ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

କିଶୋରୀ ଝିଅର ମା’ ହୋଇଥିଲେ କିପରି ନେବେ ଧ୍ୟାନ, ଜାଣନ୍ତୁ...

Published By : Prameya | November 7, 2024 3:21 PM

ଭୁବନେଶ୍ଵର, ୦୭/୧୧ : କିଶୋରୀ ଅବସ୍ଥାରେ ଝିଅମାନଙ୍କଠାରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ତେଣୁ ଏହି ବୟସରେ ମା’ମାନେ ଝିଅମାନଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବା ଆବଶ୍ୟକ । କାରଣ ଏହି ସମୟରେ ରକ୍ତର ଅଭାବ, ମାଇଗ୍ରେନ୍‌ ଓ ପିସିଓଏସ୍‌ ଆଦି ହେବାର ଆଶଙ୍କା ଅଧିକ ରହିଥାଏ । ପିଲାମାନେ ଧୀରେ ଧୀରେ ବଢିବା ସହ କିଶୋରାବସ୍ଥାରେ ପହଞ୍ଚିଥାନ୍ତି । ୧୩ରୁ ୧୯ ବର୍ଷ ବୟସକୁ କିଶୋରାବସ୍ଥା କୁହାଯାଏ । ଏହି ବୟସ ଜଣେ ଝିଅ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ସମୟରେ ଗୋଟିଏ ଝିଅ ଭିତରେ ଅନେକ ପରିବର୍ତ୍ତନ ଆସିଥାଏ । ଯେପରିକି ଶାରିରୀକ, ମାନସିକ ଓ ଭାବନାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଅନେକ ସମୟରେ ସୁସ୍ଥ ସବଳ ଦେଖା ଯାଉଥିବା ଝିଅମାନେ ମଧ୍ୟ ଅନେକ ସମସ୍ୟା ଭୋଗୁଥାନ୍ତି । 

ଯଦି ଆପଣ ଜଣେ କିଶୋରୀ ଝିଅର ମା’ ହେଇଥାନ୍ତି, ତେବେ ସଚେତନ ରହିବା ଜରୁରି । ଡାକ୍ତର ପ୍ରିୟଙ୍କାଙ୍କ ମତରେ ୧୩ରୁ ୧୯ ବର୍ଷର ଝିଅମାନଙ୍କଠାରେ ମାଇଗ୍ରେନ୍‌, ରକ୍ତର ଅଭାବ ଓ ପିସିଓଏସ୍‌ ସମସ୍ୟା ହୋଇପାରେ । ଏହି ସମସ୍ୟା ପ୍ରତି ଆରମ୍ଭରୁ ହିଁ ସଚେତନ ରହିବା ଆବଶ୍ୟକ । ବିଶେଷଜ୍ଞଙ୍କ ମତରେ ଏହି ବୟସରେ ଡାଏଟ୍‌ ଓ ଜୀବନଶୈଳୀ ଉପରେ ବିଶେଷ ଧ୍ୟାନ ଦେବା ଦ୍ୱାରା ଏସବୁ ସମସ୍ୟାକୁ ଏଡାଇ ଦିଆଯାଇପାରେ । କିଶୋରୀମାନଙ୍କୁ ହାଇ ଫାଇବର, ହାଇ ପ୍ରୋଟିନ୍‌, ଆଇରନ୍‌ଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ । ଯେପରିକିହାଇ ପ୍ରୋଟିନ୍‌ ଡାଏଟ୍‌- ଅଣ୍ଡା, ଦହି, ପନୀର, ବିଭିନ୍ନ ନଟ୍ସ ଆଇରନ୍‌ଯୁକ୍ତ ଡାଏଟ୍‌- ଛତୁ, ବେଦନା, ଖଜରା, ଗୁଡ ଓ ପାଳଙ୍ଗ ହଇ ଫାଇବର ଡାଏଟ୍‌- ସେଓ, ନଟ୍ସ, କଖାରୁ ମଞ୍ଜି ସହ ଅନ୍ୟାନ ମଞ୍ଜି ସେହିପରି ଆବଶ୍ୟକ ପାଣି ପିଇବା ମଧ୍ୟ ଜରୁରି । ଏହାବ୍ୟତୀତ ୯ରୁ ୨୬ ବର୍ଷ ବୟସ ମଧ୍ୟରେ ଗର୍ଭାଶୟ କର୍କଟ ପାଇଁ ଟୀକାକରଣ ମଧ୍ୟ କରାଇ ନେବା ଉଚିତ୍‌ । ଏହାବ୍ୟତୀତ ମା'ମାନେ ଝିଅକୁ ନେଇ ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ଡାକ୍ତର ପରାମର୍ଶ କରିବା ଆବଶ୍ୟକ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.