ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ବହୁ ପ୍ରତୀକ୍ଷିତ ଆର ଜି କର ମାମଲାରେ ଶନିବାର ଆସିବ ରାୟ, ଦୋଷୀ ପାଇଁ ମୃତ୍ୟୁଦଣ୍ଡ ମାଗିଲା ସିବିଆଇ

Published By : Prameya | January 17, 2025 12:28 PM

ମୁରାଦାବାଦ, ୧୭/୦୧ : ବହୁ ପ୍ରତୀକ୍ଷିତ କୋଲକାତା ଆର ଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲା। ମକୋଦ୍ଦମା ଚାଲିବାର ୫୭ ଦିନ ପରେ ଶନିବାର ଆସିବ ରାୟ। ସିୟାଲଦହ କୋର୍ଟରେ ନ୍ୟାୟାଧୀଶ ଅନିର୍ବନ ଦାସ ଏହି ମାମଲାର ଶୁଣାଣି କରିବେ। ଏହି ମାମଲାକୁ ନେଇ ସାରା ଦେଶରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଥିଲା। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ଅଭିଯୋଗରେ କୋଲକାତା ପୋଲିସ ଅଗଷ୍ଟ ୧୦ ତାରିଖରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରିଥିଲା। ଏହି ମାମଲାରେ ପ୍ରଥମେ କୋଲକାତା ପୋଲିସ ତଦନ୍ତ କରୁଥିଲା। ପରବର୍ତ୍ତୀ ସମୟରେ କୋଲକାତା ହାଇକୋର୍ଟ ସିବିଆଇକୁ ତଦନ୍ତ ଭାର ଦେଇଥିଲା। ଅଭିଯୁକ୍ତ ସଞ୍ଜୟ ରାୟକୁ ମୃତ୍ୟୁ ଦଣ୍ଡ ଦେବାକୁ ସିବିଆଇ ଦାବି କରିଛି।

ଏନେଇ ପୀଡ଼ିତାଙ୍କ ବାପା କହିଛନ୍ତି ଯେ, ଆମକୁ ନ୍ୟାୟ ମିଳିବ ବୋଲି ମୋର ବିଶ୍ଵାସ ରହିଛି। ସବୁ ଦିଗକୁ ବିଚାରକୁ ନେଇ କୋର୍ଟ ନିଷ୍ପତ୍ତି ନେବେ। ଡିଏନଏ ରିପୋର୍ଟରେ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏନେଇ ହାଇକୋର୍ଟରେ ଏକ ମାମଲା ଚାଲିଛି ଏବଂ ସୁପ୍ରିମକୋର୍ଟରେ ଆଉ ଏକ ମାମଲା ଚାଲିଛି। ଆମ ଝିଅ ପାଇଁ ଆମେ ଉପଯୁକ୍ତ ନ୍ୟାୟ ଚାହୁଁଛୁ। ଏଥିପାଇଁ ଯେଉଁଠିକୁ ବି ଯିବାକୁ ପଡ଼ିବ ଆମେ ଯିବୁ।  

ସୂଚନାନୁଯାୟୀ, ଗତ ବର୍ଷ ଅଗଷ୍ଟ ୯ ତାରିଖରେ କୋଲକାତା ଆର ଜି କର ମେଡିକାଲ କଲେଜ ସେମିନାର ରୁମ୍‌ରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ଏହି ଅଭିଯୋଗରେ ଅଭିଯୁକ୍ତ ସଞ୍ଜୟ ରାୟକୁ ପୋଲିସ ଗିରଫ କରିଥିଲା। ନଭେମ୍ଵର ୧୨ ତାରିଖରେ ଏହି ମାମଲାର ଶୁଣାଣୀ ଆରମ୍ଭ ହୋଇଥିଲା। ୫୦ ଜଣ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା। ମାମଲାରେ ଅନ୍ୟ ଲୋକମାନେ ସଂପୃକ୍ତ ଥିବା ନେଇ ପୀଡ଼ିତାଙ୍କ ବାପା-ମା ଅଭିଯୋଗ କରିଥିଲେ। ବିଭିନ୍ନ ଦିଗକୁ ନେଇ ସିବିଆଇ ତଦନ୍ତ କରିଥିଲା। ଏତଦ୍ ବ୍ୟତୀତ ସନ୍ଦୀପ ଘୋଷଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସିବିଆଇ ତାଙ୍କର ପଲିଗ୍ରାଫ୍ ଟେଷ୍ଟ କରିଥିଲା। ତେବେ ଚାର୍ଜସିଟ୍‌ରେ ଅନ୍ୟ ଅଭିଯୁକ୍ତ ଅଭିଜିତ ମଣ୍ଡଳ ଏବଂ ସନ୍ଦୀପ ଘୋଷଙ୍କୁ ଜାମିନ ମିଳିଥିଲା।

ଅଧିକ ପଢନ୍ତୁ-ଖାଦ୍ୟ ଅର୍ଡର କରୁଥିଲେ ସାବଧାନ୍! କ୍ୟାନ୍ସର ଆଶଙ୍କା ବଢାଉଛି କଳା ରଙ୍ଗର ପ୍ଲାଷ୍ଟିକ୍‌ କଣ୍ଟେନର୍‌

ଏହି ଘଟଣାକୁ ନେଇ ସାରା ଦେଶରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଥିଲା। ରାଜନୈତିକ ଦଳମାନେ ମଧ୍ୟ ଏହି ପ୍ରସଙ୍ଗକୁ ମୁଦ୍ଦା କରି ରାଜନୀତି କରିଥିଲେ। ଏହି ପ୍ରସଙ୍ଗରେ ବିଜେପି ଟିଏମସି ସରକାରଙ୍କୁ ଘେରିଥିଲା। ତେବେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଦେଶରେ ଅଣ-ରାଜନୈତିକ ଆନ୍ଦୋଳନ ତୀବ୍ର ହୋଇଥିଲା। ଏଥିରେ ସାଧାରଣ ନାଗରିକ ମୁଖ୍ୟ ଭୂମିକା ନେଇଥିଲେ। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.