PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଆସନ୍ତାକାଲିଠୁ ଭାଲେଣ୍ଟାଇନ ସପ୍ତାହ: ସକ୍ରିୟ ହେଲେଣି ବଜରଙ୍ଗ ଦଳ, ଏହି ଦଳର ମୂଳ ଆଭିମୁଖ୍ୟ କ’ଣ ଜାଣନ୍ତୁ …

source:hindi.timesnownews.com

ଭୁବନେଶ୍ୱର ୬/୨: ‘ବଜରଙ୍ଗ ଦଳ’ । ଏହି ନାଁ ଶୁଣିଲେ ପ୍ରେମୀ ଯୁଗଳଙ୍କ ମନରେ ଖେଳିଯାଏ ଭୟ । ଆଗକୁ ଆସୁଛି ପ୍ରେମ ଦିବସ ଅର୍ଥାତ୍ ଭାଲେଣ୍ଟାଇନ୍ ଡେ । ସେଥିପାଇଁ ପ୍ରସ୍ତୁତ ହୋଇଗଲେଣି ପ୍ରେମୀଯୁଗଳ । ତେବେ ଅନ୍ୟପଟେ ନିଜ ପ୍ରସ୍ତୁତି ମଧ୍ୟ ଜାରି ରଖିଛି ବଜରଙ୍ଗ ଦଳ । ପୂର୍ବରୁ ଅନେକ ଥର ବଜରଙ୍ଗ ଦଳ ଯୋଗୁଁ ପ୍ରେମୀଯୁଗଳ ହଇରାଣ ହୋଇଥିବା ସାମ୍ନାକୁ ଆସିଛି । ପ୍ରେମୀ ଯୁଗଳ ତର୍କ ବାଢନ୍ତି ଯେ ଆମେ ପରସ୍ପରର ସହମତିରେ ଜୀବନକୁ ଉପଭୋଗ କରୁଛୁ, ଆମକୁ ରୋକିବାର ଅଧିକାର କାହାର ନାହିଁ । ଅନ୍ୟପଟେ ବଜରଙ୍ଗ ଦଳର କହିବା ଅନୁସାରେ ଏହା ଆମ ସଭ୍ୟତା, ପରଂପରା କି ସଂସ୍କୃତି ନୁହେଁ ଏବଂ ଆମେ ଏପରି କାହାକୁ ଆମ ସମାଜ ଓ ସଭ୍ୟତାକୁ ନଷ୍ଟ କରିବାକୁ ସୁଯୋଗ ଦେବୁନି ।

source:www.deccanchronicle.com

ବଜରଙ୍ଗ ଦଳକୁ ନେଇ ଅନେକ ମିମ୍ସ ସୋସିଆଲ ମିଡିଆରେ ଭାଇରାଲ ହୁଏ । କେଉଁଠି ଏହି ଦଳ ଲଭର୍ସ ମାନଙ୍କୁ ହଇରାଣ କରୁଛି ତ ଆଉ କେଉଁଠି ସେମାନଙ୍କୁ ବିବାହ କରିବା ପାଇଁ ବାଧ୍ୟ କରୁଥିବା ଦେଖିବାକୁ ମିଳେ । ଏହିପରି ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିଛି । ବଜରଙ୍ଗ ଦଳ ଯୋଗୁଁ ଯଦି କିଏ ସବୁଠାରୁ ଅଧିକ ହଇରାଣ ହୁଅନ୍ତି ତେବେ ସେମାନେ ହେଉଛନ୍ତି ପ୍ରେମୀ ଯୁଗଳ । ଏହି ଦଳ ଯୋଗୁଁ ପ୍ରେମୀଙ୍କୁ ଲୁଚିଲୁଚି ପାର୍କ ଓ ଫିଲ୍ମ ହଲରେ ପ୍ରେମ କରିବାକୁ ପଡୁଛି । ସୋସିଆଲ ମିଡିଆରେ ଏକଥା ମଧ୍ୟ ଭାଇରାଲ ହୁଏ ଯେ ପ୍ରେମୀମାନେ କୁହନ୍ତି, ଯାହାର କେହି ଗର୍ଲ ଫ୍ରେଣ୍ଡ ନାହାନ୍ତି ସେମାନେ ବଜରଙ୍ଗ ଦଳରେ ଯୋଗଦେଉଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ବଜରଙ୍ଗ ଦଳ ସମ୍ପର୍କରେ କିଛି ଖାସ୍ କଥା କହିବୁ । ଏହାର ଉତ୍ପତି, କାର୍ଯ୍ଯ ଏବଂ ଲକ୍ଷ୍ୟ ସମ୍ପର୍କରେ, ଆସନ୍ତୁ ଜାଣିିବା..

