ଏଲଇଡି ଲାଇଟ୍ ଯୋଗୁଁ ସୌନ୍ଦର୍ଯ୍ୟ ହରାଉଛି ସୂର୍ଯ୍ୟମନ୍ଦିର, ଅଭିଯୋଗ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

କୋଣାର୍କ,୯।୧୨(ଆପ୍ର) କୋଣାର୍କ ସୂର୍ଯ୍ୟମନ୍ଦିର ବିଶ୍ଵରେ ବିସ୍ମୟ ବିଶ୍ଵରେ। ଦୈନିକ ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଛନ୍ତି। ସନ୍ଧ୍ୟା ସମୟରେ ସୂର୍ଯ୍ୟମନ୍ଦିର ଆଲୋକୀକରଣକୁ ନେଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ସୂର୍ଯ୍ୟମନ୍ଦିରର ଏଭଳି ଆଲୋକୀକରଣ ବ୍ୟବସ୍ଥାକୁ ଦେଖି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ। ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଜୀବନ୍ତ ସଦୃଶ। ଆଲୋକୀକରଣ ଆଳରେ ଏଏସଆଇ ବିଭାଗ ମନ୍ଦିର କାରୁକାର୍ଯ୍ୟକୁ ବିକୃତ କରୁଛି। ମନ୍ଦିର ଚୂଡାରେ ଲଗାଯାଇଥିବା ଏଲଇଡି ଲାଇଟ୍ ଦୁରକୁ ବିକୂତ ଲାଗୁଛି । ଏହି ଆଲୋକ ବ୍ୟବସ୍ଥା ସୂର୍ଯ୍ୟମନ୍ଦିରର ସୈନ୍ଦର୍ଯ ହରାଉଛି । ଧାଡ଼ି ଧାଡ଼ି ଲାଇଟ୍ ବ୍ୟବସ୍ଥା ବିବାହ ଉତ୍ସବ ଆଲୋକସଜ୍ଜା ଭଳି ଲାଗୁଛି। ଏହାକୁ ତୁରନ୍ତ ଅପସାରଣ କରାଯିବା ଦରକାର ବୋଲି ଅଭିଯୋଗ କରିଛନ୍ତି ଶ୍ରୀପଟ୍ଟନାୟକ। ତୁରନ୍ତ ଏଏସଆଇ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି। ଏନେଇ ଗତ ୬ତାରିଖରେ ଏଏସଆଇ ଓ ସଂସ୍କୃତି ବିଭାଗକୁ ଟୁଇଟ ମାଧ୍ୟମରେ ଜଣାଇଛନ୍ତି ।