ଭାରତ ଓ ପାକିସ୍ତାନ କ୍ରିକେଟରଙ୍କ ବେତନ ମଧ୍ୟରେ କେତେ ଫରକ ଜାଣନ୍ତୁ…

source:scroll.in
କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା । ଫଟୋରେ ଉଲ୍ଲେଖ ଥିଲା ଯେ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ କୋହଲିଙ୍କ ବେତନ ଯେତିକି, ପାକିସ୍ତାନର ସବୁ ଖେଳାଳୀଙ୍କ ବେତନ ମିଶିଲେ ମଧ୍ୟ ସେତିକି ନୁହେଁ । ତେବେ ଏହି ଫଟୋକୁ ସେୟାର କରିବାରେ ଲାଗିପଡିଥିଲେ ଯୁବପୀଢି । ଫଟୋଟି ଅନେକ କମେଣ୍ଟ୍ସ ମଧ୍ୟ ହାସଲ କରିଥିଲା । ବିରାଟଙ୍କ ଫ୍ୟାନ୍ସ ଖୁସିରେ ଝୁମି ଉଠିବା ସହ ସୋସିଆଲ ମିଡିଆରେ ପାକିସ୍ତାନକୁ ଟ୍ରୋଲ୍ କରିବାକୁ ପଛାଇନଥିଲେ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଭାରତ ଓ ପାକିସ୍ତାନର କ୍ରିକେଟରଙ୍କ ବେତନ ଏବଂ କେଉଁ ଖେଳାଳୀ କେଉଁ ଗ୍ରୁପର ଅନ୍ତର୍ଭୁକ୍ତ ।
ଟିମ୍ ଇଣ୍ଡିଆର ଖେଳାଳୀଙ୍କ ବେତନ ଓ ଗ୍ରୁପ୍
ଗ୍ରୁପ୍ ‘ଏ ପ୍ଲସ’ରେ ଥିବା ଖେଳାଳୀଙ୍କ ବାର୍ଷିକ ଆୟ ୭ କୋଟି । ଏହି ଗ୍ରୁପର ଖେଳାଳୀ ହେଉଛନ୍ତି ବିରାଟ କୋହଲି, ଶିଖର ଧୱନ, ରୋହିତ ଶର୍ମା, ଭୁବନେଶ୍ୱର କୁମାର ଓ ଜସପ୍ରିତ୍ ବୁମରାହ ।
ଗ୍ରୁପ ‘ଏ’ର ବାର୍ଷିକ ଆୟ ୫ କୋଟି । ମହେନ୍ଦ୍ର ସିଂ ଧୋନୀ, ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ରବିଚନ୍ଦ୍ରନ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ମୁରଲୀ ବିଜୟ ଓ ରିଦ୍ଧିମାନ ସାହା ଏହି ଗ୍ରୁପରେ ସାମିଲ ।
ଗ୍ରୁପ୍ ‘ବି’ର ବାର୍ଷିକ ଆୟ ୩ କୋଟି ଟଙ୍କା । ଏହି ଗ୍ରୁପର ଖେଳାଳୀ ହେଉଛନ୍ତି କେଏଲ ରାହୁଲ,ହାର୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, ଦିନେଶ କାର୍ତ୍ତିକ, କୁଲଦୀପ ଯାଦବ, ଉମେଶ ଯାଦବ ଓ ଇଶାନ୍ତ ଶର୍ମା ।
ଗ୍ରୁପ୍ ‘ସି’ ବାର୍ଷିକ ୧ କୋଟି ଆୟ କରିଥାଏ । ଏହି ଗ୍ରୁପରେ ମନୀଷ ପାଣ୍ଡେ, କେଦାର ଯାଦବ, ଅକ୍ଷର ପଟେଲ, ସୁରେଷ ରାଇନା, ପାର୍ଥିବ ପଟେଲ, କରଣ ନାୟର ଓ ଜଯନ୍ତ ଯାଦବ ସାମିଲ ଅଛନ୍ତି ।
ପାକିସ୍ତାନୀ କ୍ରିକେଟରଙ୍କ ଆୟ ଓ ଗ୍ରୁପ୍
ଗ୍ରୁପ୍ ‘ଏ’ର ମାସିକ ଆୟ ହେଉଛି ୮ ଲକ୍ଷ ଟଙ୍କା । ଏଥିରେ ସରଫରାଜ ଅହମଦ, ଶୋଏବ ମଲ୍ଲିକ, ଓର ଅଲ୍ଲୀ ୟାସିର, ଶାହ ବାବର ଆଜମ ଓ ମୋହମ୍ମଦ ଆମିର ସାମିଲ ।
ଗ୍ରୁପ୍ ‘ବି’ର ମାସିକ ଆୟ ୫ ଲକ୍ଷ ଟଙ୍କା । ମୋହମ୍ମଦ ହଫିଜ, ଫହିମ ଅଶରଫ, ଅସଦ ଶଫିକ, ହସନ ଅଲ୍ଲୀ, ଫଖର ଜମାନ ଓ ଶାଦାବ ଖାନ୍ ‘ବି’ ଗ୍ରୁପର ଖେଳାଳୀ ଅଟନ୍ତି ।
ଗ୍ରୁପ୍ ‘ସି’ର ମାସିକ ଆୟ ସାଢେ ୩ ଲକ୍ଷ । ଏବଂ ଏହି ଗ୍ରୁପର ଖେଳାଳୀ ହେଉଛନ୍ତି ମୋହମ୍ମଦ ଅବାସ, ବହାବ ରିୟାଜ, ଜୁନୈଦ ଖାନ୍, ହୈରିଶ ସୋହେଲ, ଇମାମ ଉଲ ହକ, ମୋହମ୍ମଦ ନୱାଜ, ଉସମାନ ଖାନ୍, ଶାନ ମସୁଦ, ଇମାଦ ବସିମ୍ ।
ଗ୍ରୁପ୍ ‘ଡି’ର ମାସିକ ଆୟ ୩ ଲକ୍ଷ ଟଙ୍କା । ଖେଳାଳୀ ହେଉଛନ୍ତି ଋମାନ ରଇସ୍, ଆସିଫ ଅଲ୍ଲୀ, ରାହତ ଅଲ୍ଲୀ, ଉସ୍ମାନ ସଲାଉଦ୍ଦିନ୍ ହୁସୈନ୍ ତଲତ ।