PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ସୂର୍ଯ୍ୟ-ମଙ୍ଗଳର ଯୋଗ କାରଣରୁ ଏହି ରାଶି ପାଇଁ ରହିଛି ବିପଦ,ଜାଣନ୍ତୁ ନିଜର ସ୍ଥିତି

ସୂର୍ଯ୍ୟ ଏବଂ ମଙ୍ଗଳ ଦ୍ବାରା କର୍କଟ ରାଶି ବନାଯାଇଥିବା ଅଙ୍ଗାରକ ଯୋଗ ୧୭ ଜୁଲାଇରେ ସୂର୍ଯ୍ୟର କର୍କଟ ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଯାଇଛି। ଏହି ରାଶିରେ ମଙ୍ଗଳ ଓ ବୁଧ ପୂର୍ବରୁ ରହିଛନ୍ତି। ଏଭଳି ମଙ୍ଗଳ ଓ ବୁଧ ସହିତ ସୂର୍ଯ୍ୟ ଆସିଯିବା କାରଣରୁ ତ୍ରିଗ୍ରହୀ ଯୋଗର ନିର୍ମାଣ ହେଉଛି। କର୍କଟ ରାଶିରେ ଏଭଳି ଭାବରେ ଗ୍ରହର ସ୍ଥିତି ଖୁବ୍ ରୋଚକ ତଥା ବଡ ଅପ୍ରତ୍ୟଶିତ ଘଟଣାର ପରିଣାମ ଦେଇଥାଏ।

ଏହି ରାଶି ଗୁଡିକ ଉପରେ ମଙ୍ଗଳ ନୀଚ ସଜ୍ଞକ ହୋଇଥାଏ। ଏହି ୩ ଗ୍ରହ ସୂର୍ଯ୍ୟ, ମଙ୍ଗଳ, ବୁଧ ଫଳିତ ଜ୍ୟୋତିଷ ଅନୁସାରେ କାର୍ଯ୍ୟ, ବେପାର ଦୃଷ୍ଟିରୁ ଏହି ଯୋଗ କିଛି ରାଶିର ଜାତକକୁ ଛାଡି ସମସ୍ତଙ୍କ ପାଇଁ ବରଦାନ ପାଲଟିବ। ସେୟାର ବଜାରରେ ଟ୍ରେଡିଂର ଦୃଷ୍ଟିକୋଣରୁ ଏହି ଯୋଗ ରିୟଲ ଇଷ୍ଟେଟ୍, ବ୍ୟାଙ୍କିଙ୍ଗ ସେକ୍ଟର, ପାଓ୍ବାର, ମେଟାଲ୍ସ, ବୀମା, ଆଇଟି, ଜ୍ବଳନଶୀଳ ପଦାର୍ଥ ଓ ଇନଫ୍ରା ସେକ୍ଟର ପାଇଁ ବରଦାନ ଅନୁସାରେ ପ୍ରମାଣିତ ହେବ।

ମେଷ, ଧନୁ ଓ ସିଂହ ରାଶିକୁ ରହିବାକୁ ହେବ ସାବଧାନ: ଅଗ୍ନିତତ୍ତ୍ବର ରାଶି ସିଂହ ଏବଂ ଧନୁ ରାଶି ପାଇଁ ପ୍ରାୟ ଭ୍ରମ ଭଳି ପରିସ୍ଥିତି ରହିବ। ଏହି ସମୟରେ ଆପଣଙ୍କ ଆତ୍ମବିଶ୍ବାସରେ ହ୍ରାସ ଘଟିବ, କିନ୍ତୁ  ଏହା ଆପଣ ସଂଯମତାର ପରୀକ୍ଷା। ସ୍ବାସ୍ଥ୍ୟ ଓ ସ୍ବଭାବ ଉପରେ ଏହାର ବହୁତ ଅଶୁଭ ପ୍ରଭାବ ପଡିବ ନାହିଁ।

ବୃଷ, କନ୍ୟା ଓ ମକରର ବଢିବ ସମସ୍ୟା: ପୃଥୀବି ତତ୍ତ୍ବର ରାଶି ବୃଷ, କନ୍ୟା ଓ ମକର ପାଇଁ ଏହି ତ୍ରୀଗ୍ରହ ଏବଂ ଅଙ୍ଗାରକ ଯୋଗ କ୍ରମଶଃ ଦୌଡାଦୌଡି, ଷଡଯନ୍ତ୍ରର ଶିକାର ଓ ମାନସିକ ଅଶାନ୍ତି ବଢାଇବା ଭଳି ପରିସ୍ଥିତି ରହିବ। ଏହି ରାଶିର ଜାତକଙ୍କୁ ଏହି ସମୟରେ ଶୀଘ୍ର ଅନ୍ୟମାନଙ୍କ ଉପରେ ବିଶ୍ବାସ କରିବା ଠିକ୍ ହେବନି କାରଣ ଆର୍ଥିକ ହାନି ହେବାର ପ୍ରବଳ ସମ୍ଭାବନା ରହିଛି। ତେଣୁ ଋଣ ଦିଆନିଆ ଠାରୁ ଦୂରେଇ ରୁହନ୍ତୁ।

କର୍କଟ, ବିଛା ଏବଂ ମୀନ ରାଶିର ଚମକିବ ଭାଗ୍ୟ: ଜଳତତ୍ତ୍ବର ରାଶି କର୍କଟ, ବିଛା ଏବଂ ମୀନ ରାଶି ପାଇଁ ଏହି ଯୋଗ କ୍ରମଶଃ ପଦ ଏବଂ ଗାରିମାର ବୃଦ୍ଧି ତଥା ରାଜ୍ୟଲାଭ, ଶତ୍ରୁଙ୍କ ନାଶ ଏବଂ ମକଦ୍ଦମାରେ ବିଜୟ ଏବଂ ଆକସ୍ମିକ ଧନଲାଭ ସହିତ ପାରିବାରିକ କଳହରେ ମଧ୍ୟ ସିଦ୍ଧି ହେବ।

ମିଥୁନ, ତୁଳା ଏବଂ କୁମ୍ଭ ଉପରେ ପଡିବ ମିଶ୍ରିତ ଫଳ: ବାୟୁ ତତ୍ତ୍ବର ରାଶି ମିଥୁନ ଏବଂ କୁମ୍ଭ ପାଇଁ ଏହି ଯୋଗ କ୍ରମଶଃ ପ୍ରତି ପ୍ରକାର ଲାଭ ପରେ ପାରିବାରିକ ମତଭେଦ, କଳହ, ପ୍ରେମ ସମ୍ପର୍କରେ କଟୁତା ଏବଂ ବେପାରରେ ଅପେକ୍ଷାକୃତ କମ୍ ଲାଭ ଦେବାରେ ରହିବ। କୁମ୍ଭ ରାଶି ପାଇଁ ୬ଷ୍ଠ ସ୍ଥାନରେ ଏହି ଯୋଗ ବିଶେଷତ ଶତ୍ରୁମର୍ଦି ଅର୍ଥାତ ଶତ୍ରୁଙ୍କ ନାଶ କରିବ। ଏହା ସହ ସାହାସ ଏବଂ ପରାକ୍ରମ ବୃଦ୍ଧି କରି କୋର୍ଟ କଚେରି ମାମଲାରେ ସଫଳା ଦେବ। କିନ୍ତୁ ସବୁବେଳେ ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବାକୁ ହେବ।