PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ନୂଆଦିଲ୍ଲୀରେ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମନମୋହୁଛି କୋରାପୁଟ କଫି

ଭୁବନେଶ୍ବର : ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ପଞ୍ଚମ ଦିବସ । ଦେଶବିଦେଶର ବାଣିଜ୍ୟିକ ସଂସ୍ଥାମାନଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ଓଡ଼ିଶା ପାଭିଲିୟନର ୨୪ ନମ୍ବର ଷ୍ଟଲରେ ଅଂଶଗ୍ରହଣ କରିଛି ରାଜ୍ୟର ଜନଜାତି ଉନ୍ନୟନ ସମବାୟ ନିଗମ ଲିମିଟେଡ । ଏଠାରେ ମିଳିପାରୁଛି ନୂଆକରି ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିଥିବା ଓଡ଼ିଶାର କୋରାପୁଟ କଫି । ଜନଜାତି ଉନ୍ନୟନ ସମବାୟ ନିଗମ ଲିମିଟେଡର ଷ୍ଟଲରେ କୋରାପୁଟ କଫି ସହିତ ମିଳୁଛି ରାଜ୍ୟର ଜନଜାତି ସମ୍ପ୍ରଦାୟଙ୍କ ଦ୍ୱାରା ସଂଗୃହୀତ କୋଟପାଡ଼ ଶାଢି, ମୟୂରଭଞ୍ଜ ଜିଲ୍ଲାରେ ଉତ୍ପାଦିତ ବାଦାମୀରଙ୍ଗ ଚାଉଳ, କେଉଁଝର ଜିଲ୍ଲାର ମହୁ, କୋରାପୁଟର କାଜୁ, ଗୋଲମରିଚ, ଡାଲଚିନିଓ ଲେମନ ଗ୍ରାସ ତେଲ ଏବଂ କନ୍ଧମାଳର ହଳଦୀ । ଏହି ମେଳା ପାଇଁ ଜନଜାତି ଉନ୍ନୟନ ସମବାୟ ନିଗମ ଲିମିଟେଡ ସର୍ବମୋଟ ୩ ଲକ୍ଷ ଟଙ୍କାର ସାମଗ୍ରୀ ଆଣିଥିବା ବେଳେ ଆଜି ସୁଦ୍ଧା ୯ ହଜାର ୬୫୦ ଟଙ୍କାର ସାମଗ୍ରୀ ବିକ୍ରି ହୋଇସାରିଛି ଏବଂ ୨୭ ତାରିଖ ସୁଦ୍ଧା ସମସ୍ତ ସାମଗ୍ରୀ ବିକ୍ରି ହୋଇଯିବ ବୋଲି ଷ୍ଟଲ ପରିଚାଳକ ପ୍ରକାଶ କରିଛନ୍ତି ।