PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

କିନ୍ନରଙ୍କୁ କେବେ ଓ କାହିଁକି ମିଳିଥିଲା ଭଗବାନ ରାମଙ୍କ ଆଶୀର୍ବାଦ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କିନ୍ନରଙ୍କୁ ନେଇ ସବୁବେଳେ ଆମ ସମାଜରେ ଜିଜ୍ଞାସା ରହିଥାଏ। ବିବାହ ବ୍ରତ ଆଦି ଶୁଭ କାର୍ଯ୍ୟରେ ଘରକୁ ଆଶୀର୍ବାଦ ଦେବା ସହିତ ଟଙ୍କା ମାଗିବାକୁ ଆସୁଥିବା କିନ୍ନରଙ୍କୁ ନେଇ ସବୁବେଳେ ମନରେ ଗୋଟିଏ ପ୍ରଶ୍ନ ଉଠେ ଯେ, ପ୍ରକୃତରେ ଏମାନେ ରୁହନ୍ତି କେଉଁଠି? ଏମାନଙ୍କ ଦେବା ଦେବୀ କିଏ ? ପ୍ରକୃତରେ ଲୋକଙ୍କୁ ଆଶୀର୍ବାଦ ଦେବାର ଶକ୍ତି ତାଙ୍କୁ କେଉଁଠାରୁ ମିଳିଛି ଏବଂ କିଏ ଦେଇଛି ? ଏମିତି ଅନେକ ପ୍ରଶ୍ନ ଆମ ମନରେ ଆସିଥାଏ। ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପୂର୍ବରୁ ଜାଣିବା ଦରକାର କି କ’ଣ ତ୍ରେତୟା ଯୁଗରେ ଭଗବାନ ରାମଙ୍କ ସମୟରେ ବି ଏହି ପୃଥିବୀରେ ଅବସ୍ଥିତ ଥିଲେ କିନ୍ନର?

ମାନ୍ୟତା ଅଛି କି ପ୍ରଭୁ ଶ୍ରୀ ରାମ ଯେବେ ୧୪ବର୍ଷ ବନବାସ ଯିବା ପାଇଁ ଅଯୋଧ୍ୟା ଛାଡିଥିଲେ ସେହି ସମୟରେ ତାଙ୍କର ପ୍ରଜା ଏବଂ କିନ୍ନର ସମୁଦାୟ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ। ସେତେବେଳେ ଶ୍ରୀ ରାମ ତାଙ୍କ ପୁଣି ଥରେ ଅଯୋଧ୍ୟା ଫେରିଯିବାକୁ କହିଥିଲେ। ଆଉ ସେମାନେ ସମସ୍ତେ ଅଯୋଧ୍ୟା ଫେରି ଆସିଥିଲେ। ୧୪ବର୍ଷ ପରେ ରାମ ଯେତେବେଳ ଅଯୋଧ୍ୟା ଫେରିଲେ ସେତେବେଳେ ଦେଖିଲେ କି ବାକି ସମସ୍ତେ ଅନ୍ୟତ୍ର ପଳାଇଯାଇଛନ୍ତି ମାତ୍ର କିନ୍ନରମାନେ ପ୍ରଭୁ ଶ୍ରୀରାମଙ୍କ ଅପେକ୍ଷାରେ ଥିଲେ। କିନ୍ନରଙ୍କ ଭକ୍ତିରେ ପ୍ରସନ୍ନ ହୋଇ ପ୍ରଭୁ ଶ୍ରୀରାମ ସେମାନଙ୍କୁ ବରଦାନ ଦେଇଥିଲେ କି ସେମାନଙ୍କ ଆଶୀର୍ବାଦ ସବୁବେଳେ ସଫଳ ହେବ। ସେବେଠାରୁ ସେମାନେ ସବୁ ବିବାହ ଜନ୍ମ ଦିବସ ଆଦି ମାଙ୍ଗଳିକ କାର୍ଯ୍ୟରେ ଲୋକଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି।

ଏମିତି କୁହାଯାଏ ଯେ, କେବେ ବି କିନ୍ନରଙ୍କ ମାନଙ୍କୁ ଅଶାନ୍ତି କରିବା କଥା ନୁହେଁ। ଯଦି ସେମାନଙ୍କୁ ଖୁସି କରାଇପାରୁନାହାନ୍ତି ତେବେ ଦୁଃଖ କଷ୍ଟ ବି ଦିଅନ୍ତୁ ନାହିଁ ବୋଲି ଶାସ୍ତ୍ରରେ କୁହାଯାଇଛି। ଶାସ୍ତ୍ର ଅନୁସାରେ, ଯଦି କୈାଣସି ବ୍ୟକ୍ତି କିନ୍ନରର ଅପମାନ କରୁଛି କିମ୍ବା ତାଙ୍କୁ ଦେଖି ଉପହାସ କରୁଛି ତେବେ ପୁର୍ନଃଜନ୍ମରେ ସେହି ବ୍ୟକ୍ତି ହିଁ କିନ୍ନର ରୂପରେ ଜନ୍ମ ଗ୍ରହଣ କରିଥାଏ।

କିନ୍ନରଙ୍କୁ ଯଦି କିଛି ଦାନ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଚୁଡ଼ି, ଶୃଙ୍ଗାର କିମ୍ବା ସୁହାଗ ସାମଗ୍ରୀ ଦାନ କରନ୍ତୁ। ନିଜ ଜୀବନସାଥୀ ସହିତ ଆସୁଥିବା ସମସ୍ୟାକୁ ଦୂର କରିବା ପାଇଁ ବୁଧବାର ଦିନ ସବୁଜ ରଙ୍ଗର ବସ୍ତ୍ର ଏବଂ ମେହେନ୍ଦୀ ଦାନକରିବା ଶୁଭଦାୟକ।

ଯଦି ବେଶୀ କଷ୍ଟ କରିବା ପରେ ବି ଆପଣଙ୍କ ଉପରେ ମା ଲକ୍ଷ୍ମୀ ନାରାଜ ହୋଇ ରହୁଛନ୍ତି ତେବେ ବୁଧବାର ଦିନ କୈାଣସି କିନ୍ନରଙ୍କ ହାତରେ ପୂଜା ସାମଗ୍ରୀ ସହିତ କିଛି ପଇସା ରଖି ଦାନ କରନ୍ତୁ। ଏହାଦ୍ବାରା ଧନପ୍ରାପ୍ତି ହୋଇଥାଏ।