟବସ୍ଥା ମାଲିକ ନିହାତି କରିବା ଦରକାର ଏବଂ ସାଧାରଣ ଲୋକଙ୍କୁ ଏହାର ସୁବିଧା ମିଳିବା ଦରକାର। କେବଳ ସେତିକି ନୁହେଁ ଶୌଚାଳୟ ଭାଙ୍ଗିଥିଲେ କିମ୍ବା ମଇଳା ଥିଲେ ମଧ୍ୟ ଏହାର ଅଭିଯୋଗ କରିପାରିବେ।

-ପେଟ୍ରୋଲ ପମ୍ପରେ ସାଧାରଣ ଜନତାଙ୍କ ପାଇଁ ଫୋନ କଲର ସୁବିଧା ଉପଲବ୍ଧ କରିବାକୁ ପଡିଥାଏ।  ପେଟ୍ରୋଲ ପମ୍ପର ମାଲିକଙ୍କୁ ଫୋନ କଲର ସୁବିଧା ମାଗଣାରେ କରିବାକୁ ପଡିଥାଏ।  

-ପ୍ରତି ପେଟ୍ରୋଲ ପମ୍ପରେ ଫାଷ୍ଟ ଏଡ୍ ବକ୍ସ ରଖିବା ନିହାତି ଜରୁରୀ। ଏଥିରେ କିଛି ଔଷଧ ଏବଂ ବ୍ୟାଣ୍ଡେଜ ଜିନିଷ ରହିବା ଦରକାର। ଏହି ଔଷଧର ଯେପରି ଏକ୍ସପାଏରୀ ଡେଟ୍ ସରିନଥିବ।

-ପେଟ୍ରୋଲ ପମ୍ପରେ ଫାୟାର ସେଫଟି ଡିଭାଇସ ଓ ବାଲିର ବାଲଟି ରଖିବା ଦରକାର।

-ପ୍ରତି ଗ୍ରାହକ ପେଟ୍ରୋଲ ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ କିଣୁଥିବା ବେଳେ ଏହାର ବିଲ୍ ପାଇବାର ଅଧିକାର ରହିଛି। ପମ୍ପର ମାଲିକ କିମ୍ବା ଏଜେଣ୍ଟ  ଏହାକୁ ମନା କରିପାରିବେ ନାହିଁ।

-ପ୍ରତି ଗ୍ରାହକଙ୍କ ପେଟ୍ରୋଲ ଓ ଡିଜେଲର ମାନ ଓ ପରିମାଣ ଜାଣିବାର ପୁରା ଅଧିକାର ରହିଛି। ଏଥିପାଇଁ ପମ୍ପ ମାଲିକ  ବ୍ୟବସ୍ଥା କରିବା ଦରକାର।

-ପେଟ୍ରୋଲ ପମ୍ପରେ ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ଡିସପ୍ଲେ ହେବା ଦରକାର। ଯାହାଫଳରେ ଏହାର ମୂଲ୍ୟ ସାଧାରଣ ଲୋକ ଜାଣିପାରିବେ।

-ପ୍ରତି ପେଟ୍ରୋଲ ପମ୍ପରେ ଅଭିଯୋଗ ବାକ୍ସ ରହିବା ଦରକାର, ଯାହାଫଳରେ କାହାର କିଛି ଅସୁବିଧା ହେଲେ ସେ ନିଜର ଅଭିଯୋଗ ଦାଖଲ କରିପାରିବେ।

– ପେଟ୍ରୋଲ ପମ୍ପର ମାଲିକ ଓ ପେଟ୍ରୋଲିୟମ କମ୍ପାନୀର ନାମ ଓ ଯୋଗାଯୋଗ ନମ୍ବର ଲେଖିକି ବୋର୍ଡରେ ଲଗାଇବା ଦରକାର।

-ପେଟ୍ରୋଲ ପମ୍ପ  ଖୋଲିବା ଏବଂ ବନ୍ଦ ହେବାର ଟାଇମ ନୋଟିସ୍ ଲେଖିକି ରଖିବା ଦରକାର। ଏହାଛଡା ନୋଟିସରେ ଛୁଟିଦିନର ସୂଚନା ରହିବା ଦରକାର।

ଯଦି ଏହି ସବୁ ସୁବିଧା ମାଗଣାରେ ଦିଆଯାଏ ନାହିଁ ତେବେ ଏହାର ଅଭିଯୋଗ ସେଣ୍ଟ୍ରାଲାଇଜଡ ପବ୍ଲିକ ଗ୍ରୀଭେନ୍ସ ରିଡ୍ରେସ ଆଣ୍ଡ ମନିଟରିଂ ସିଷ୍ଟମ ପୋର୍ଟାଲ ଅର୍ଥାତ pgportal.gov ରେ ଅଭିଯୋଗ କରିପାରିବେ। ଏଥିପାଇଁ ଆପଣ ସମ୍ପର୍କିତ ପେଟ୍ରୋଲିୟମ କମ୍ପାନୀର ଓ୍ବେବସାଇଟକୁ ଯାଇ ଇମେଲ ଆଇଡି ଓ ଯୋଗାଯୋଗ ନମ୍ବର ଆଣିପାରିବେ।