PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

କୋହଲିଙ୍କୁ ବିଶ୍ରାମ, ଖେଳିବେନି ଶେଷ ୨ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ୍‌

source:navbharattimes.indiatimes.com

ମୁମ୍ବାଇ, ୨୩ ।୧ (ଏଜେନ୍ସି): ବ୍ୟସ୍ତ କ୍ରୀଡ଼ାସୂଚୀ ଯୋଗୁ କିଛି ମାସ ହେଲା ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇ ପାରି ନାହାନ୍ତି । ଦଳ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଡେଇଁ ଚାଲିଥିବାବେଳେ ଉଭୟ ଅଧିନାୟକ ଓ ବ୍ୟାଟ୍ସମ୍ୟାନ ଭାବେ କୋହଲିଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜ୍‌ ଏବଂ ବିଶ୍ୱକପ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ରହିଛି । ତେଣୁ କୋହଲିଙ୍କ ବିଶ୍ରାମ ଏକାନ୍ତ ଆବଶ୍ୟକ ହୋଇ ପଡ଼ିଛି । ସେଥିପାଇଁ ବିସିସିଆଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ଦୁଇଟି ମ୍ୟାଚ୍‌ ଏବଂ ଟି-ଟ୍ୱେଣ୍ଟି ସିରିଜ୍‌ରୁ ତାଙ୍କୁ ବିଶ୍ରାମ ଦେଇଛି ।
ଗତ ସିଜନରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କୋହଲି ଆଇସିସିର ପ୍ରମୁଖ ପୁରସ୍କାର ପୋଛି ନେଇଛନ୍ତି । ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ଓ ଦିନିକିଆ ସିରିଜ୍‌ ଜିତି ନୂଆ ଇତିହାସ ରଚିଥିଲା । ବିରାଟଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଦିନିକିଆ ଓ ଟି-ଟ୍ୱେଣ୍ଟି ଦଳର ନେତୃତ୍ୱ ସମ୍ଭାଳିବେ । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, କୋହଲି ଗତ କିଛି ମାସ ଧରି ନିୟମିତ କ୍ରିକେଟ୍‌ ଖେଳି ଆସୁଛନ୍ତି । ତାଙ୍କୁ ମିଶ୍ରାମ ଦେଇ କାର୍ଯ୍ୟାଭାର ହାଲ୍‌କା କରିବାକୁ ଟିମ୍‌ ମ୍ୟାନେଜମେଣ୍ଟ ଓ ଚୟନ କମିଟି ନିଷ୍ପତ୍ତି ନେଇଛନ୍ତି । ଏମିତିକି ଆଗକୁ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ସିରିଜ୍‌ ରହିଛି । ସେ ବିଶ୍ରାମ ନେବାର ଆବଶ୍ୟକ ରହିଛି । କୋହଲିଙ୍କ ସ୍ଥାନରେ କୌଣସି ବଦଳ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ ନାହିଁ ।’ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ ଖେଳି ନଥିଲେ କୋହଲି । ସେହିଭଳି ଏସିଆ କପ୍‌ରୁ ମଧ୍ୟ ସେ ବିଶ୍ରାମ ନେଇଥିଲେ । ସେତେବେଳେ ମଧ୍ୟ ରୋହିତଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଥିଲା ।
ଭାରତ ଆଜି ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ୮ ୱିକେଟ୍‌ରେ ବିଜୟୀ ହୋଇଥିଲା । ମହମ୍ମଦ ସାମି ଓ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ଏବଂ ଶିଖର ଧାୱନଙ୍କ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଦଳ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି । ନ୍ୟୁଜିଲାଣ୍ଡ ଗସ୍ତ ଶେଷ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ସିରିଜ୍‌ ଖେଳିବ । ଏହାପରେ ଆଇପିଏଲ୍‌ ଆରମ୍ଭ ହେବ । ଆଇପିଏଲ୍‌ ଶେଷ ହେବାପରେ ଇଂଲଣ୍ଡ ଦିନିକିଆ ବିଶ୍ୱକପ୍‌ ରହିଛି ।

ସମ୍ବନ୍ଧିତ ଖବର