source:www.indiatoday.in

ସଙ୍ଘ ପରିବାର ଓ ବିଶ୍ୱ ହିନ୍ଦୁ ପରିଷଦର ମିଶ୍ରିତ ଯୁବ ଚେହେରା ବଜରଙ୍ଗ ଦଳ ରୂପେ ପରିଚିତ । ଏହାର ଆରମ୍ଭ ସର୍ବପ୍ରଥମେ ୧ ଅକ୍ଟୋବର ୧୯୮୪ରେ ଉତ୍ତରପ୍ରଦେଶରେ ହୋଇଥିଲା । ପରେ ଏହା ସାରା ଭାରତକୁ ବିସ୍ତାରିତ ହେଲା । ଏହି ପରିବାରର ମୁଖ୍ୟ ଦର୍ଶନ ହେଉଛି ହିନ୍ଦୁତ୍ୱ । ଏପର୍ଯ୍ୟନ୍ତ ଏହି ଦଳରେ ୧୩୦୦୦୦୦ ସଦସ୍ୟ ଅଛନ୍ତି ଯେଉଁଥିରେ ୮୫୦୦୦୦ କର୍ମୀ ଅଛନ୍ତି । ସଙ୍ଘର ଶାଖା ଭଳି ଏହି ଦଳର ମଧ୍ୟ ଅନେକ ଆଖଡା ରହିଛି ଯାହାର ସଂଖ୍ୟା ପ୍ରାୟ ଅଢେଇ ହଜାରରୁ ଅଧିକ ।

source:www.bhaskar.com

ବଜରଙ୍ଗ ଦଳର ମୁଖ୍ୟ ସ୍ଲୋଗାନ୍ ହେଉଛି ‘ସେବା, ସୁରକ୍ଷା ଓ ସଂସ୍କୃତି’ । ଏହାର ମୁଖ୍ୟ ହେଉଛନ୍ତି ମନୋଜ ବର୍ମା । ହିନ୍ଦୁ ଯୁବ ଶକ୍ତିକୁ ସମାଜ ପ୍ରତି ସଂସ୍କାରପୂର୍ଣ୍ଣ ସକାରାତ୍ମକ ଭୂମିକା ଦିଗକୁ ପ୍ରେରିତ କରିବା ବଜରଙ୍ଗ ଦଳର ମୁଖ୍ୟ କାର୍ଯ୍ଯ ।

source:samvada.org

ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ ଅନୁସାରେ ବଜରଙ୍ଗ ଦଳ ହେଉଛି ଏକ ଧାର୍ମିକ ଉଗ୍ରବାଦୀ ସଙ୍ଗଠନ । ତେବେ କହିରଖୁଛୁ ପୂର୍ବରୁ ଅନେକ ଥର ଏହି ଦଳର କିଛି ସଦସ୍ୟଙ୍କ ଉଗ୍ର ରୂପ ମଧ୍ୟ ଦେଖିବାକୁ ମିଳିଛି ତେଣୁ ଏହି କାରଣ ଯୋଗୁଁ ଦଳ ସହିତ ଅନେକ ବିବାଦ ଯୋଡି ହୋଇ ରହିଛି ।

ସମ୍ବନ୍ଧିତ ଖବର